ମୁମ୍ବାଇ: ନିକଟରେ ଅଭିନେତ୍ରୀ ପାୟଲ ଘୋଷ ଚଳଚ୍ଚିତ୍ର ନିର୍ମାତା ଅନୁରାଗ କାଶ୍ୟପଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଲଗାଇଥିଲେ । ଯାହାକୁ ନେଇ ରବିବାର ଦିନ ପାୟଲ ଓକିଲ ନିତିନ ସତ୍ୟପୁଟଙ୍କ ସହ ଭର୍ସୋଭା ପୋଲିସ ଷ୍ଟେସନରେ ପହଞ୍ଚିଛନ୍ତି । ପାୟଲ କହିଛନ୍ତି ଯେ, ଯଦି ଅନୁରାଗଙ୍କୁ ପୋଲିସ ଗିରଫ ନକରନ୍ତି ତେବେ ସେ ଅନଶନରେ ବସିବେ ।
ପାୟଲ ଅନୁରାଗଙ୍କୁ ଗିରଫ କରିବା ପାଇଁ ଦାବି କରିଛନ୍ତି ।
ଏହାପୂର୍ବରୁ ଅଭିନେତ୍ରୀ ଅନୁରାଗଙ୍କ ବିରୋଧରେ ଅଭିଯୋଗ ପଞ୍ଜିକରଣ ପାଇଁ ପୋଲିସ ଷ୍ଟେସନରେ ପହଞ୍ଚିଥିଲେ, କିନ୍ତୁ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ । ଯେଉଁଥିପାଇଁ ଅଭିନେତ୍ରୀ ମୁମ୍ବାଇ ପୋଲିସର କାର୍ଯ୍ୟାନୁଷ୍ଠାନ ଉପରେ ପ୍ରଶ୍ନ କରିଛନ୍ତି ।
ଏଭଳି ପରିସ୍ଥିତିରେ ପାୟଲ ତାଙ୍କ ଓକିଲଙ୍କ ସହ ପୁନର୍ବାର ଭର୍ସୋଭା ପୋଲିସ ଷ୍ଟେସନରେ ପହଞ୍ଚିଛନ୍ତି ।
ପ୍ରକାଶ ଥାଉ ଯେ, ନିକଟରେ ପାୟଲ ସୋସିଆଲ ମିଡିଆରେ ଅନୁରାଗଙ୍କ ବିରୋଧରେ ଅନେକ ଗୁରୁତର ଅଭିଯୋଗ ଆଣିଥିଲେ ।