ମୁମ୍ବାଇ: ଅଭିନେତା ରୋନିତ ରଏ ମାନସିକ ଶାନ୍ତି ଏବଂ ଆତ୍ମାର ସ୍ବାଧୀନତା ଖୋଜୁଛନ୍ତି । 55 ବର୍ଷୀୟ ଅଭିନେତା ରବିବାର ସୋସିଆଲ ମିଡିଆରେ ନିଜ ପ୍ରଶଂସକଙ୍କ ସହ ଜୀବନରୁ ଯାହା ଚାହୁଁଛନ୍ତି ତାହା ବିଷୟରେ ଜଣାଇଥିଲେ । ବର୍ତ୍ତମାନ ଜୀବନରେ ସେ ଖୁସିରେ ରହିବାକୁ ଭାବୁଛନ୍ତି ।
ତେବେ କଥାଟି ହେଲା ଯେ ରବିବାର ସେ ଏକ ଟ୍ବିଟ କରି ଲେଖିଥିଲେ, ‘ଜଣେ ବନ୍ଧୁଙ୍କ ସହ କଥାବାର୍ତ୍ତା କଲାବେଳେ ମୁଁ ଅନୁଭବ କଲି ଯେ କେବଳ ଦୁଇଟି ଜିନିଷ ଅଛି ଯାହା ମୁଁ ପ୍ରକୃତରେ ଚାହୁଁଛି । ପ୍ରଥମଟି ହେଲା ମାନସିକ ଶାନ୍ତି ଆଉ ଦ୍ବିତୀୟଟି ଆତ୍ମାର ସ୍ବାଧୀନତା ।
ସେପଟେ ତାଙ୍କ ଏହି ପୋଷ୍ଟରେ ଫ୍ୟାନ୍ସ କମେଣ୍ଟ କରି ଜୀବନରେ କଣ କଣ ଚାହୁଁଛନ୍ତି ଅଭିନେତାଙ୍କ ସହ ସେୟାର କରିଥିଲେ । ଜଣେ ଫ୍ୟାନ କମେଣ୍ଟରେ ଲେଖିଥିଲେ, ‘ଠିକ୍ କଥା କହିଲ । ସମସ୍ତେ ଜୀବନରେ ଏହି ଦୁଇଟି ଜିନିଷ ଚାହୁଁଛନ୍ତି ।’
-
Was talking to a friend and I realized that there are only 2 things I really really want. 1) peace of mind and 2) freedom of soul #rbr #ronitboseroy #rbrsoeaks #ronitroy
— Ronit Bose Roy (@RonitBoseRoy) March 7, 2021 " class="align-text-top noRightClick twitterSection" data="
">Was talking to a friend and I realized that there are only 2 things I really really want. 1) peace of mind and 2) freedom of soul #rbr #ronitboseroy #rbrsoeaks #ronitroy
— Ronit Bose Roy (@RonitBoseRoy) March 7, 2021Was talking to a friend and I realized that there are only 2 things I really really want. 1) peace of mind and 2) freedom of soul #rbr #ronitboseroy #rbrsoeaks #ronitroy
— Ronit Bose Roy (@RonitBoseRoy) March 7, 2021
ସେହିପରି ଦ୍ବିତୀୟ ଫ୍ୟାନ ଲେଖିଛନ୍ତି, ‘ଉଭୟ ଏହି ଅବକ୍ଷୟ ଜିନିଷ, ପ୍ରକୃତରେ ଏହା କଣ ବା ସେଗୁଡିକ କିପରି ହାସଲ କରାଯିବ ତାହା କେହି ଜାଣନ୍ତି ନାହିଁ । ଏହାର ଉପାୟ ଅଛି କିନ୍ତୁ କେହି ଏହା ହାସଲ କରିନାହାଁନ୍ତି ।’
ପୋଷ୍ଟ ବ୍ୟତୀତ ରୋହିତ ନିଜ ଆଗାମୀ କ୍ରାଇମ ଶୋ ‘ର୍ଜୁମ ଔର ଜଜବାତ୍’ରେ ନଜର ଆସିବେ । ଯାହା ଓଟିଟି ପ୍ଲାଟଫର୍ମରେ ଷ୍ଟ୍ରିମିଂ ହେବାକୁ ଯାଉଛନ୍ତି ।