ମୁମ୍ବାଇ: ସୁନ୍ଦରୀ ଅଭିନେତ୍ରୀ ଇଲିଆନା ଡିକ୍ରୁଜଙ୍କ ଫ୍ୟାନ୍ସ ପାଇଁ ନୈରାଶ୍ୟଜନକ ଖବର । କାରଣ ସୁଟିଂ ସେଟରେ ଆହତ ହୋଇଛନ୍ତି ସେ । ହେଲେ ମଜାଦାର କଥା ହେଲା ଯେ ଆହତ ହେବା ପରେ ସେ ଫନି ପୋଷ୍ଟ କରି ସମସ୍ତଙ୍କୁ ହସାଇ ଦେଇଛନ୍ତି । ଯାହାକୁ ନେଇ ଫ୍ୟାନ୍ସ ଆଶ୍ଚର୍ଯ୍ୟ ।
କଥାଟି ହେଲା ଯେ ଇଲିଆନାଙ୍କ ହାତ ପାପୁଲିରେ ଆଘାତ ଲାଗିଛି । ଯାହାର ଫଟୋ ସେ ଇନଷ୍ଟାଗ୍ରାମ ଷ୍ଟୋରିରେ ସେୟାର କରିଛନ୍ତି । ହେଲେ ଫଟୋ ପୂର୍ବରୁ ସେ ଏକ କମେଡି ଜିଆଇଏଫ ପୋଷ୍ଟ କରି ଲେଖିଛନ୍ତି,‘ରୋମାଣ୍ଟିକ୍ କମେଡି ପାଇଁ ସୁଟିଂ କରୁଥିବାବେଳେ କିଏ ଆଘାତ ପ୍ରାପ୍ତ ହୁଏ ।’
ଆଉ ଦ୍ବିତୀୟ ଫଟୋରେ ଆପଣ ଦେଖିପାରିବେ ତାଙ୍କ ହାତ ପାପୁଲିରେ ଆଘାତ ଲାଗିଥିବାର । ସେହିପରି ଏହାର କ୍ୟାପସନରେ ସେ ଲେଖିଛନ୍ତି, ‘ମୁଁ କରିଛି ।’
ପ୍ରକାଶ ଥାଉକି ହ୍ୟାଣ୍ଡସମ ଆକ୍ଟର ରଣଦୀପ ହୁଡ୍ଡାଙ୍କ ରୋମାଣ୍ଟିକ, କମେଡି ଫିଲ୍ମ ‘ଅନଫେୟାର ଆଣ୍ଡ ଲଭଲି’ରେ ନଜର ଆସିବେ ଇଲିଆନା । ଯାହାର ନିର୍ଦ୍ଦେଶନା ଦାୟିତ୍ବ ତୁଲାଉଛନ୍ତି ବଲବିନ୍ଦର ସିଂ ଜାନଜୁଆ । ଫିଲ୍ମକୁ ଆସନ୍ତା ବର୍ଷ ରିଲିଜ କରିବାର ଯୋଜନା କରିଛନ୍ତି ମେକର୍ସ ।