ETV Bharat / sitara

‘ଷ୍ଟାର କିଡଙ୍କ ପାଖରେ ଅନେକ ସୁଯୋଗ ଥାଏ’

author img

By

Published : Jun 26, 2020, 4:40 PM IST

ବର୍ତ୍ତମାନ ନିଜର ଏକ ବୟାନକୁ ନେଇ ଚର୍ଚ୍ଚାରେ ହିନା ଖାନ । ନିଜ ସଂଘର୍ଷମୟ ଜୀବନ କାହାଣୀ ଶୁଣାଇବା ସହ ସେ ପରିବାରବାଦ ଉପରେ ମୁହଁ ଖୋଲିଛନ୍ତି ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ହିନା ଖାନ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ହିନା ଖାନ

ମୁମ୍ବାଇ: ଲୋକପ୍ରିୟ ଅଭିନେତ୍ରୀ ହିନା ଖାନ ଧାରାବାହିକ ‘ୟେ ରିସ୍ତା କ୍ୟା କହେଲାତା ହେ’ ଜରିଆରେ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ । ଯେଉଁଥିରୁ ସେ ସମସ୍ତଙ୍କ ଫେଭରେଟ ଅଭିନେତ୍ରୀ ସାଜିଥିଲେ । ଏହା ପରେ ସେ ବିଗ ବସ ଏବଂ ଏକତା କପୁରଙ୍କ ‘କସୌଟି ଜିନ୍ଦଙ୍ଗୀ 2’ ଭଳି ଧାରାବାହିକରେ ଅଭିନୟର ଯାଦୁ ଦେଖାଇଥିଲେ । ଖାଲି ଏତିକି ନୁହେଁ ସେ ନିକଟରେ ରିଲିଜ ହୋଇଥିବା ଫିଲ୍ମ ‘ହ୍ୟାକ୍ଡ’ରେ ମଧ୍ୟ ନଜର ଆସିଥିଲେ । ଏହିପରି ସେ ସଫଳତାର ପାହଚ ଚଢିଥିଲେ । ହେଲେ ଇତିମଧ୍ୟରେ ସେ ପରିବାରବାଦକୁ ନେଇ ମୁହଁ ଖୋଲିଛନ୍ତି । ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ପରେ ବଲିଉଡରେ ପରିବାରବାଦ ବିବାଦ ଦେଖାଦେଇଛି । ଯାହା ଉପରେ ସମସ୍ତେ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି ।

ପରିବାରବାଦ ଉପରେ ନିଜ ପ୍ରତିକ୍ରିୟା ରଖି ହିନା ଏକ ସାକ୍ଷାତକାରରେ କହିଥିଲେ ଯେ ସମସ୍ତେ ଜୀବନରେ ଭିନ୍ନ ଭିନ୍ନ ପ୍ରକାର ସଂଘର୍ଷ କରିଥାଆନ୍ତି । କେହି ଅଧିକ କରନ୍ତି ତ ଆଉ କେହି କମ । ଯାହା ପଛରେ ଅନେକ କାହାଣୀ ଥାଏ । ଆବଶ୍ୟକ ନୁହେଁ ଯେ ଆପଣଙ୍କୁ ସୁଯୋଗ ମିଳିନଥିବ । କେବେ କେବେ ଆପଣଙ୍କୁ ସୁଯୋଗ ମିଳିଥିବି । ହେଲେ ଆପଣ100 ପ୍ରତିଶତ ଭଲ ପରଫର୍ମନ୍ସ ଦେଇନଥିବ । ଅନେକ ଥର ଏହା ଘଟେ ଯେ ତୁମେ ବହୁତ ପ୍ରତିଭାଶାଳୀ କିନ୍ତୁ ଆପଣଙ୍କୁ ସୁଯୋଗ ମିଳିପାରୁନାହିଁ ଷ୍ଟାର କିଡ୍ସଙ୍କ ଭଳି । ଏହା କେବଳ ସଂଘର୍ଷର କାହାଣୀ । ଯେଉଁଠାରେ ଆପଣଙ୍କ ଫିଲ୍ମ ଫ୍ଲପ ହୋଇଗଲେ ଆପଣଙ୍କୁ ଅସୁବିଧା ହୋଇଥାଏ । ସେହିଠାରେ ଷ୍ଟାର କିଡ୍ସଙ୍କ କୌଣସି ଫିଲ୍ମ ଫ୍ଲପ ହୋଇଗଲେ ଅସୁବିଧା ହୁଏ ନାହିଁ । କାରଣ ତାଙ୍କୁ ସହଜରେ ଅନ୍ୟ ଫିଲ୍ମ ମିଳିଯାଏ । ଯାହା ଅନ୍ୟମାନଙ୍କୁ ମିଳେ ନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.