ETV Bharat / sitara

ପାୟଲ ରୋହତଗୀ ଗିରଫ - payal-rohatgi-arrested-by-ahmedabad-police

ବିଗବସ ଫେମ ତଥା ବଲିଉଡ ଅଭିନେତ୍ରୀ ପାୟଲ ରୋହତଗୀଙ୍କୁ ଅହମ୍ମଦାବାଦ ପୋଲିସ ଗିରଫ କରିଛି । ଅଧିକ ପଢନ୍ତୁ...

payal-rohatgi-arrested-by-ahmedabad-police-for-abusing-her-society-chairperson
ଗିରଫ ହେଲେ ପାୟଲ ରୋହତଗୀ
author img

By

Published : Jun 25, 2021, 4:36 PM IST

ନୂଆଦିଲ୍ଲୀ: ବିଗବସ ଫେମ ତଥା ବଲିଉଡ ଅଭିନେତ୍ରୀ ପାୟଲ ରୋହତଗୀଙ୍କୁ ଅହମ୍ମଦାବାଦ ପୋଲିସ ଗିରଫ କରିଛି । ସୋସାଇଟିର ଚେୟାରମ୍ୟାନଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି । ଦୁର୍ବବ୍ୟବହାର ସହ ସୋସାଇଟିର ଅନ୍ୟ ବାସିନ୍ଦାଙ୍କୁ ମିଛ ମାମଲାରେ ଫସାଇବାକୁ ଧମକ ଦେଇଥିବା ଅଭିଯୋଗ ମଧ୍ୟ ରୋହତଗୀଙ୍କ ନାଁରେ ରହିଛି ।

ଖବର ଅନୁଯାୟୀ, ଜୁନ୍ ୨୦ ରେ ସେ ରହୁଥିବା ସୋସାଇଟିରେ ଏକ ବୈଠକ ହୋଇଥିଲା । ପାୟଲ ରୋହତଗୀ ସେହି ବୈଠକକୁ ଆମନ୍ତ୍ରିତ ହୋଇନଥିଲେ ତଥାପି ସେଠାରେ ପହଞ୍ଚିଥିଲେ । ସେଠାରେ ସେ କିଛି କହିବାକୁ ମଧ୍ୟ ଚାହିଁଥିଲେ । ତେବେ ତାଙ୍କୁ ବାରଣ କରାଯିବାରୁ ସେ ଚେୟାରମ୍ୟାନଙ୍କୁ ଦୁର୍ବ୍ୟବହାର କରିବା ଆରମ୍ଭ କରିଦେଇଥିଲେ । ସୋସାଇଟି ଚେୟାରମ୍ୟାନଙ୍କ ଅଭିଯୋଗ ପରେ ପୋଲିସ ପାୟଲଙ୍କୁ ଗିରଫ କରିଛି ।

ପ୍ରକାଶ ଥାଉ ଯେ, ପାୟଲ ସୋସିଆଲ ମିଡିଆରେ ବହୁତ ଆକ୍ଟିଭ ଏବଂ ସେ ଅନେକ ପ୍ରସଙ୍ଗରେ ନିଜର ମତାମତ ମଧ୍ୟ ରଖିଥାନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.