ମୁମ୍ବାଇ: ଫେମସ ନିର୍ଦ୍ଦେଶକ ଅନୁଭବ ସିହ୍ନାଙ୍କ ଅପକମିଂ ଫିଲ୍ମ ‘ଅନେକ’ରେ ନଜର ଆସିବେ ବି-ଟାଉନକ ବିକ୍କୀ ଡୋନର ଆୟୁଷ୍ମାନ ଖୁରାନା । ନିକଟରେ ଫିଲ୍ମର ସୁଟିଂ ଆରମ୍ଭ କରିଥିଲେ ଅଭିନେତା । ଏହାବ୍ୟତୀତ ଆୟୁଷ୍ମାନଙ୍କ ପାଖରେ ଆଉ ଏକ ରୋମାଣ୍ଟିକ ଡ୍ରାମା ଫିଲ୍ମ ‘ଚଣ୍ଡିଗଡ କରେ ଆଶିକୀ’ ମଧ୍ୟ ଅଛି । ଯେଉଁଥିରେ ତାଙ୍କ ସହ ରୋମାନ୍ସ କରିବେ ସେକ୍ସୀ ଅଭିନେତ୍ରୀ ବାଣୀ କପୁର । ଇତିମଧ୍ୟରେ ‘ଅନେକ’କୁ ନେଇ ସାମ୍ନାକୁ ଆସିଲା ଗୁଡନ୍ୟୁଜ । ଫିଲ୍ମ ଦେଖିବାକୁ ବ୍ୟାକୁଳ ଥିବା ଦର୍ଶକଙ୍କ ପାଇଁ ଖୁସି ଖବର । କାରଣ ଘୋଷଣା ହୋଇଯାଇଛି ଫିଲ୍ମର ରିଲିଜ ତାରିଖ ।
ସୋମବାର ଦିନ ଫିଲ୍ମର ରିଲିଜ ତାରିଖ ଘୋଷଣା କରିଥିଲେ ମେକର୍ସ । ଆସନ୍ତା ସେପ୍ଟେମ୍ବର 17ରେ ବଡ ପରଦାରେ ଫିଲ୍ମ ଦେଖିବେ ଦର୍ଶକ । ସେପଟେ ଆୟୁଷ୍ମାନ ମଧ୍ୟ ଟ୍ବିଟ କରି ଫ୍ୟାନ୍ସଙ୍କୁ ରିଲିଜ ତାରିଖର ସୂଚନା ଦେଇଛନ୍ତି ।
-
Naam #ANEK, lekin release date ek! Milte hai aapse 17th September 2021 ko! @anubhavsinha #BhushanKumar @TSeries @BenarasM pic.twitter.com/D1Ae4XV9Eg
— Ayushmann Khurrana (@ayushmannk) February 22, 2021 " class="align-text-top noRightClick twitterSection" data="
">Naam #ANEK, lekin release date ek! Milte hai aapse 17th September 2021 ko! @anubhavsinha #BhushanKumar @TSeries @BenarasM pic.twitter.com/D1Ae4XV9Eg
— Ayushmann Khurrana (@ayushmannk) February 22, 2021Naam #ANEK, lekin release date ek! Milte hai aapse 17th September 2021 ko! @anubhavsinha #BhushanKumar @TSeries @BenarasM pic.twitter.com/D1Ae4XV9Eg
— Ayushmann Khurrana (@ayushmannk) February 22, 2021
ଆଉ ଟ୍ବିଟରେ ଲେଖିଛନ୍ତି, ‘ନାମ୍ ହ୍ୟାସଟ୍ୟାଗ୍ ଅନେକ ଲେକିନ୍ ରିଲିଜ ଡେଟ୍ ଏକ । ମିଲତେ ହେ ଆପସେ ସେପ୍ଟେମ୍ବର 17 କୋ ।’ ପ୍ରକାଶ ଥାଉକି ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ବ ଅନୁଭବ ତୁଲାଉଥିବା ବେଳେ ଏହାର ପ୍ରଯୋଜନା ମଧ୍ୟ ଟି-ସିରିଜ ସହ ମିଶି ସେ କରୁଛନ୍ତି ।
ଗତ ଜାନୁଆରୀ ମାସରେ ଫିଲ୍ମର ସୁଟିଂ ଆରମ୍ଭ କରିଥିଲେ ଆୟୁଷ୍ମାନ । ବର୍ତ୍ତମାନ ନର୍ଥ ଇଷ୍ଟରେ ଚାଲିଛି ସୁଟିଂ । ଏହି ଫିଲ୍ମ ଆୟୁଷ୍ମାନଙ୍କ ଏବର୍ଷର ଦ୍ବିତୀୟ ରିଲିଜ ହେବାକୁ ଯାଉଥିବା ଫିଲ୍ମ । କାରଣ ଏହା ପୂର୍ବରୁ ରିଲିଜ ହେବ ତାଙ୍କ ଅଭିନୀତ ‘ଚଣ୍ଡିଗଡ କରେ ଆଶିକୀ’ । ଶେଷଥର ସେ ସୁଜିତ ସିରକାରଙ୍କ କମେଡି ଡ୍ରାମା ଫିଲ୍ମ ‘ଗୁଲାବୋ-ସିତାବୋ’ରେ ନଜର ଆସିଥିଲେ । ଆଉ ତାଙ୍କ ପାର୍ଟନର ସାଜିଥିଲେ ବିଗ୍ ବି ଅମିତାଭ ବଚ୍ଚନ ।