ETV Bharat / sitara

ବଲିଉଡରେ ପରିବାରବାଦକୁ ନେଇ ଏମିତି କହିଲେ ଜୁନିୟର ବଚ୍ଚନ

author img

By

Published : Nov 6, 2020, 2:19 PM IST

ବଲିଉଡରେ ଚାଲିଥିବା ପରିବାରବାଦ ପ୍ରସଙ୍ଗ ଉପରେ ମୁହଁ ଖୋଲିଲେ ଅଭିଷେକ। କହିଲେ ପିତା କେବେ ଖୋଜିନାହାଁନ୍ତି ତାଙ୍କ ପାଇଁ କାମ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ମୁମ୍ବାଇ: ବି-ଟାଉନର ଜୁନିୟର ବଚ୍ଚନ ଅଭିଷେକ ନିଜ ଆଗାମୀ ଫିଲ୍ମ ‘ଲୁଡୋ’କୁ ନେଇ ଚର୍ଚ୍ଚାରେ । ନିକଟରେ ସେ ଡିଜିଟାଲ ପ୍ଲାଟଫର୍ମରେ ପଦାର୍ପଣ କରିଥିଲେ । ବ୍ୟାକ ଟୁ ବ୍ୟାକ ଫିଲ୍ମ ନେଇ ସେ ଖୁବଶୀଘ୍ର ପରଦାକୁ ଫେରିବେ। ଅଭିଷେକ 200ରେ ଫିଲ୍ମ ‘ରିଫ୍ୟୁଜି’ ଜରିଆରେ ବଲିଉଡରେ ଡେବ୍ୟୁ କରିଥିଲେ । ଇତିମଧ୍ୟରେ ସେ ନିଜ ଫିଲ୍ମ ସହ ପିତା ତଥା ସୁପରଷ୍ଟାର ଅମିତାଭ ବଚ୍ଚନଙ୍କୁ ନେଇ ବଡ ଖୁଲାସା କରିଛନ୍ତି । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

କଥାଟି ହେଲା ଯେ ସେ ଏକ ସାକ୍ଷାତକାରରେ ଯୋଗ ଦେଇ କହିଛନ୍ତି, ‘ଦର୍ଶକ ଯଦି ଆପଣଙ୍କ କାମକୁ ସ୍ବୀକାର କରୁନାହାଁନ୍ତି ତେବେ ଇଣ୍ଡଷ୍ଟ୍ରିରେ ତିଷ୍ଠି ରହିବା କଷ୍ଟସାଧ୍ୟ। ସବୁଆଡେ ବର୍ତ୍ତମାନ ବଲିଉଡରେ ପରିବାରବାଦ ଚାଲିଥିବା କଥା ଉଠୁଛି । ହେଲେ ମୋ ବାପା ଅମିତାଭ କେବେ ମଧ୍ୟ ମୋ ପାଇଁ କୌଣସି ଫିଲ୍ମ ପାଇଁ କାହାରିକୁ କଲ କରିନାହାଁନ୍ତି । ସେ କେବେ ମୋ ପାଇଁ ଫିଲ୍ମ ନିର୍ମାଣ କରିନାହାଁନ୍ତି । ଏହାର ବିପରୀତ ମୁଁ ତାଙ୍କ ପାଇଁ ଫିଲ୍ମ ‘ପା’ର ପ୍ରଯୋଜନା କରିଥିଲି । ଲୋକଙ୍କୁ ବୁଝିବାକୁ ପଡିବ ଯେ ଏହା ଏକ ବିଜନେସ । ପ୍ରଥମ ଫିଲ୍ମରେ ଯଦି ଆପଣଙ୍କ ଅଭିନୟ ଦର୍ଶକଙ୍କ ମନ କିଣିପାରୁନାହିଁ ତେବେ ଆପଣଙ୍କୁ କାମ ମିଳିବ ନାହିଁ। ଏହା କଳାକାରଙ୍କ ଜୀବନର ପ୍ରକୃତ ସତ କଥା। ମୁଁ ଜାଣିଛି ମତେ ଅନେକ ଫିଲ୍ମରୁ ରିପ୍ଲେସ କରାଯାଇଥିଲା । ମତେ ମଧ୍ୟ ନିରାଶାର ସାମ୍ନା କରିବାକୁ ପଡିଥିଲା । ହେଲେ ଲୋକେ ଭାବୁଛନ୍ତି ଅମିତାଭଙ୍କ ପୁଅ ତ ସେଥିପାଇଁ ସୁନା ଚାମଚ ଧରି ଜନ୍ମ ହୋଇଛି । କିନ୍ତୁ ବାସ୍ତବ ଆଉ କିଛି।’

ପ୍ରକାଶ ଥାଉକି ତାଙ୍କ ଅଭିନୀତ ଫିଲ୍ମ ‘ଲୁଡୋ’ ଆସନ୍ତା 12 ତାରିଖରେ ନେଟଫ୍ଲିକ୍ସରେ ରିଲିଜ ହେବାକୁ ଯାଉଛି । ଏହା ଏକ କମେଡି ଡ୍ରାମା ଓ ମଲ୍ଟି ଷ୍ଟାରର ଫିଲ୍ମ । ଯେଉଁଥିରେ ଅଭିଷେକଙ୍କ ସହ ରାଜକୁମାର ରାଓ, ଆଦିତ୍ୟା ରାୟ କପୁର, ସନୟା ମଲହୋତ୍ରା ଓ ଫାତିମା ସନା ସେଖଙ୍କ ଭଳି କଳାକାର ନଜର ଆସିବେ । ନିକଟରେ ଫିଲ୍ମରେ ଜବରଦସ୍ତ ଟ୍ରେଲର ରିଲିଜ ହୋଇଥିଲା।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.