ମୁମ୍ବାଇ: ଛୋଟେ ନୱାବ ସୈଫ ଅଲ୍ଲୀ ଖାନ ବଲିଉଡର ଏକମାତ୍ର ଏମିତି ଅଭିନେତା ଯିଏ ନୱାବ ପରିବାରରୁ ଆସିଛନ୍ତି । ତାଙ୍କ ପିତା ଫେମସ କ୍ରିକେଟର ମନସୁର ଅଲ୍ଲୀ ଖାନ ହରିୟାଣାର ପଟୌଦୀ ପରିବାରର ସନ୍ତାନ ଥିଲେ । 1970ରେ ସୈଫଙ୍କ ଜନ୍ମ ନୂଆଦିଲ୍ଲୀରେ ହୋଇଥିଲା । ସେହିପରି ସେ ନିଜ ଅଭିନୟ କ୍ୟାରିୟର ଫିଲ୍ମ ‘ପରମ୍ପାର’ରୁ ଆରମ୍ଭ କରିଥିଲେ । ତାଙ୍କୁ ଫିଲ୍ମ ‘ଆଶିକ ଆୱାରା’ ପାଇ ଫିଲ୍ମଫେୟାରର ସର୍ବଶ୍ରେଷ୍ଠ ପୁରସ୍କାରରେ ପୁରସ୍କୃତ କରାଯାଇଥିଲା । ଏବେ ଆପଣ ଭାବୁଥିବେ ଯେ ଆମେ ଏଠାରେ ତାଙ୍କ ବିଷୟରେ କାହିଁକି କଥା ହେଉଛୁ । କାରଣ ତାଙ୍କ ଜୀବନ ବିଷୟରେ ଖୁବଶୀଘ୍ର ବହିରେ ପଢିବାକୁ ମିଳିବ ।
ଆଜ୍ଞା ହଁ, ଚର୍ଚ୍ଚା ଜୋର ଧରିଛି ଯେ ସେ ନିଜ ବାୟୋଗ୍ରାଫି ଲେଖିବାକୁ ଯାଉଛନ୍ତି । ସେ ନିଜ ବହିରେ ନିଜ ଜୀବନର ସମସ୍ୟା, ପରିବାର, ସଫଳତା, ବିଫଳତା, ପ୍ରେରଣା ଓ ନିଜ ଫିଲ୍ମ ବିଷୟରେ ଲେଖିବେ ।
ପ୍ରକାଶ ଥାଉକି ସୈଫଙ୍କ ବାୟୋଗ୍ରାଫିକୁ ହର୍ପର-କଲିନ୍ସ ପବ୍ଲିଶ କରିବ । ଆଉ ଏହି ବହି ଆସନ୍ତା ବର୍ଷ ସାମ୍ନାକୁ ଆସିବ । ବାୟୋଗ୍ରାଫି ବ୍ୟତୀତ ସେ ଅନ୍ୟ ଏକ କାରଣ ପାଇ ମଧ୍ୟ ଚର୍ଚ୍ଚାରେ ଅଛନ୍ତି । କାରଣ ସେ ପୁଣିଥରେ ପିତା ହେବାକୁ ଯାଉଛନ୍ତି । ନିକଟରେ ତାଙ୍କ ପତ୍ନୀ ତଥା ଲୋକପ୍ରିୟ ଅଭିନେତ୍ରୀ କରୀନା କପୁର ଖାନଙ୍କ ଗର୍ଭବତୀ ଖବର ସାମ୍ନାକୁ ଆସିଥିଲା । ଯାହାର ସୂଚନା ଫ୍ୟାନ୍ସଙ୍କୁ ସୋସିଆଲ ମିଡିଆରେ ଦେଇଥିଲେ ସୈଫ । ତେବେ କରୀନା ଦ୍ବିତୀୟଥର ମା' ହେବାକୁ ଯାଉଥିବା ବେଳେ ସୈଫ ଚତୁର୍ଥଥର ପିତା ହେବାକୁ ଯାଉଛନ୍ତି ।