ETV Bharat / sitara

‘ନଚ ବଲିଏ 10’ର ଜଜ ସାଜିବେ ବ୍ଲାକ ବ୍ୟୁଟି ବିପାଶା

ଦୀର୍ଘ ସମୟରୁ ଫିଲ୍ମଠୁ ଦୂରେଇ ଥିବା ବିପାଶା ଏବେ ଛୋଟ ପରଦାରେ ନଜର ଆସିବେ । ସେ ଏଥର ଡାନ୍ସ ଶୋରରେ ନିଜ ଜଲୱା ଦେଖାଇବେ।

author img

By

Published : Aug 10, 2020, 12:55 PM IST

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ

ମୁମ୍ବାଇ: କିଛି ଦିନ ହେବ ଛୋଟ ପରଦାର ଫେମସ ରିୟାଲିଟି ଡାନ୍ସ ଶୋ ‘ନଚ ବଲିଏ 10’ ଚର୍ଚ୍ଚାରେ । ଏହି ସେଲିବ୍ରିଟି ଡାନ୍ସ ଶୋ ପୂର୍ବ ସିଜନ ଜବରଦସ୍ତ ହିଟ୍ ସାବ୍ୟସ୍ତ ହୋଇଥିଲା । ସେହିପରି ଶୁଣିବାକୁ ମିଳୁଛି ଯେ ଫେମସ ନିର୍ମାତା କରନ ଜୋହର ଏଥର ସିଜନର ପ୍ରଯୋଜନା ଦାୟିତ୍ବ ତୁଲାଇବେ। ଆଉ ଏବେ ଶୋର ଜଜଙ୍କୁ ନେଇ ନୂଆ ଖବର ସାମ୍ନାକୁ ଆସିଛି । ଯାହା ଶୁଣି ଖୁସି ହୋଇଯିବେ ସେକ୍ସୀ ଅଭିନେତ୍ରୀ ବିପାଶା ବାସୁଙ୍କ ଫ୍ୟାନ୍ସ । କାରଣ ଚର୍ଚ୍ଚା ଜୋର ଧରିଛି ଯେ ବିପାଶା ଏହି ସିଜନର ଜଜ ରୂପେ ନଜର ଆସିବେ ।

ସେହିପରି ଶୋର ମେକର୍ସ ବିପାଶଙ୍କ ବ୍ୟତୀତ ଫେମସ ନିର୍ମାତା ଡେଭିଡ ଧୱନ, ବୈଭବୀ ମର୍ଚେଣ୍ଟଙ୍କ ସହ କଥାବାର୍ତ୍ତା ହୋଇଛନ୍ତି । ହେଲେ ଏଯାବତ ଫାଇନାଲ କିଛି ହୋଇନାହିଁ । ଖୁବଶୀଘ୍ର ମେକର୍ସ ଏହାର ଘୋଷଣା କରିବେ ଶୋର ଜଜ ରୂପେ କିଏ କିଏ ନଜର ଆସିବେ ।

ପ୍ରକାଶ ଥାଉକି ପୂର୍ବ ସିଜନରେ ଲୋକପ୍ରିୟ କୋରିଓଗ୍ରାଫର ଅହମ୍ମଦ ଖାନ, ରବୀନା ଟଣ୍ଡନ ଜଜ ରୂପେ ନଜର ଆସିଥିଲେ । ସେହିପରି ଶୋର ହୋଷ୍ଟ କରିଥିଲେ ଫେମସ ହୋଷ୍ଟ ମନୀଷ ପଲ । ଆଉ ଶୋର ବିଜେତା ସାଜିଥିଲେ ପ୍ରିନ୍ସ ନରୁଲା ଓ ୟୁବିକା ଚୌଧୁରୀ । ସିଜନ 9ର ପ୍ରଯୋଜନା ଦାୟିତ୍ବ ତୁଲାଇଥିଲେ ସୁପରଷ୍ଟାର ସଲମାନ ଖାନ । ଏବେ ସିଜନ 10କୁ ନେଇ ଏକ୍ସାଇଡେଟ ଦର୍ଶକ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.