ETV Bharat / sitara

ଶ୍ରୀରାମ ଲାଗୁଙ୍କ ନିଧରେ ପିଏମ ମୋଦିଙ୍କ ଶୋକ ପ୍ରକାଶ

author img

By

Published : Dec 18, 2019, 6:04 PM IST

92 ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ଫେମସ ଅଭିନେତା ଶ୍ରୀରାମ ଲାଗୁ। ଟ୍ବିଟରରେ ଶୋକ ପ୍ରକାଶ କଲେ ପିଏମ ନରେନ୍ଦ୍ର ମୋଦି।

shriram lagoo death
ଡିଜାଇନ ଫଟୋ

ମୁମ୍ବାଇ: ମଙ୍ଗଳବାର ବିଶିଷ୍ଟ ଅଭିନେତା ଶ୍ରୀରାମ ଲାଗୁଙ୍କ ଦେହାନ୍ତ ହୋଇଥିଲା। 92 ବର୍ଷ ବୟସରେ ସେ ଦୁନିଆକୁ ଅଲବିଦା କହିଛନ୍ତି। ତାଙ୍କ ମୃତ୍ୟୁ ପୁଣେର ଦୀନାନାଥ ମଙ୍ଗେସକର ମେଡିକାଲରେ ଘଟିଛି। ଦୀର୍ଘ ସମୟ ଧରି ବାର୍ଦ୍ଧକ୍ୟଜନିତ ରୋଗରେ ପୀଡିତ ଥିଲେ ଶ୍ରୀରାମ। ତାଙ୍କୁ ମୃତ୍ୟୁକୁ ନେଇ ବଲିଉଡରେ ଶୋକର ଛାୟା ଖେଳିଯାଇଛି। ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି।

ସେ ଟ୍ବିଟ କରି ଲେଖିଛନ୍ତି, ‘ଡକ୍ଟର ଶ୍ରୀରାମ ଲାଗୁ ବହୁମୁଖୀ ବ୍ୟକ୍ତିତ୍ୱର ବ୍ୟକ୍ତି ଥିଲେ। ସେ ଶାନଦାର ପରଫର୍ମସ ଜରିଆରେ ଦର୍ଶକଙ୍କ ଖୁବ୍ ମନୋରଞ୍ଜନ କରିଥିଲେ। ଅନେକ ବର୍ଷ ପର୍ଯ୍ୟନ୍ତ ତାଙ୍କ ଯୋଗଦାନକୁ ସ୍ମରଣ କରାଯିବ। ତାଙ୍କ ନିଧନ ଖବରରେ ଖୁବ୍ ଦୁଃଖ ଅନୁଭବ ହେଲା । ତାଙ୍କ ପ୍ରଶଂସକଙ୍କ ପାଇଁ ସହାନୁଭୂତି । ଓମଃ ଶାନ୍ତି ।’

tweet
ଫଟୋ ସୌଜନ୍ୟ: ଟ୍ବିଟର@ନରେନ୍ଦ୍ର ମୋଦି

ଅନ୍ୟପଟେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଦକର, ଅଭିନେତା ଋଷି କପୁର, ସୁନୀଲ ସେଟ୍ଟୀ, ନିର୍ମାତା ମଧୁର ଭଣ୍ଡାରକର ଓ ଅଶୋକ ପଣ୍ଡିତ ମଧ୍ୟ ଶୋକ ପ୍ରକାଶ କରିଛନ୍ତି।

ପ୍ରକାଶ ଥାଉକି ଶ୍ରୀରାମ କେବଳ ବଲିଉଡ ଫିଲ୍ମରେ କାମ କରିନଥିଲେ ବରଂ ମରାଠୀ ଫିଲ୍ମରେ ମଧ୍ୟ ଅଭିନୟ କରି ଦର୍ଶକ ମନ କିଣିଥିଲେ । ଫିଲ୍ମ ବ୍ୟତୀତ ସେ ମରାଠୀ ଥିଏଟରରେ ମଧ୍ୟ କାମ କରିଥିଲେ। ଶ୍ରୀରାମ ‘ହେରା ଫେରୀ’, ‘ଘରୋନ୍ଦା’, ‘ମଞ୍ଜିଲ’, ‘ଥୋଡି ସି ବେୱାଫାଇ’, ‘ଲାୱାରିସ’, ‘ଶ୍ରୀମାନ ଶ୍ରୀମତୀ’, ‘ବିଧାତା’, ‘ସଦମା’ ଓ ‘ଇନସାଫ କି ପୁକାର’ ଭଳି ଫିଲ୍ମରେ ଅଭିନୟ କରିଥିଲେ।

Intro:Body:

testing

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.