ETV Bharat / sitara

ଭେଟେରାନ ଆକ୍ଟର ଗୁରୁ ଦତ୍ତଙ୍କ ବାୟୋପିକ ଘୋଷଣା

author img

By

Published : Jul 29, 2020, 9:42 PM IST

ଆଜି ପର୍ଯ୍ୟନ୍ତ ରହସ୍ୟ ଘେରରେ ଲୋକପ୍ରିୟ ଅଭିନେତା ଗୁରୁ ଦତ୍ତଙ୍କ ମୃତ୍ୟୁ । ଯାହା ଉପରେ ବାୟୋପିକ ନିର୍ମାଣ କରିବେ ନିର୍ମାତା ଶୀତଲ ।

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁମ୍ବାଇ: ବଲିଉଡ ଇଣ୍ଡଷ୍ଟ୍ରିରେ ବର୍ତ୍ତମାନ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟାକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏମିତି ଏକ ଖବର ସାମ୍ନାକୁ ଆସିଛି । ଯାହା ଚର୍ଚ୍ଚାର ବିଷୟ ପାଲଟିଛି । ଆଜ୍ଞା ହଁ, ଇତିମଧ୍ୟରେ ବଲିଉଡର ଏମିତି ଜଣେ ଅଭିନେତାଙ୍କ ବାୟୋପିକ ଘୋଷଣା ହୋଇଛି । ଯାହାଙ୍କ ମୃତ୍ୟୁ ଆଜି ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ରହସ୍ୟମୟୀ ହୋଇ ରହିଛି । ଯେପରି ଏବେ ସୁଶାନ୍ତଙ୍କ ମୃତ୍ୟୁ ରହସ୍ୟ ଘେରରେ। ଏହି ମହାନ ଅଭିନେତା, ନିର୍ମାତା ଓ ନିର୍ଦ୍ଦେଶକ ଗୁରୁ ଦତ୍ତ । ଯାହାଙ୍କ ଉପରେ ଫିଲ୍ମ ନିର୍ମାଣ କରିବାର ଘୋଷଣା କରିଛନ୍ତି ଫେମସ ନିର୍ମାତା ଶୀତଲ ତଲୱାର।

  • Now that the cat’s out of the bag! Can’t wait to get down to this one after 7 years of toil and immeasurable joy. pic.twitter.com/dRwszMWEM0

    — Bhavna Talwar (@BhavnaTalwar) July 29, 2020 " class="align-text-top noRightClick twitterSection" data=" ">

ଶୀତଲ ଏହି ଫିଲ୍ମ ପତ୍ନୀ ଭାବନା ତଲୱାରଙ୍କ ସହ ମିଶି ନିର୍ମାଣ କରିବାକୁ ଚାହୁଁଛନ୍ତି । ଗୁରୁ ଦତ୍ତଙ୍କ ପ୍ରକୃତ ନାମ ବସନ୍ତ କୁମାର ପାଦୁକୋଣେ ଥିଲା । ସେହିପରି ତାଙ୍କ ବାୟୋପିକର ନାମ ‘ପ୍ୟାସା’ ରଖାଯାଇଛି ।

ଗୁରୁ ଦତ୍ତ ଏହି ଟାଇଟେଲରେ ଏକ ଫିଲ୍ମ 1975ରେ ନିର୍ମାଣ କରିଥିଲେ । ଯେଉଁଥିରେ ସେ ଜଣେ କବିଙ୍କ ଜୀବନ ଯାତ୍ରା ଦେଖାଇଥିଲେ । ପ୍ରେମ ଓ ନିଜ ପରିଚୟ ପାଇଁ ସବୁବେଳେ ଯନ୍ତ୍ରଣା ସହିଥିଲେ କବି।

ଫିଲ୍ମ ଉପରେ ସୋସିଆଲ ମିଡିଆରେ ଆଲୋଚନା କରି ଭାବନା କହିଛନ୍ତି, ‘ଏବେ ମାମଲା ସାମ୍ନାକୁ ଆସିସାରିଛି । ମୁଁ ଗତ 7 ବର୍ଷରୁ କରିଥିବା ପରିଶ୍ରମ ଆଉ ଏହି ପ୍ରୋଜେକ୍ଟ ଉପରେ ମୋ କାମ କରିବାର ଖୁସିକୁ ନେଇ ପରିଶେଷରେ ଫିଲ୍ମ ନିର୍ମାଣ କରୁଛି । ଯାହା ପାଇଁ ମୁଁ ଆଉ ଅପେକ୍ଷା କରିପାରୁନାହିଁ ।’

ପୋଷ୍ଟରେ ଭାବନା ଫିଲ୍ମର ସ୍କ୍ରିପ୍ଟର ଫଟୋ ସେୟାର କରିଛନ୍ତି । ପ୍ରକାଶ ଥାଉକି ସାମ୍ବାଦିକାରୁ ଫିଲ୍ମ ନିର୍ମାତା ସାଜିଥିବା ଭାବନାଙ୍କୁ ନିଜ ପ୍ରଥମ ଫିଲ୍ମ ‘ଧର୍ମା’ ପାଇଁ ରାଷ୍ଟ୍ରୀୟ ଫିଲ୍ମ ପୁରସ୍କାର ମିଳିଥିଲା।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.