ETV Bharat / sitara

ସୁଶାନ୍ତଙ୍କ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ, ମିଳିଲାନି କିଛି ତଥ୍ୟା

author img

By

Published : Jun 15, 2020, 3:22 PM IST

ପୋଲିସ ସୁଶାନ୍ତି ସିଂ ରାଜପୁତଙ୍କ ଆତ୍ମହତ୍ୟାରେ କ୍ରମାଗତ ଭାବେ ତଦନ୍ତ ଚଳାଇଛି । ବ୍ୟାଙ୍କ ଆକାଉଣ୍ଟ ମଧ୍ୟ ସରିଲାଣି ଯାଞ୍ଚ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସୁଶାନ୍ତ ସିଂ ରାଜପୁତ

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟାରେ ସ୍ତବ୍ଧ ବଲିଉଡ । ପୋଷ୍ଟମର୍ଟମ ରିପୋର୍ଟରୁ ସ୍ପଷ୍ଟ ହୋଇଛି ତାଙ୍କ ଆତ୍ମହତ୍ୟା । ରବିବାର ସେ ମୁମ୍ବାଇ ସ୍ଥିତ ନିଜ ଘରେ ଫ୍ୟାନରେ ଫାଶି ଲଗାଇ ଆତ୍ମହତ୍ୟା କରିଥିଲେ । ଆଜି ତାଙ୍କର ଅନ୍ତମ ସଂସ୍କାର ମୁମ୍ବାଇରେ କରାଯିବ । ଡାକ୍ତର ତାଙ୍କ ଗୁରୁତ୍ବପୂର୍ଣ୍ଣ ଅଙ୍ଗ ଗୁଡିକୁ ଅଧିକ ପରୀକ୍ଷା ପାଇଁ ଜେଜେ ହସ୍ପିଟାଲ ପଠାଇଛନ୍ତି । ଯେଉଁଠାରେ ଶରୀରରେ ଡ୍ରଗ୍ସ କିମ୍ବା କୌଣସି ନିଶା ଔଷଧର ଉପସ୍ଥିତି ଚିହ୍ନଟ ହେବ । ଇତିମଧ୍ୟରେ ପୋଲିସ ସୁଶାନ୍ତଙ୍କ ବ୍ୟାଙ୍କ ବିବରଣୀ ଯାଞ୍ଚ କରିଛି । ଏହାସହ ତାଙ୍କ ବିବାହକୁ ନେଇ ମଧ୍ୟ କିଛି ସୂଚନା ସାମ୍ନାକୁ ଆସିଛି ।

ପ୍ରକାଶ ଥାଉକି ମୁମ୍ବାଇ ପୋଲିସ ସୁଶାନ୍ତଙ୍କ ବ୍ୟାଙ୍କ ଆକାଉଣ୍ଟ ସହ ଜଡିତ ଦଲିଲଗୁଡ଼ିକୁ ଯାଞ୍ଚ କରିଛି । ହେଲେ ଏଥିରୁ କୌଣସି ତଥ୍ୟା ମିଳିନାହିଁ । ସେହିପରି ପୋଷ୍ଟମର୍ଟମ ରିପୋର୍ଟରେ ମଧ୍ୟ ସ୍ପଷ୍ଟ ହୋଇଛି ଯେ ସେ କୌଣସି ଔଷଧ ମଧ୍ୟ ଖାଇନଥିଲେ । ବର୍ତ୍ତମାନ ପୋଲିସ ତାଙ୍କ ଆତ୍ମହତ୍ୟାର ଯାଞ୍ଚ ତାଙ୍କ ରିଲେସନଶିପ ଓ ପରିବାରକୁ ନେଇ କରିବାରେ ବ୍ୟସ୍ତ ।

ଏହା ମଧ୍ୟ ଶୁଣିବାକୁ ମିଳୁଛି ଯେ ସୁଶାନ୍ତ ନିକଟରେ ନିଜ ପିତା କେକେ ସିଂଙ୍କ ସହ କଥାବାର୍ତ୍ତା କରିଥିଲେ । ଯେଉଁଥିରେ ସେ ନଭେମ୍ବରରେ ବିବାହ କରିବା କଥା କହିଥିଲେ । ଆଉ ତାଙ୍କ ବନ୍ଧୁ ପୋଲିସକୁ ବୟାନ ଦେଇଛନ୍ତି ଯେ ସୁଶାନ୍ତ ଯେଉଁ ଝିଅଙ୍କୁ ବିବାହ କରିବାକୁ ଚାହୁଁଥିଲେ, ତାଙ୍କ ସହ ରିଲେସନଶିପରେ ସବୁ କିଛି ଠିକ୍ ନଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.