ETV Bharat / sitara

ସରିଲା ବରୁଣଙ୍କ ବିବାହ ଛୁଟି, ଆରମ୍ଭ କରିବେ ସୁଟିଂ

author img

By

Published : Feb 19, 2021, 12:11 PM IST

ପ୍ରଥମଥର ବରୁଣ ହରର, କମେଡି ଡ୍ରାମା ଫିଲ୍ମରେ ନଜର ଆସିବାକୁ ଯାଉଛନ୍ତି । ଯାହା ପାଇଁ ସେ ନିଜର ସବୁ ବିଜ୍ଞାପନ ମଧ୍ୟ କ୍ୟାନ୍ସଲ କରିଦେଇଛନ୍ତି । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁମ୍ବାଇ: ନିକଟରେ ଦୀର୍ଘ ସମୟରୁ ଗାର୍ଲଫ୍ରେଣ୍ଡ ନତାଶା ଦଲାଲଙ୍କୁ ବିବାହ କରିଥିଲେ ପପୁଲାର ଆକ୍ଟର ବରୁଣ ଧୱନ । ବିବାହ ପରେ ପତ୍ନୀଙ୍କ ସହ ସମୟ ବିତାଇ ଏବେ କାମକୁ ଫେରିବାକୁ ଯୋଜନା କରିଛନ୍ତି ବରୁଣ । ସେ ନିଜର ଆଗାମୀ ହରର କମେଡି ଡ୍ରାମା ଫଲ୍ମ ‘ବେହଦିୟା’ର ସୁଟିଂ ଖୁବଶୀଘ୍ର ଆରମ୍ଭ କରିବେ । ଯାହାର ସୁଟିଂ ଅରୁଣାଚଳ ପ୍ରଦେଶରେ ହେବ । ଆଉ ଦୁଇ, ତିନି ମାସର ସୁଟିଂ ସେଠାରେ କରିବେ ବରୁଣ ।

ସେହିପରି ଅଭିନେତାଙ୍କ ଏହା ପ୍ରଥମ ହରର କମେଡି ଫିଲ୍ମ। ଯାହା ପାଇଁ ସେ କଡା ପରିଶ୍ରମ ଆରମ୍ଭ କରିଦେଇଛନ୍ତି । ବରୁଣ ତାଙ୍କ ଟିମକୁ ମଧ୍ୟ ସୂଚନା ଦେଇଛନ୍ତି ଯେ ସେ ଆସନ୍ତା ସପ୍ତାହରେ କୌଣସି ବିଜ୍ଞାପନ କିମ୍ବା ପ୍ରମୋସନାଲ ଭିଡିଓ ପାଇଁ ସୁଟିଂ କରିବେ ନାହିଁ। ସେ ଏହି ସମୟରେ ‘ବେହଦିୟା’ର ସୁଟିଂରେ ଅଧିକ ସମୟ ବିତାଇବାକୁ ଚାହୁଁଛନ୍ତି । ଆସନ୍ତା ତିନି ମାସ ପର୍ଯ୍ୟନ୍ତ ସେ କୌଣସି ବ୍ରାଣ୍ଡର ବିଜ୍ଞାପନ କରିବେ ନାହିଁ ।

ପ୍ରକାଶ ଥାଉକି 2015ରେ ଆସିଥିବା ‘ଦିଲୱାଲେ’ର ବରୁଣଙ୍କ ସହ ଅଭିନୟ କରିସାରିଥିବା କିର୍ତ୍ତୀ ସାନନ ପୁଣିଥରେ ତାଙ୍କ ସହ ଏହି ଫିଲ୍ମରେ ରୋମାନ୍ସ କରିବେ । ଏହି ଦୁଇଜଣଙ୍କ ବ୍ୟତୀତ ଫିଲ୍ମରେ ଅଭିଷେକ ବାନାର୍ଜୀ ମଧ୍ୟ ଦେଖାଯିବେ ।

‘ବେହଦିୟା’ ବ୍ୟତୀତ ବରୁଣ ମଲ୍ଟି ଷ୍ଟାରର ଫିଲ୍ମ ‘ଜୁଗ୍ ଜୁଗ୍ ଜିୟୋ’ର ଅଭିନୟ କରୁଛନ୍ତି । ଯେଉଁଥିରେ ତାଙ୍କ ସହ ଅନିଲ କପୁର, ନୀତୁ ସିଂ, କିୟାରା ଆଡଭାନୀ ଭଳି ଷ୍ଟାର ନଜର ଆସିବେ । ଧର୍ମା ପ୍ରଡକ୍ସନରେ ଫିଲ୍ମର ନିର୍ମାଣ ହେଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.