ETV Bharat / sitara

ଦିୟାଙ୍କ ପୁଅକୁ ରାକ୍ଷୀ ବାନ୍ଧିଲେ ସାବତ ଝିଅ, ଟ୍ରୋଲର୍ସ କଲେ ଟ୍ରୋଲ

author img

By

Published : Aug 23, 2021, 5:12 PM IST

ଦିଆ ମିର୍ଜାଙ୍କ କୁନି ପୁଅ ପାଳିଛି ପ୍ରଥମ ରାକ୍ଷୀ । ତେବେ ଏହି ଫଟୋକୁ ଦିଆ ସୋସିଆଲ ମିଡ଼ିଆରେ ପୋଷ୍ଟ କରି ହୋଇଛନ୍ତି ଟ୍ରୋଲ । ଜାଣନ୍ତୁ କାହିଁକି...

ଦିଆ ମିର୍ଜାଙ୍କ କୁନି ଶିଶୁ ପାଳିଲେ ପ୍ରଥମ ରାକ୍ଷୀ, ଟ୍ରୋଲ ହେଲେ ଦିଆ

ହାଇଦ୍ରାବାଦ: ବଲିଉଡ଼ ଡ଼ିଭା ଦିୟା ମିର୍ଜାଙ୍କୁ କୁନି ଶିଶୁ ଅଭୟାନ୍‌ ଆଜାଦ ପାଳିଛି ପ୍ରଥମ ରାକ୍ଷୀ ପୂର୍ଣ୍ଣିମା । ଦିୟାଙ୍କ ସାବତ ଝିଅ ତାଙ୍କୁ ରାକ୍ଷୀ ପିନ୍ଧାଇଛନ୍ତି । ଭାଇ ଭଉଣୀ ରାକ୍ଷୀ ପୂର୍ଣ୍ଣିମା ପାଳିବାର ଫଟୋକୁ ଦିଆ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି ।

ଦିୟା ଇନଷ୍ଟାଗ୍ରାମରେ ସେୟାର କରିଥିବା ଫଟୋରେ ତାଙ୍କ ସାବତ ଝିଅ ସମାଇରା ରେଖି ଶିଶୁ ଅଭୟାନଙ୍କୁ ରାକ୍ଷୀ ପିନ୍ଧାଉଥିବା ଦେଖିବାକୁ ମିଳିଛି । ଏହି ପୋଷ୍ଟରେ ଦିଆ ଲେଖିଛନ୍ତି ସେମାନେ ପରସ୍ପରକୁ ଭଲ ପାଇବା ସହିତ ପରସ୍ପରର ଯତ୍ନ ନେବେ । ଆଉ ଏକ ପୋଷ୍ଟରେ ସମାଇରା ଓ ଶିଶୁ ଅଭୟାନ ହାତରେ ରାକ୍ଷୀ ପିନ୍ଧିଥିବାର ଫଟୋକୁ ସେ ସେୟାର କରିଛନ୍ତି । ନିଜ ୩ୟ ପୋଷ୍ଟରେ ସେ ସାବତ ଝିଅ ସମାଇରାଙ୍କ ସହିତ ହଳଦିଆ ରଙ୍ଗର ପୋଷାକ ପିନ୍ଧିଥିବାର ଫଟୋକୁ ସେୟାର କରିଛନ୍ତି । ଆଉ ଏହାର କ୍ୟାପସନରେ ଲେଖିଛନ୍ତି,"ମେରା ପିଲା(ହଳଦିଆ) ପରିବାର ।"

ଦିୟା ଫେବୃଆରୀ ୨୦୨୧ରେ ଶିଳ୍ପପତି ବୈଭବ ରେଖିଙ୍କୁ ବିବାହ କରିଥିଲେ । ବାହାଘରରେ କିଛି ମାସ ପରେ ସେ ଗର୍ଭବତୀ ଥିବା ସୂଚନା ଦେଇଥିଲେ । ଏହାପରେ ମେ ୧୪ ତାରିଖରେ ସେ ଏକ ପୁତ୍ର ସନ୍ତାନଙ୍କୁ ଜନ୍ମ ଦେଇଥିଲେ । ତେବେ ସେ ନିର୍ଦ୍ଧାରିତ ସମୟ ପୂର୍ବରୁ ପୁତ୍ରକୁ ଜନ୍ମ ଦେଇଥିଲେ । ଦିଆ ବର୍ତ୍ତମାନ ସ୍ବାମୀ ବୈଭବଙ୍କ ପ୍ରଥମ ପତ୍ନୀ ତଥା ଯୋଗ ଆର୍ଟିଷ୍ଟ ସୁନେନା ରେଖିଙ୍କ ଝିଅ ସମାଇରା ରେଖିଙ୍କ ସହିତ ରହୁଛନ୍ତି ।

ପୂର୍ବରୁ ନିଜ ବିବାହରେ ପରମ୍ପରାକୁ ଭାଙ୍ଗିବା ପାଇଁ ଦିଆ ଚର୍ଚ୍ଚାରେ ଥିଲେ । ସେ ଜଣେ ମହିଳା ପୂଜାରିଣୀଙ୍କ ଦ୍ବାରା ବିବାହ କାର୍ଯ୍ୟ ସମ୍ପନ୍ନ କରିଥିବା ବେଳେ 'କନ୍ୟାଦାନ' ଓ 'ବିଦାଇ' ରୀତିନୀତିକୁ ଆପଣାଇନଥିଲେ । ବର୍ତ୍ତମାନ ତାଙ୍କ ଶିଶୁ ପୁତ୍ରର ରାକ୍ଷୀ ପୂର୍ଣ୍ଣିମା ସେଲିବ୍ରେସନକୁ ସୋସିଆଲ ମିଡ଼ିଆରେ ଟ୍ରୋଲ କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.