ETV Bharat / sitara

କାର୍ତ୍ତିକଙ୍କ ପ୍ରଶଂସାରେ ପିଏମ ମୋଦି

author img

By

Published : Mar 21, 2020, 6:59 PM IST

ଟ୍ବିଟ କରି ଅଭିନେତା କାର୍ତ୍ତିକ ଆର୍ୟନଙ୍କ ଗୁଣ ଗାନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତାଙ୍କ କୋରୋନା ସଚେତନ ବାର୍ତ୍ତାର ଖୁବ୍ ପ୍ରଶଂସା କରିଛନ୍ତି ସେ।

pm narendra modi
ଡିଜାଇନ ଫଟୋ

ମୁମ୍ବାଇ: ଭାରତରେ କୋରୋନା ଭାଇରସ ସଂକ୍ରମିତ ଲୋକଙ୍କ ସଂଖ୍ୟା ବଢିଚାଲିଛି। ଏଯାବତ 271ରେ ପହଞ୍ଚିଲାଣି ସଂକ୍ରମିତଙ୍କ ସଂଖ୍ୟା। ଏପରି ପରିସ୍ଥିତିରେ ସରକାରଙ୍କ ସହ ବଲିଉଡ ଷ୍ଟାର୍ସ ମଧ୍ୟ ଜନସାଧାରଣଙ୍କୁ ସଚେତନ ବାର୍ତ୍ତା ବାଣ୍ଟିବାରେ ଲାଗିଛନ୍ତି।

tweet
ଭିଡିଓ ସୌଜନ୍ୟ: ଟ୍ବିଟର@ନରେନ୍ଦ୍ର ମୋଦି

ନିକଟରେ ବି-ଟାଉନର କ୍ୟୁଟ ଆକ୍ଟର କାର୍ତ୍ତିକ ଆର୍ୟନ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରି ଜନତାଙ୍କୁ ଘରେ ରହିବାକୁ ପରାର୍ମଶ ଦେଇଥିଲେ। ସେ ନିଜ ଅଭିନୀତ ଫିଲ୍ମ ‘ପ୍ୟାର କା ପଞ୍ଚନାମା’ର ନନ-ଷ୍ଟପ ଡାଇଲଗ ଭଳି ଡାଇଲଗ କହି ଫ୍ୟାନ୍ସଙ୍କୁ ସୁରକ୍ଷିତ ରହିବାକୁ କହିଥିଲେ।

ତାଙ୍କର ଏହି ପଦକ୍ଷେପର ଖୁବ୍ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତାଙ୍କ ବାର୍ତ୍ତା ଓ ଷ୍ଟାଇଲର ପ୍ରଶଂସା କରି ମୋଦି ଟ୍ବିଟରରେ ଲେଖିଛନ୍ତି, ‘ଏହି ଯୁବ ଅଭିନେତାଙ୍କ ପାଖରେ କିଛି କହିବାକୁ ଅଛି। ଏହି ସମୟରେ ଅଧିକ ସାବଧାନ ରହିବା ଏବଂ କୋରୋନାର ପଞ୍ଚନାମା କରିବାର ଆବଶ୍ୟକ ରହିଛି।’

ପ୍ରକାଶ ଥାଉକି ମହାରାଷ୍ଟ୍ର ସରକାର ସଚେତନା ବାର୍ତ୍ତା ଜନସାଧାରଣଙ୍କୁ ବାଣ୍ଟିବା ପଦକ୍ଷେପ ନେଇଛନ୍ତି । ଯାହା ସମର୍ଥନ କରି ସେଲିବ୍ରିଟି ନିଜ ନିଜ ଭିଡିଓ ତିଆରି କରି ଜନତାଙ୍କୁ ସୁରକ୍ଷା ରହିବାକୁ ପରାମର୍ଶ ଦେଉଥିବାର ନଜର ଆସୁଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.