ETV Bharat / sitara

କୋରୋନାକୁ ନେଇ ବରୁଣଙ୍କ ମଜାଦାର ଭିଡିଓ, ହସି ହସି ବେହାଲ ଫ୍ୟାନ୍ସ

author img

By

Published : Apr 5, 2021, 10:59 AM IST

ବର୍ତ୍ତମାନ ସମସ୍ତଙ୍କୁ ଚିନ୍ତାରେ ପକାଇଥିବା କୋରୋନା ମହାମାରୀ ଉପରେ ଏମିତି କହିଲେ ବରୁଣ । ସେୟାର କଲେ ମଜାଦାର ଭିଡିଓ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ବରୁଣ ଧୱନ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ବରୁଣ ଧୱନ

ମୁମ୍ବାଇ: କୋରୋନା ପୁଣି ଥରେ ସମଗ୍ର ବିଶ୍ବରେ ବିପଦ ସୃଷ୍ଟି କଲାଣି । ସାଧାରଣ ଲୋକଙ୍କ ଠୁ ନେଇ ସେଲିବ୍ରିଟି ଏହି ମହାମାରୀରୁ ନିଜକୁ ସୁରକ୍ଷିତ ରଖିପାରୁନାହାଁନ୍ତି । ଏହି କିଛି ଦିନ ମଧ୍ୟରେ ଅନେକ ସେଲିବ୍ରିଟିଙ୍କ କୋରୋନା ସଂକ୍ରମିତ ହେବା ଖବର ସାମ୍ନାକୁ ଆସିସାରିଲାଣି । ଇତିମଧ୍ୟରେ ଅଭିନେତା ବରୁଣ ଧୱନ ଏକ ମଜାଦାର ଭିଡିଓ ସେୟାର କରି ଫ୍ୟାନ୍ସଙ୍କୁ ହସାଇ ଦେଇଛନ୍ତି । ଯେଉଁଥିରେ ସେ କହିବାକୁ ଚାହାଁନ୍ତି ଯେ କୋରୋନା ଭାଇରସ ଏବେ ଆମ ସହିତ କଥାବାର୍ତ୍ତା କରୁଛି।

କଥାଟି ହେଲା ଯେ ରବିବାର ଫ୍ୟାନ୍ସଙ୍କୁ ହସାଇବା ପାଇଁ ବରୁଣ ଇନଷ୍ଟାଗ୍ରାମରେ ତାଙ୍କ ଅଭିନୀତ ଫିଲ୍ମ ‘ମେଁ ତେରା ହିରୋ’ର ଏକ ଭିଡିଓ ସେୟାର କରିଥିଲେ । ଆଉ ଯାହାର କ୍ୟାପସନରେ ଲେଖିଥିଲେ, ‘ମେଁ ଦିଖତା ହୁଁ ସ୍ବିଟ୍ ଇନୋସେଷ୍ଟ ସ୍ବାମି ଟାଇପ୍ କା ନା ଲେକିନ୍ ହୁଁ ବହୁତ ବଡେ ହାରାମି ଟାଇପ୍ କା ।’

ସେହିପରି ଭିଡିଓରେ ବରୁଣ କହୁଛନ୍ତି, ‘ଯେତେବେଳେ ମୁଁ ସହର ଛାଡିଥିଲି ନାଁ ପୁରା ସହର ମତେ ଛାଡିବାକୁ ଆସିଥିଲା । ମେଁ ଦିଖତା ହୁଁ ସ୍ବିଟ୍ ଇନୋସେଷ୍ଟ ସ୍ବାମି ଟାଇପ୍ କା ନା ଲେକିନ୍ ହୁଁ ବହୁତ ବଡେ ହାରାମି ଟାଇପ୍ କା । ସେପଟେ ଫ୍ୟାନ୍ସ ମଧ୍ୟ ଏହି ଭିଡିଓରେ ମଜାଦାର କମେଣ୍ଟ କରିବା ଆରମ୍ଭ କରିଦେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.