ETV Bharat / sitara

ସହଯୋଗ ହାତ ବଢାଇଲେ ଗୁରମିତ-ଦେବିନା, ଦାନ କଲେ ପ୍ଲାଜମା

author img

By

Published : Apr 24, 2021, 1:23 PM IST

ଚର୍ଚ୍ଚାରେ ଫେମସ ଯୋଡି ଗୁରମିତ ଓ ଦେବିନା । କୋରୋନା ପରେ ନିଜ ପ୍ଲାଜମା ଦାନ କରିଛନ୍ତି ଦୁହେଁ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଦେବିନା
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଦେବିନା

ମୁମ୍ବାଇ: କୋରୋନା ଭାଇରସର ଦ୍ବିତୀୟ ଲହର ପାଇଁ ଦେଶରେ ବଢିଚାଲିଛି କୋରୋନା ସଂକ୍ରମିତଙ୍କ ସଂଖ୍ୟା । କ୍ରମାଗତ ଭାବେ ବୃଦ୍ଧି ପାଉଛି ଏହି ଭାଇରସ। ଚିକିତ୍ସା ସୁବିଧା ଅଭାବ ରହିଛି ଏବଂ ସଂକ୍ରମିତ ରୋଗୀମାନେ ବେଳେବେଳେ ଅମ୍ଳଜାନ ସିଲିଣ୍ଡର କିମ୍ବା ପ୍ଲାଜମା ଅଭାବ ହେତୁ ଅସୁବିଧାର ସମ୍ମୁଖୀନ ମଧ୍ୟ ହେଉଛନ୍ତି । ଯାହାକୁ ଦୃଷ୍ଟିରେ ରଖି ଟିଭି ଓ ବଲିଉଡର ଫେମସ କପଲ ଗୁରମୀତ ଚୌଧୁରୀ ଓ ଦେବିନା ଲୋକଙ୍କୁ ସହଯୋଗର ହାତ ବଢାଇଛନ୍ତି ।

ଦୁହେଁ ନିଜର ପ୍ଲାଜମା ଦାନ କରି ବର୍ତ୍ତମାନ ଚର୍ଚ୍ଚାରେ । ଯାହାକୁ ନେଇ ଫ୍ୟାନ୍ସ ତାଙ୍କ ପ୍ରଶଂସା କରିବାରେ ଲାଗିଛନ୍ତି । ପ୍ଲାଜମା ଦାନ କରିବାର ଫଟୋ ସେୟାର କରି ଲୋକଙ୍କୁ ପ୍ଲାଜମା ଦାନ କରିବାକୁ ଅନୁରୋଧ ମଧ୍ୟ କରିଛନ୍ତି ଏହି ଯୋଡି ।

ପ୍ରକାଶ ଥାଉକି ଦିଲ୍ଲୀରେ ଅମ୍ଳଜାନର ଅଭାବ ହେତୁ ରୋଗୀମାନେ ବହୁତ ଯନ୍ତ୍ରଣା ଭୋଗୁଛନ୍ତି। ବଲିଉଡ ଅଭିନେତ୍ରୀ ସୁସ୍ମିତା ସେନ୍ ମଧ୍ୟ ତାଙ୍କ ଉଦ୍ୟମରେ ମୁମ୍ବାଇରୁ ଦିଲ୍ଲୀକୁ ଅମ୍ଳଜାନ ପରିବହନ କରିବାକୁ ଚେଷ୍ଟା କରିଥିଲେ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.