ମୁମ୍ବାଇ: ହ୍ୟାଣ୍ଡସମ ଆକ୍ଟର ରଣବୀର କପୁର ଦୀର୍ଘ ସମୟ ପରେ ମସ୍ତିମୁଡରେ ନଜର ଆସୁଛନ୍ତି । କୋରାନା ମହାମାରୀ ପାଇଁ କିଛି ମାସରୁ ଘରେ ବନ୍ଦ ଥିବା ରଣବୀର ଏବେ ବାହାରକୁ ବାହାରିଛନ୍ତି । ହେଲେ ଖାସ୍ କଥା ହେଲା ଯେ ଏଥର ସେ ମହଙ୍ଗା ଗାଡିରେ ନୁହେଁ ବରଂ ମହଙ୍ଗା ସାଇକେଲ ଚଲାଉଥିବାର ନଜର ଆସିଛନ୍ତି ।
ଆଜ୍ଞା ହଁ, ଗୁରୁବାର ସକାଳେ ସେ ମା' ନୀତୁ ସିଂଙ୍କ ସହ ବାନ୍ଦ୍ରାରେ ନଜର ଆସିଥିଲେ । କାମ ଚାଲିଥିବା ନିଜ ପୁରୁଣା ବଙ୍ଗଳା ଦେଖିବାକୁ ଘରୁ ବାହାରିଥିଲେ ସେ। ନୀତୁ ଗାଡିରେ ସେଠୁ ଫେରିବାବେଳେ ରଣବୀର ଏକ ସାଇକେଲ ଚଲାଉଥିବାର ନଜର ଆସିଥିଲେ । ଯାହାର ମୂଲ୍ୟ 60 ହଜାର କୁହାଯାଉଛି ।
ପ୍ରକାଶ ଥାଉକି ସେ ନିଜ କଥିତ ଗାର୍ଲଫ୍ରେଣ୍ଡ ତଥା ଅଭିନେତ୍ରୀ ଆଲିୟା ଭଟ୍ଟଙ୍କ ସହ ଖୁବଶୀଘ୍ର ଫିଲ୍ମ ‘ବ୍ରହ୍ମାସ୍ତ୍ର’ରେ ନଜର ଆସିବେ । ଯାହାର ସୁଟିଂ ଗତ 2 ବର୍ଷରୁ ଚାଲିଛି। ଫିଲ୍ମରେ ଏହି ଯୋଡି ବ୍ୟତୀତ ଅମିତାଭ ବଚ୍ଚନ, ନାର୍ଗାଜୁନ ଓ ମୌନୀ ରାୟ ମଧ୍ୟ ମୁଖ୍ୟ ଭୂମିକାରେ ଅଭିନୟ କରୁଥିବାର ଦେଖାଯିବେ ।