ମୁମ୍ବାଇ: ଦୀପିକା ପାଦୁକୋନ ଶୁକ୍ରବାର ଏକ ସପିଂ ମଲରେ ସପିଂ କରୁଥିବାର ନଜର ଆସିଥିଲେ। ଯାହା ପାଇଁ ବର୍ତ୍ତମାନ ତାଙ୍କୁ ସୋସିଆଲ ମିଡିଆରେ ଖୁବ୍ ଟ୍ରୋଲ କରାଯାଉଛି । ୟୁଜର୍ସ ତାଙ୍କ ଏହି କାର୍ଯ୍ୟକୁ ଜେଏନୟୁ ପ୍ରସଙ୍ଗ ସହିତ ଯୋଡିବା ଆରମ୍ଭ କରିଦେଇଛନ୍ତି । ଏହା ହେଉଛି ତାଙ୍କର ପିଆର ଷ୍ଟଣ୍ଟ ବୋଲି କହିବାରେ ଲାଗିଛନ୍ତି ୟୁଜର୍ସ ।
ଜଣେ ୟୁଜର ଟ୍ବିଟ କରି ଲେଖିଛନ୍ତି, ‘ଦୀପିକା ପାଦୁକୋନ ଖାଦ୍ୟ ବି ଖାଆନ୍ତି ପିଆର ଷ୍ଟଣ୍ଟ ସହିତ।’ ସେହିପରି ଦ୍ବିତୀୟ ୟୁଜର ଲେଖିଛନ୍ତି, ‘ଫ୍ଲପ୍ ଫିଲ୍ମ କର ଜେଏନୟୁକୁ ଯାଅ । ତେବେ ସେହି ଦିନ ବି ଆସିବ ଯେତେବେଳେ ଦ୍ରବ୍ୟ କିଣିବା ପାଇଁ ଆପଣଙ୍କୁ ମିଡିଆ କଭରେଜ୍ ପାଇବାକୁ ପଡିବ ଦୀପିକା ପାଦୁକୋନ ।’
ଖାଲି ଏତିକି ନୁହେଁ ଆଉ ଜଣେ ୟୁଜର ତାଙ୍କୁ ଟ୍ରୋଲ କରି ପଚାରିଛନ୍ତି, ‘ଟମାଟୋ କିଲୋ କେତେ ।’