ମୁମ୍ବାଇ: କିଛି ଦିନରୁ ସୋସିଆଲ ମିଡିଆରେ ନୂଆ ମିମି ଦେଖିବାକୁ ମିଳୁଛି । ସାଧାରଣ ଲୋକଙ୍କ ଠୁ ନେଇ ସେଲିବ୍ରିଟି ମଧ୍ୟ ଏହି ମିମିରେ ନିଜ ଫଟୋ ଭିଡିଓ ପୋଷ୍ଟ କରିବାରେ ଲାଗିଛନ୍ତି । ବର୍ତ୍ତମାନ ଟ୍ରେଣ୍ଡ କରୁଥିବା ମିମି ହେଲା ‘ପୱାରି ହୋ ରହି ହେ’ । ଯାହାକୁ ଏବେ ଜବରଦସ୍ତ କରିଦେଇଛନ୍ତି କମେଡି ଆକ୍ଟର ସୁନୀଲ ଗ୍ରୋଭର । ତାଙ୍କର ଏହି ପୱାକି ଭିଡିଓ ସୋସିଆଲ ମିଡିଆରେ ଚହଳ ସୃଷ୍ଟି କରିଛି ।
ସେ ଭିନ୍ନ ଅନ୍ଦାଜରେ ଏକ ମଜାଦାର ଭିଡିଓ ତିଆରି କରିଛନ୍ତି । ଯାହାକୁ ଦେଖି ଫ୍ୟାନ୍ସ ହସି ହସି ବେହାଲ । ନିକଟରେ ସେ ଇନଷ୍ଟାଗ୍ରାମରେ ସେୟାର କରିଥିବା ଏହି ଭିଡିଓରେ କହୁଥିବାର ନଜର ଆସୁଥିଲେ, ‘ୟେ ଏକ ମଚ୍ଛର ହେ, ଉସନେ ମେରେ କୋ କାଟା ହେ, ମେରେ କୋ ଖୁଜଲି ହୋ ରହି ହେ ।’
- " class="align-text-top noRightClick twitterSection" data="
">
ସେହିପରି ଭିଡିଓର କ୍ୟାପସନରେ ସେ ଲେଖିଥିଲେ, ‘ରାତ୍ କୋ ମଚ୍ଛରୋ କି ପୱାରି ହୋ ରହି ହେ ।’ ସେପଟେ ଫ୍ୟାନ୍ସ ତାଙ୍କ ଏହି ଭିଡିଓରେ ମଜାଦାର କମେଣ୍ଟ କରୁଥିବାର ନଜର ଆସୁଛନ୍ତି । ପ୍ରକାଶ ଥାଉକି ସୁନୀଲଙ୍କ ପୂର୍ବରୁ ଦୀପିକା ପାଦୁକୋନ ଓ ଶାହିଦ କପୁରଙ୍କ ଭଳି ସେଲିବ୍ରିଟି ‘ପୱାରି ହୋ ରହି ହେ’ରେ ମିମି ତିଆରି କରିସାରିଛନ୍ତି ।