ETV Bharat / sitara

ରିଆ ଦୋଷୀ କି ନିର୍ଦ୍ଦୋଷ ସାବ୍ୟସ୍ତ କରିବ ସିବିଆଇ : ଶେଖର ସୁମନ

author img

By

Published : Sep 1, 2020, 4:23 PM IST

ପୁଣି ଚର୍ଚ୍ଚାରେ ଶେଖର ସୁମନ । ସୁଶାନ୍ତଙ୍କ ମାମଲାରେ ବୟାନ ଦେଇ ସିବିଆଇ ଯାଞ୍ଚର କଲେ ସମର୍ଥନ । ରିଆଙ୍କୁ ନେଇ ମଧ୍ୟ କହିଲେ ମନ କଥା...

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁମ୍ବାଇ: ସ୍ବର୍ଗୀୟ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ସୁସାଇଡ କେସକୁ ନେଇ ସନ୍ଦେହ ଘେରରେ ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀ । ସୋମବାର ରିଆଙ୍କୁ ଜେରା କରିବା ପାଇଁ ଡିଆରଡିଓ ଗେଷ୍ଟ ହାଉସ ଡକାଇଥିଲା ସିବିଆଇ । ସେ ନିଜ ଭାଇ ସୌଭିକ ଚକ୍ରବର୍ତ୍ତୀଙ୍କ ସହ ସିବିଆଇକୁ ଚତୁର୍ଥଥର ନିଜ ବୟାନ ଦେଇଥିଲେ । ଏହି ଦୁଇଜଣଙ୍କ ବ୍ୟତୀତ ସୁଶାନ୍ତଙ୍କ ଏକ୍ସ ବିଜନେସ ମ୍ୟାନେଜର ସୃତି ମୋଦି, ଫ୍ଲାଟମେଟ ସିଦ୍ଧାର୍ଥ ପିଠାନୀ, ଡ୍ରଗ ଡିଲର ଗୌରବ ଆର୍ଯ୍ୟାଙ୍କୁ ମଧ୍ୟ ସୋମବାର ପଚରାଉଚାର କରାଯାଇଥିଲା । ଆଉ ମଙ୍ଗଳବାର ରିଆଙ୍କ ସମେତ ତାଙ୍କ ପିତା-ମାତାଙ୍କର ମଧ୍ୟ ବୟାନ ନିଆଯାଉଛି । ଇତିମଧ୍ୟରେ ଫେମସ ଅଭିନେତା ଶେଖର ସୁମନ ପୁଣି ଏହି ମାମଲାରେ ପ୍ରତିକ୍ରିୟା ଦେଇ ଚର୍ଚ୍ଚାରେ । ସେ ସୁଶାନ୍ତଙ୍କ ମୃତ୍ୟୁ ପରଠୁ କ୍ରମାଗତ ଭାବେ ସୋସିଆଲ ମିଡିଆରେ ନିଜ ପ୍ରତିକ୍ରିୟା ଦେଇଆସୁଛନ୍ତି ।

ଏଥର ସେ ସିବିଆଇ କାମର ସମର୍ଥନ କରିବା କଥା ଏକ ସାକ୍ଷାତକାରରେ କହିଛନ୍ତି । ଆଉ ରିଆଙ୍କ ଉପରେ ପ୍ରତିକ୍ରିୟା ଦେଇ କହିଛନ୍ତି, ‘ସିବିଆଇ ସୁଶାନ୍ତଙ୍କ ମାମଲାରେ ଭଲ ଯାଞ୍ଚ କରୁଛି । ଯାହାଦ୍ବାରା ସତ ସମସ୍ତଙ୍କ ସାମ୍ନାକୁ ଆସିବ । ଆଉ ଯଦି ରିଆ ନିର୍ଦ୍ଦୋଷ ତେବେ ସିବିଆଇକୁ ଏହା ସାବ୍ୟସ୍ତ କରିବାକୁ ଦିଆଯାଉ । ର୍ଦୁଭାଗ୍ୟ ବଶତଃ ସିବିଆଇ ସୁଶାନ୍ତଙ୍କ ଆତ୍ମହତ୍ୟାର ଯାଞ୍ଚ 70 ଦିନ ପରେ ଆରମ୍ଭ କରିଥିଲା । ଏହି ବିଳମ୍ବ ପାଇଁ ମତେ ଲାଗୁଛି ଯେ ଅଧିକାଂଶ ସାକ୍ଷୀକୁ ନଷ୍ଟ କରି ଦିଆଯାଇଥିବ କିମ୍ବା ଲୁଚାଇ ଦିଆ ଯାଇଛି । ଏହି ସବୁ ସାକ୍ଷୀର ପତା ଲଗାଇବା ପାଇଁ ସିବିଆଇକୁ ଅଧିକ କଷ୍ଟ କରିବାକୁ ପଡିବ । ମୁମ୍ବାଇ ପୋଲିସ ମଧ୍ୟ ସୁଶାନ୍ତଙ୍କ ମାମଲାରେ ଠିକ୍ ରୂପେ ତଦନ୍ତ କରିନଥିଲା । ହେଲେ ସିବିଆଇ ବିଳମ୍ବ କଲେ ମଧ୍ୟ ସବୁ ସତ ସାମ୍ନାକୁ ଆଣିବ ଏ ବିଶ୍ବାସ ମୋର ଅଛି ।’

ପ୍ରକାଶ ଥାଉକି ସୁଶାନ୍ତଙ୍କ ମୃତ୍ୟୁର କିଛି ଦିନ ପରେ ଶେଖର ତାଙ୍କ ପରିବାର ସଦସ୍ୟଙ୍କ ସହ ସାକ୍ଷାତ କରିବା ପାଇଁ ପାଟନା ଯାଇଥିଲେ । ସେଠାରେ ସେ ସୁଶାନ୍ତଙ୍କ ପିତା କେକେ ସିଂ ସହ କଥାବାର୍ତ୍ତା କରି ସୁଶାନ୍ତଙ୍କୁ ନ୍ୟାୟ ମିଳିବ ବୋଲି ମଧ୍ୟ କହିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.