ETV Bharat / sitara

ବ୍ରିଟେନର 2020 ସେଲିବ୍ରିଟି ତାଲିକା ଶୀର୍ଷରେ ସୋନୁ

author img

By

Published : Dec 10, 2020, 8:43 AM IST

ମହାମାରୀ ସମୟରେ ଅନ୍ୟକୁ ସାହାଯ୍ୟ ପାଇଁ ଅଭିନେତା ସୋନୁଙ୍କୁ ଲଣ୍ଡନରେ ସମ୍ମାନିତ କରାଯାଇଛି । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ଲଣ୍ଡନ: ସୋନୁ ସୁଦ ଏମିତି ଅଭିନେତା ଯାହାଙ୍କୁ ଭଗବାନଙ୍କ ସହ ତୁଳନା କରୁଛନ୍ତି ସମସ୍ତେ । କୋରୋନା ସଙ୍କଟ ସମୟରେ ଦେଶବାସୀଙ୍କ ଦୁଃଖ ଦୂର କରିବାକୁ ସବୁ ଅସମ୍ଭବ ଚେଷ୍ଟା କରିଛନ୍ତି ସେ । କେବଳ ଭାରତରେ ନୁହେଁ ବିଦେଶରେ ଫସି ରହିଥିବା ଲୋକଙ୍କୁ ନିଜ ନିଜ ଘରକୁ ମଧ୍ୟ ସୁରକ୍ଷିତ ପଠାଇବାରେ ସେ ସଫଳ । ଏଯାବତ ଏହି କ୍ରମରେ ନିଜକୁ ସକ୍ରିୟ ରଖିଛନ୍ତି ସେ । ଏହି ମହାନ କାରଣ ପାଇଁ ତାଙ୍କୁ ଆଉ ଏକ ସମ୍ମାନରେ ସମ୍ମାନିତ କରାଯାଇଛି । ଆଜ୍ଞା ହଁ, ବୁଧବାର ଲଣ୍ଡନରେ ଲଞ୍ଚ ହୋଇଥିବା ପ୍ରଥମ ବ୍ରିଟେନର 2020 ସେଲିବ୍ରିଟି ଚଳିତ ବର୍ଷ କୋରୋନା ମହାମାରୀ ସମୟରେ ତାଙ୍କର ସାହାସିକ ଉଦ୍ୟମ ପାଇଁ ସୋନୁଙ୍କୁ ବିଶ୍ବର ଏକ ନମ୍ବର ସାଉଥ ଏସିଆ ସେଲିବ୍ରିଟି ଭାବରେ ସମ୍ମାନିତ କରାଯାଇଛି ।

47 ବର୍ଷିୟ ସୋନୁ ସମସ୍ତଙ୍କୁ ପଛରେ ପକାଇ ବିଶ୍ବର 50 ଜଣ ଏସୀୟ ସେଲିବ୍ରିଟି ତାଲିକାରେ ଶୀର୍ଷରେ ରହିବାକୁ ସଫଳ ହୋଇଛନ୍ତି । ଏଥିରେ ସେହି କଳାକାରଙ୍କୁ ସମ୍ମାନ ଦିଆଯାଏ, ଯେଉଁମାନେ ସେମାନଙ୍କର କାର୍ଯ୍ୟକଳାପ ସହିତ ଏକ ସକରାତ୍ମକ ପ୍ରଭାବ ପକାଇଥିଲେ କିମ୍ବା ସେମାନେ ଅନନ୍ୟ ଉପାୟରେ ପ୍ରେରଣାଦାୟକ ସାଜିଥିଲେ । ଆଉ ନାମାଙ୍କନ ପାଇଁ ସେମାନଙ୍କ ଅନେକ ସୋସିଆଲ ମିଡିଆ ପୋଷ୍ଟ ସଂଗ୍ରହ କରାଯାଇଥିଲା ।

ଏହି ଅବସରରେ ସୋନୁ କହିଛନ୍ତି,‘ମହାମାରୀ ସମୟରେ ମୁଁ ଅନୁଭବ କଲି ଯେ ମୋର ଦେଶବାସୀଙ୍କୁ ସାହାଯ୍ୟ କରିବା ମୋର କର୍ତ୍ତବ୍ୟ । ଏହା ଏକ ପ୍ରବୃତ୍ତି ଯାହା ମନ ଭିତରୁ ଆସିଥିଲା ​​। ଲକଡାଉନ ସମୟରେ ଭାରତୀୟ ପ୍ରବାସୀ ଶ୍ରମିକଙ୍କୁ ସାହାଯ୍ୟ କରିଥିବାରୁ ମତେ ଅନେକ ପ୍ରେମ, ସ୍ନେହ ମିଳିଛି । ଯାହାପାଇଁ ମୁଁ କୃତଜ୍ଞ । ମୁଁ ଭାବୁଛି ଲୋକଙ୍କ ସମସ୍ତ ପ୍ରେମ ଯାହା ମୁଁ ଗ୍ରହଣ କରିଛି ତାହା କେବଳ ସେମାନଙ୍କର ଇଚ୍ଛା ଏବଂ ପ୍ରାର୍ଥନା । ଲୋକଙ୍କ ସେବା କରିବା ମୋ ମୋର ଶେଷ ନିଶ୍ବାସ ପର୍ଯ୍ୟନ୍ତ ବନ୍ଦ କରିବି ନାହିଁ ।’

‘ଇଷ୍ଟର୍ନ ଆଇ’ ମନୋରଞ୍ଜନ ସମ୍ପାଦକ ଅଜାଦ ନାଜିର ଏହି ତାଲିକା ପ୍ରସ୍ତୁତ କରିଛନ୍ତି । ଆଉ ତାଲିକା ପ୍ରସ୍ତୁତି ସମୟରେ ସେ କହିଥିଲେ ଯେ ସୋନୁ ଜଣେ ଯୋଗ୍ୟ ବିଜେତା କାରଣ ଲକଡାଉନ୍ ସମୟରେ କୌଣସି ସେଲିବ୍ରିଟି ଅନ୍ୟମାନଙ୍କୁ ସାହାଯ୍ୟ କରିବା ପାଇଁ ସେତିକି କରିନାହାଁନ୍ତି, ଯେମିତି ସେ କରିଛନ୍ତି । ଏଥିପାଇଁ ରାଙ୍କିଙ୍ଗରେ ଶୀର୍ଷରେ ସୋନୁଙ୍କ ନାମ ରହିବା ଯୋଗ୍ୟ ।

ପ୍ରକାଶ ଥାଉକି ଏହି ତାଲିକାରେ ଦ୍ବିତୀୟ ସ୍ଥାନ ଅକ୍ତିଆର କରିଛନ୍ତି କାନାଡିଆନ ୟୁଟ୍ୟୁବର ତଥା ସୋସିଆଲ ମିଡିଆ ଷ୍ଟାର, ହାସ୍ୟ ଅଭିନେତ୍ରୀ ଲିଲି ସିଂ । ତାଙ୍କ ପଥପ୍ରଦର୍ଶନ ଯାତ୍ରା, ଉଲ୍ଲେଖନୀୟ ଆଉଟପୁଟ୍ ଏବଂ ଦର୍ଶକଙ୍କ ମନୋରଞ୍ଜନ ସେହି ସମୟରେ କରିଥିଲେ, ଯେତେବେଳେ ଲୋକଙ୍କୁ ଏହାର ଆବଶ୍ୟକ ଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.