ETV Bharat / sitara

ଷ୍ଟାରକିଡ୍ସଙ୍କ ସମର୍ଥନରେ ସୁନୀଲ, ଡ୍ରଗ୍ସ ମାମଲାରେ କହିଲେ ଏମିତି

author img

By

Published : Feb 16, 2021, 7:37 AM IST

ବଲିଉଡର ସବୁ ଷ୍ଟାରକିଡ୍ସ ଡ୍ରଗି ନୁହଁନ୍ତି ବୋଲି କହି ବର୍ତ୍ତମାନ ଚର୍ଚ୍ଚାରେ ସୁନୀଲ । ଲୋକଙ୍କ ମନରେ ଷ୍ଟାରକିଡ୍ସଙ୍କ ପ୍ରତି ଥିବା ଖରାପ ଚିନ୍ତାଧାରାଙ୍କୁ ନେଇ ସେ ଦୁଃଖି । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସନ୍ଦୀପ ନାହାର
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସନ୍ଦୀପ ନାହାର

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରଠୁ ବଲିଉଡରେ ଡ୍ରଗ୍ସ କାରବାର ଏବଂ ଷ୍ଟାରକିଡ୍ସଙ୍କ ଡ୍ରଗ୍ସ ସେବନ କରିବା ଅଭିଯୋଗ ଲାଗିଆସୁଛି । ସେପଟେ ଏହି ମାମଲାରେ ବର୍ତ୍ତମାନ ମୁହଁ ଖୋଲିଛନ୍ତି ବି-ଟାଉନର ଆନ୍ନା ସୁନୀଲ ସେଟ୍ଟୀ । ଏହି ମାମଲାରେ ତାଙ୍କ ପିଲା ତଥା ଅଭିନେତ୍ରୀ ଆଥିୟା ଏବଂ ଅହାନ ସେଟ୍ଟୀ ସୁରକ୍ଷିତ ଅଛନ୍ତି । ହେଲେ ଲୋକଙ୍କ ମନେରେ ଷ୍ଟାରକିଡ୍ସଙ୍କୁ ନେଇ ଯେଉଁ ଚିନ୍ତାଧାରା ଅଛି ତାହାକୁ ସେ ନେଇ ମଧ୍ୟ ଚିନ୍ତିତ।

କଥାଟି ହେଲା ଯେ ଏକ ସାକ୍ଷାତକାରରେ ସୁନୀଲ କହିଛନ୍ତି, ‘ମୁଁ ମୋ ପିଲାଙ୍କୁ ନେଇ ଚିନ୍ତା କରୁନାହିଁ । ହେଲେ ଇଣ୍ଡଷ୍ଟ୍ରିରେ ପିଲାଙ୍କୁ ନେଇ ଚିନ୍ତିତ । ଏବେ ଇଣ୍ଡଷ୍ଟ୍ରିର ସବୁ ପିଲାଙ୍କୁ ଡ୍ରଗି କୁହାଯାଉଛି । କିନ୍ତୁ ଆମେ ଏମିତି ନୁହେଁ । ଆମେ ଭଲ ଲୋକ । ଆମେ ଆମର କର୍ପୋରେଟ୍ ସାମାଜିକ ଦାୟିତ୍ବ ପୂରଣ କରୁ ଏବଂ ମୁଁ ଏହା ଉପରେ ସବୁବେଳେ ଧ୍ୟାନ ମଧ୍ୟ ଦିଏ । ମୁଁ ଏକ ସୁନ୍ଦର, ପରିଷ୍କାର ଏବଂ ବନ୍ଧୁତ୍ବପୂର୍ଣ୍ଣ ପରିବେଶକୁ ସମର୍ଥନ କରେ।’

ପ୍ରକାଶ ଥାଉକି ସୁନୀଲଙ୍କ ଲାଡଲୀ ଆଥିୟା ଏଯାବତ ବଲିଉଡରେ ତିନୋଟି ଫିଲ୍ମରେ କାମ କରିସାରିଛନ୍ତି । ସେପଟେ ଅହାନ ଖୁବଶୀଘ୍ର ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି । ସେ ତେଲୁଗୁ ବ୍ଲକବଷ୍ଟର ଫିଲ୍ମ ‘ଆରଏକ୍ସ 100’ର ହିନ୍ଦୀ ରିମେକ ଜରିଆରେ ଅଭିନୟ କ୍ୟାରିୟର ଆରମ୍ଭ କରିବେ । ଯାହାକୁ ନେଇ ଦୀର୍ଘ ସମୟରୁ ଚର୍ଚ୍ଚା।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.