ମୁମ୍ବାଇ: ସବୁବେଳେ ସୋସିଆଲ ମିଡିଆରେ ନିଜର ଷ୍ଟଣ୍ଟ ଭିଡିଓ, ଆକ୍ସନ ସିନ ଓ ୱାର୍କଆଉଟ ଫଟୋ ପୋଷ୍ଟ କରି ଫ୍ୟାନ୍ସଙ୍କ ମନ କିଣନ୍ତି ଅଦା ଶର୍ମା । ତାଙ୍କ ଅଭିନୀତ ଆଲବମ ‘ଡ୍ରଙ୍କ୍ ଆଣ୍ଡ ହାଇ’ ଗତ 29 ତାରିଖରେ ରିଲିଜ ହୋଇଥିଲା । ଯାହାକୁ ଖୁବ୍ ପ୍ରଶଂସା ମିଳିଛି । ଇତିମଧ୍ୟରେ ସେ ନିଜ ବିବାହ କଥା ନେଇ ମୁହଁ ଖୋଲିଛନ୍ତି । ସେ ଜଣାଇଛନ୍ତି ତାଙ୍କୁ ବିବାହ କରିବାରେ କୌଣସି ଅସୁବିଧା ନାହିଁ ହେଲେ ତାଙ୍କୁ ପୁଅ ମିଳୁନାହାଁନ୍ତି । ତାଙ୍କ ଏହି କଥା ଶୁଣି ଆଶ୍ଚର୍ଯ୍ୟ ଫ୍ୟାନ୍ସ ।
ସେ ଏକ ସାକ୍ଷାତକାରରେ ଜଣାଇଛନ୍ତି, ‘ରିୟଲ ଲାଇଫରେ ବିବାହ ପାଇଁ ବର୍ତ୍ତମାନ ପ୍ରସ୍ତୁତ ନାହାଁନ୍ତି ଅଦା ଶର୍ମା । ପ୍ରଥମେ ମତେ ପୁଅ ଖୋଜିବାକୁ ପଡିବ । ଆଉ ଯିଏ ବି ମୋ ଜୀବନରେ ଆସିବେ ସେ ମତେ ଏମିତି ହି ପସନ୍ଦ କରିବେ ଯେମିତି ମୁଁ ଅଛି । ତାହାଲେ ମୁଁ ବିବାହ କରିବା କଥା ଭାବିବି ।’
ପ୍ରକାଶ ଥାଉକି ଆଲବମ ‘ଡ୍ରଙ୍କ୍ ଆଣ୍ଡ ହାଇ’ରେ ଅଦାଙ୍କ ସମ୍ପୂର୍ଣ୍ଣ ଭିନ୍ନ ଲୁକ୍ ଦେଖିବାକୁ ମିଳିଥିଲା । ଆଉ ତାଙ୍କ ପର୍ପଲ ହେୟାର କଲର ପାଇଁ ସୋସିଆଲ ମିଡିଆରେ ସେ ଚର୍ଚ୍ଚାର ବିଷୟ ପାଲଟିଥିଲେ ।
@IANS