ମୁମ୍ବାଇ: ବିବାଦୀୟ ଅଭିନେତ୍ରୀ ପାୟଲ ରୋହତଗୀ ଦୀର୍ଘ ସମୟରୁ ଫିଲ୍ମ ଓ ଟିଭି ଜଗତରୁ ଦୂରେଇ ରହିଛନ୍ତି । କିନ୍ତୁ ସୋସିଆଲ ମିଡିଆରେ ଆକ୍ଟିଭ ରହିବା ସହ ସାମାଜିକ ପ୍ରସଙ୍ଗରେ ନିଜର ପକ୍ଷ ରଖିବାକୁ କେବେ ପଛଘୁଞ୍ଚା ଦିଅନ୍ତି ନାହିଁ । ବର୍ତ୍ତମାନ ସେ ପିଏମ ମୋଦିଙ୍କ ଉପରେ କରିଥିବା ଗୋଟିଏ ଟ୍ବିଟ ପାଇଁ ଚର୍ଚ୍ଚାରେ ଅଛନ୍ତି । ଏହି ଟ୍ବିଟରେ ସେ ପିଏମଙ୍କ ପ୍ରଶଂସା କରିଛନ୍ତି ସତ । କିନ୍ତୁ ଏହାସହ କିଛି ଏମିତି ଲେଖିଦେଇଛନ୍ତି, ଯାହାକୁ ଦେଖି ଲାଗୁଛି ଯେ ଏବେ ସେ ପିଏମ ମୋଦିଙ୍କ ଉପରେ କୌଣସି କଥାକୁ ନେଇ ରାଗିଛନ୍ତି ।
ପାୟଲ ଟ୍ବିଟ କରି ଲେଖିଛନ୍ତି, "ମାନନୀୟ ପ୍ରଧାନମନ୍ତ୍ରୀ ଜି, ମୁଁ ଆପଣଙ୍କ ସହ କେବେ ଦେଖା କରିନାହିଁ । ଆପଣଙ୍କ ଟ୍ବିଟର ହ୍ୟାଣ୍ଡଲ ମଧ୍ୟ ମୋତେ ଫଲୋ କରୁନାହିଁ । ଅନ୍ୟପଟେ ଆପଣଙ୍କ ଟ୍ବିଟର ଅନ୍ୟ ସପୋର୍ଟର୍ସଙ୍କୁ ଫଲୋ କରୁଛି । ମୁଁ ହୃଦୟରୁ ଆପଣଙ୍କୁ ସପୋର୍ଟ କରୁଛି । ମୋତେ ଲାଗୁଛି ଯେ ଆପଣ ଦେଶର ନିରପେକ୍ଷ ନେତା । କଣ ମୋ ସହ ଏମିତି କରିବା ଠିକ୍ କଥା ।"
ତାଙ୍କ ଟ୍ବିଟରୁ ଜଣାପଡିଯାଉଛି ଯେ ମୋଦିଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ତାଙ୍କୁ ଫଲୋ ନକରିବାରୁ ସେ ଖପ୍ପା ଅଛନ୍ତି ।