ETV Bharat / sitara

ମା'ଙ୍କ କ୍ୟାନ୍ସର ଚିକିତ୍ସା ହୋଇଥିବା ଆମେରିକା ହସ୍ପିଟାଲରେ ଭର୍ତ୍ତି ହେବେ ସଞ୍ଜୟ

author img

By

Published : Aug 25, 2020, 4:30 PM IST

ଶୁଣିବାକୁ ମିଳୁଛି କ୍ୟାନ୍ସର ଚିକିତ୍ସା ପାଇଁ ଜଲଦି ଆମେରିକା ଯିବେ ସଞ୍ଜୟ । ଆଉ ନିଜ ମା'ଙ୍କ ଚିକିତ୍ସା ହୋଇଥିବା ହସ୍ପିଟାଲରେ କରାଇବେ ନିଜ ଚିକିତ୍ସା ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସଞ୍ଜୟ ଦତ୍ତ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସଞ୍ଜୟ ଦତ୍ତ

ମୁମ୍ବାଇ: ବି-ଟାଉନର ସଞ୍ଜୁ ବାବା ସଞ୍ଜୟ ଦତ୍ତଙ୍କ କ୍ୟାନ୍ସର ଖବରକୁ ନେଇ ଦୁଃଖି ତାଙ୍କ ଫ୍ୟାନ୍ସ । ନିକଟରେ ତାଙ୍କ କ୍ୟାନ୍ସର କଥା ସମସ୍ତଙ୍କୁ ଜଣାପଡିଥିଲା । ସେହିପରି ଚିକିତ୍ସା ପାଇଁ ଗତ ମଙ୍ଗଳବାର ସଞ୍ଜୟଙ୍କୁ ମୁମ୍ବାଇର କୋକିଲାବେନ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେପଟେ ସୋସିଆଲ ମିଡିଆରେ ଫ୍ୟାନ୍ସ ବର୍ତ୍ତମାନ ତାଙ୍କ ପାଇଁ ସୁସ୍ଥ କାମନା କରୁଥିବାର ନଜର ଆସୁଛନ୍ତି । ଇତିମଧ୍ୟରେ ଶୁଣିବାକୁ ମିଳୁଛି ଯେ ଆଗାମୀ ଚିକିତ୍ସା ପାଇଁ ନ୍ୟୁୟର୍କ ଯିବାକୁ ପ୍ରସ୍ତୁତି ଚଳାଇଛନ୍ତି ।

ହେଲେ ମୁଖ୍ୟକଥା ହେଲା ଯେ ସେ ନ୍ୟୁୟର୍କର ସେହି ହସ୍ପିଟାଲରେ ନିଜର ଚିକିତ୍ସା କରାଇବା, ଯେଉଁଠାରେ ତାଙ୍କ ମା' ତଥା ଅଭିନେତ୍ରୀ ନର୍ଗିସଙ୍କ କ୍ୟାନ୍ସର ଚିକିତ୍ସା କରାଯାଇଥିଲା । ଯାହାପାଇଁ ସଞ୍ଜୟକୁ ଆମେରିକାର 5 ବର୍ଷର ଭିସା ମିଳିପାରେ। କ୍ୟାନ୍ସର ରିପୋର୍ଟ ଆସିବା ପରେ ଆମେରିକା ଭିସା ପାଇଁ ଆପ୍ଲାଏ କରିଥିଲେ ସଞ୍ଜୟ । କାରଣ 1993 ବମ ବ୍ଲାଷ୍ଟରେ ଦୋଷୀ ସାବ୍ୟସ୍ତ ହେବା କାରଣରୁ ତାଙ୍କୁ ଭିସା ପାଇବା ପାଇଁ କଷ୍ଟସାଧ୍ୟ ହେଉଛି ।

ପ୍ରକାଶ ଥାଉକି 1981ରେ ନର୍ଗିସ ଆମେରିକାର ମେମୋରିୟଲ ସ୍ଲେନ କ୍ୟାନ୍ସର ସେଣ୍ଟରରେ ଚିକିତ୍ସା କରାଇଥିଲେ । ସେଠାରେ ତାଙ୍କର ପ୍ୟାନିକ୍ରିଏଟିକ କ୍ୟାନ୍ସରର ଚିକିତ୍ସା କରାଯାଇଥିଲା ।

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.