ETV Bharat / sitara

କାଜଲଙ୍କ ଡାଇଲଗ କପି କଲେ ହିନା, ଭାଇରାଲ ଭିଡିଓ

author img

By

Published : Nov 2, 2020, 12:50 PM IST

ଇନଷ୍ଟାଗ୍ରାମ ଭିଡିଓକୁ ନେଇ ଚର୍ଚ୍ଚାରେ ହିନା ଖାନ । ‘ଡିଡିଏଲଜେ’ ଫିଲ୍ମ ଡାଇଲଗରେ ଲିପ୍ସିଂ କରି କିଣିଛନ୍ତି ଫ୍ୟାନ୍ସଙ୍କ ମନ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ହିନା ଖାନ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ହିନା ଖାନ

ମୁମ୍ବାଇ: ପପୁଲାର ଅଭିନେତ୍ରୀ ହିନା ଖାନ ସୋସିଆଲ ମିଡିଆରେ ସବୁବେଳେ ଫ୍ୟାନ୍ସଙ୍କୁ ଏଣ୍ଟରଟେନ କରନ୍ତି । କେବେ ନିଜର ଟ୍ରାଡିଶନାଲ ଲୁକ ତ କେବେ ୱେଷ୍ଟର୍ଣ୍ଣ ଲୁକରେ ନିଜ ଜଲୱା ଦେଖାଆନ୍ତି । ତାଙ୍କ ଫନ୍ନି ଭିଡିଓ ମଧ୍ୟ ଫ୍ୟାନ୍ସଙ୍କ ମନ କିଣିଥାଏ । ହେଲେ ହିନା ଏଥର ବଲିଉଡର ଲୋକପ୍ରିୟ ଅଭିନେତ୍ରୀ କାଜଲଙ୍କ ଡାଇଲଗ କପି କରି ଚର୍ଚ୍ଚାରେ । ସେ ନିକଟରେ ରୋମାଣ୍ଟି ଡ୍ରାମା ଫିଲ୍ମ ‘ଦିଲୱାଲେ ଦୁଲହନିଆ ଲେ ଜାଏଙ୍ଗେ’ରେ କାଜଲଙ୍କ ଏକ ପପୁଲାର ସିନରେ ଲିପ୍ସିଂ କୁଥିବାର ନଜର ଆସିଛନ୍ତି । ଯାହା ଫ୍ୟାନ୍ସଙ୍କ ମନ କିଣିଛି ।

ହିନା ଇନଷ୍ଟାଗ୍ରାମରେ ନିଜର ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ଡିଡିଏଲଜେ ଫିଲ୍ମର ଫେମସ ଡାଇଲଗ ‘ଐସା ପହଲି ବାର ହୁଆ ହେ 17-18 ସାଲୋଂ ମେଁ’ରେ ଲିପ୍ସିଂ କରୁଥିବାର ଦେଖାଯାଉଛନ୍ତି । ପୁରା ପରଫେକ୍ସନ ସହ ହିନାଙ୍କ ଏହି ଅନ୍ଦାଜ ଦେଖିବାକୁ ମିଳୁଛି ।

ସେ ଯେଉଁ ଅନ୍ଦାଜରେ ଏହାକୁ ରିକ୍ରିଏଟ କରିଛନ୍ତି ତାହା ଫ୍ୟାନ୍ସଙ୍କୁ ଖୁବ୍ ପସନ୍ଦ ଆସିଛି । କେହି ତାଙ୍କ ଲୁକ୍ସର ପ୍ରଶଂସା କରୁଥିବା ବେଳେ କେହି ତାଙ୍କ ଲିପ୍ସିଂରେ ଦିୱାନା ହୋଇଯାଇଛନ୍ତି । ଦେଖନ୍ତୁ ଭିଡିଓ...

ପ୍ରକାଶ ଥାଉକି ନିକଟରେ ସୁପରଷ୍ଟାର ଶାହରୁଖ ଖାନ ଓ କାଜଲଙ୍କ ଏହି ଫିଲ୍ମ ରିଲିଜକୁ 25 ବର୍ଷ ପୂରଣ ହୋଇଥିଲା । 1995 ଅକ୍ଟୋରବର 20ରେ ରିଲିଜ ହୋଇଥିବା ଏହି ଫିଲ୍ମ ସୁପରଡୁପର ହିଟ୍ ମଧ୍ୟ ହୋଇଥିଲା । ଖାଲି ଦେଶରେ ନୁହେଁ ବିଦେଶରେ ମଧ୍ୟ ଏଯାବତ ଫିଲ୍ମର କ୍ରେଜ ଦର୍ଶକଙ୍କ ମଧ୍ୟରେ ଦେଖିବାକୁ ମିଳୁଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.