ETV Bharat / sitara

ସୈଫଙ୍କ ଦୁଇ ପୁଅ ଅଭିନୟରେ କରିବେ କ୍ୟାରିୟର, ଖୁଲାସା କଲେ ଅଭିନେତା

author img

By

Published : Nov 21, 2020, 12:35 PM IST

ଇବ୍ରାହିମ ଓ ତୈମୁରଙ୍କ କ୍ୟାରିୟର ବିଷୟରେ କହି ଚର୍ଚ୍ଚାରେ ସୈଫ । ତୈମୁର ପିଲାବେଳୁ ଅଭିନେତା ହୋଇସାରିଥିବା ବେଳେ ଇବ୍ରାହିମ ଅଭିନେତା ହେବାକୁ ଚାହଁଛନ୍ତି । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ

ମୁମ୍ବାଇ: ଧର୍ମଶାଳାରେ ବି-ଟାଉନର ଛୋଟେ ନୱାବ ସୈଫ ଅଲ୍ଲୀ ଖାନ ନିଜର ଆଗାମୀ ଫିଲ୍ମ ‘ଭୂତ ପୋଲିସ’ର ସୁଟିଂ କରୁଛନ୍ତି । ତାଙ୍କ ସହ ଫିଲ୍ମରେ ଦେଖାଯିବେ ଜ୍ୟାକଲିନ ଫର୍ଣ୍ଣାଡେଜ, ଅର୍ଜୁନ କପୁର, ୟାମୀ ଗୌତମ । ପୁରା ପରିବାର ସହ ଧର୍ମଶାଳାରେ ଅଛନ୍ତି ସୈଫ । ଆଉ କାମରୁ ଫୁରସତ ପାଇବା ମାତ୍ରେ ସେ ପରିବାର ସହ ଏନଜୟ କରିବାକୁ ବାହାରି ପଡୁଛନ୍ତି । ତାଙ୍କ ଏହି ଟ୍ରିପର ଅନେକ ଫଟୋ, ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇସାରିଲାଣି । ଇତିମଧ୍ୟରେ ସେ ଦୁଇ ପୁଅଙ୍କ ବିଷୟରେ ଆଲୋଚନା କରି ଚର୍ଚ୍ଚାରେ । ସେ ପୁଅଙ୍କ କ୍ୟାରିୟର ବିଷୟରେ ସମସ୍ତଙ୍କୁ ଜଣାଇଛନ୍ତି ।

ତେବେ କଥାଟି ହେଲା ଯେ ଜ୍ୟାକଲିନ ଏବଂ ଅମାଣ୍ଡା କର୍ନିଙ୍କ ପୋଡକାଷ୍ଟରେ ନଜର ଆସିଥିଲେ ସୈଫ ଆଉ କହିଥିଲେ, ‘ମୋ ବଡ ପୁଅ ସହ ସାନ ପୁଅ ମଧ୍ୟ ଅଭିନେତା ହେବାକୁ ଚାହୁଁଛନ୍ତି । ତୈମୁର କିନ୍ତୁ ଏବେଠୁ ଅଭିନେତା ହୋଇସାରିଲେଣି । କାରଣ ସେ ସମସ୍ତଙ୍କୁ ପିଲାବେଳୁ ମନୋରଞ୍ଜନ କରିଆସୁଛନ୍ତି ।’

ସେହିପରି ନିକଟରେ ଦେଇଥିବା ଏକ ସାକ୍ଷାତକାରରେ କହିଥିଲେ ତାଙ୍କ ବଡ ପୁଅ ଇବ୍ରାହମ ଅଭିନୟ ଦୁନିଆରେ ପଦାର୍ପଣ କରିବାକୁ ପ୍ରସ୍ତୁତି ଅଛନ୍ତି । ସେ ମଧ୍ୟ ଅନ୍ୟ ଷ୍ଟାର କିଡ୍ସଙ୍କ ପରି ବଲିଉଡରେ ନିଜ କ୍ୟାରିୟର କରିବାକୁ ସ୍ଥିର କରିଛନ୍ତି । ଏହାବ୍ୟତୀତ ସୈଫ ଚତୁର୍ଥଥର ବାପା ହେବାକୁ ନେଇ ମଧ୍ୟ ଚର୍ଚ୍ଚାରେ ଅଛନ୍ତି । ନିକଟରେ କରୀନା ଦ୍ବିତୀୟଥର ମା' ହେବାକୁ ସୂଚନା ଦେଇଥିଲେ ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.