ETV Bharat / sitara

ଅମିତାଭଙ୍କୁ ସମର୍ଥନ କରି ଦଣ୍ଡ ପାଇଥିଲେ ଗୋବିନ୍ଦା !

ଡିଜିଟାଲ ପ୍ଲାଟଫର୍ମରେ ପଦାର୍ପଣ କରିବେ ଗୋବିନ୍ଦା । ଏହାର ସୂଚନା ଦେବା ସହ ବଲିଉଡରେ ପରିବାରବାଦ ଶିକାର ହେବା କଥା କହି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି ଅଭିନେତା । ଅଧିକ ପଢନ୍ତୁ...

author img

By

Published : Mar 15, 2021, 9:05 AM IST

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ

ମୁମ୍ବାଇ: ବଲିଉଡର ଜଣାଶୁଣା ଅଭିନେତା ଗୋବିନ୍ଦା ଦୀର୍ଘ ସମୟରୁ ନିଜ ଅଭିନୟ ଏବଂ କମେଡି ଅନ୍ଦାଜ ଦ୍ବାରା ଦର୍ଶକଙ୍କ ବେଶ୍ ମନୋରଞ୍ଜନ କରିଆସୁଛନ୍ତି । ଏଥର ସେ ଯୋଜନା କରିଛନ୍ତି ଡିଜିଟାଲ ପ୍ଲାଟଫର୍ମରେ ମଧ୍ୟ ସମସ୍ତଙ୍କ ମନୋରଞ୍ଜନ କରିବାକୁ । କାରଣ ଓଟିଟି ପ୍ଲାଟଫର୍ମରେ ଖୁବଶୀଘ୍ର ଡେବ୍ୟୁ କରିବାକୁ ଯାଉଛନ୍ତି ସେ । ବର୍ତ୍ତମାନ ସ୍କ୍ରିପ୍ଟ ପଢୁଛନ୍ତି ବୋଲି ନିକଟରେ ଖୁଲାସା କରିଥିଲେ । ଏହାବ୍ୟତୀତ ସେ ବିଗ ବି ଅମିତାଭ ବଚ୍ଚନଙ୍କୁ ନେଇ ଏମିତି କଥା କହିଛନ୍ତି, ଯାହା ବର୍ତ୍ତମାନ ଚର୍ଚ୍ଚାରେ ।

ବଲିଉଡରେ ପରିବାରବାଦ ବିଷୟରେ ଆଲୋଚନା କରି ସେ କହିଥିଲେ, ‘ମୁଁ ମଧ୍ୟ ଏହାର ଶିକାର ହୋଇସାରିଛି। ମୁଁ ଅମିତାଭଙ୍କୁ ସଂଘର୍ଷ କରୁଥିବାର ଦେଖିଥିଲେ ଏବଂ ସେ ଯେତେବେଳେ ମଞ୍ଚକୁ ଆସୁଥିଲେ ତେବେ ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକ ସେଠାରୁ ଚାଲିଯାଉଥିଲେ । ହେଲେ ମୁଁ ତାଙ୍କୁ ସମର୍ଥନ କରିଥିଲେ । ଯାହା ପାଇଁ ମତେ ହଇରାଣ କରିଥିଲେ ଇଣ୍ଡଷ୍ଟ୍ରିର କିଛି ଲୋକ । ଯେଉଁଠାରେ ଅମିତାଭଙ୍କୁ ସମସ୍ତେ ଗ୍ରହଣ କିରିନେଲେ ସେହିଠାରେ ମତେ ଟାର୍ଗେଟ କରାଗଲା । ସମର୍ଥନ କରିବାର ଦଣ୍ଡ ମୁଁ ପାଇଲେ। ହାତରୁ ତାଙ୍କର ଚାଲିଗଲା ଅନେକ ଫିଲ୍ମ । ହେଲେ ଏହାକୁ ନେଇ ମୁଁ ଦୁଃଖି ନୁହେଁ ।’

ପୂର୍ବରୁ ମଧ୍ୟ ଅନେକଥର ପରିବାରବାଦ ବିଷୟରେ ଆଲୋଚନା କରିସାରିଛନ୍ତି ଅଭିନେତା । କେବଳ ସେ ନୁହେଁ ଅନେକ ଆଉଟସାଇଡର ଏହାର ଶିକାର ହୋଇସାରିଛନ୍ତି । ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରଠୁ ପୁଣିଥରେ ବଲିଉଡରେ ପରିବାରବାଦର ନିଆଁ ଜଳି ଉଠିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.