ମୁମ୍ବାଇ: ଲୋକପ୍ରିୟ ନିର୍ମାତା ଅନୁରାଗ କାଶ୍ୟପଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ରୁଜୁ କରିଥିବା ଅଭିନେତ୍ରୀ ପାୟଲ ଘୋଷ ସୋମବାର ମୁମ୍ବାଇ ପୋଲିସକୁ କିଛି ମାସ ଅଭିଯୋଗ ପରେ ମଧ୍ୟ ଫିଲ୍ମ ନିର୍ମାତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାରୁ ସମାଲୋଚନା କରିଛନ୍ତି । ସେପ୍ଟେମ୍ବର 23ରେ ସେ କାଶ୍ୟପଙ୍କୁ ଉପରେ ଦୁର୍ବ୍ୟବହାର ଅଭିଯୋଗ କରିଥିଲେ ସେ । ହେଲେ ସେପଟେ ଅନୁରାଗ ଏହି ଅଭିଯୋଗକୁ ଅସ୍ବୀକାର କରି ଆସୁଛନ୍ତି ।
-
It's been 4 months and no action has been taken against #AnuragKashyap inspite of me providing evidence. Do I have to die to get the proccedings going ?
— Payal Ghosh ॐ (@iampayalghosh) December 21, 2020 " class="align-text-top noRightClick twitterSection" data="
">It's been 4 months and no action has been taken against #AnuragKashyap inspite of me providing evidence. Do I have to die to get the proccedings going ?
— Payal Ghosh ॐ (@iampayalghosh) December 21, 2020It's been 4 months and no action has been taken against #AnuragKashyap inspite of me providing evidence. Do I have to die to get the proccedings going ?
— Payal Ghosh ॐ (@iampayalghosh) December 21, 2020
ସେହିପରି ଅକ୍ଟୋବର ଆରମ୍ଭରେ ଅନୁରାଗଙ୍କୁ ପୋଲିସ ପଚରାଉଚରା କରିଥିଲା । ହେଲେ ପୋଲିସର କାର୍ଯ୍ୟାନୁଷ୍ଠାନରେ ବିରକ୍ତ ହୋଇ ଅଭିନେତ୍ରୀ ସମାଲୋଚନା କରି ଏକ ଟ୍ବିଟ କରିଛନ୍ତି । ଆଉ ଯେଉଁଥିରେ ଲେଖିଛନ୍ତି, ‘4 ମାସ ହୋଇସାରିଛି ହେଲେ ଅନୁରାଗ କାଶ୍ୟପଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ । ପ୍ରକ୍ରିୟା ଚାଲିବାକୁ ମୋତେ ମରିବାକୁ ପଡିବ କି? ଏହା କିଛି ସମୟ ହୋଇଗଲାଣି ଏବଂ ମୁମ୍ବାଇ ପୋଲିସ ଏହା ସର୍ବୋତ୍ତମ କରି ନାହିଁ । ଏକ ଆନ୍ତରିକ ଅନୁରୋଧ । ଏହା ମହିଳାମାନଙ୍କର ବିଷୟ ଏବଂ ଆମେ କେଉଁ ଉଦାହରଣ ସୃଷ୍ଟି କରୁଛୁ ସେ ବିଷୟରେ ସଚେତନ ହେବା ଉଚିତ୍ ।’
-
It's been a while and @mumbaipolice hasn't done it's best. An earnest request . It's a matter of women and we should be aware of what examples we are setting.
— Payal Ghosh ॐ (@iampayalghosh) December 21, 2020 " class="align-text-top noRightClick twitterSection" data="
">It's been a while and @mumbaipolice hasn't done it's best. An earnest request . It's a matter of women and we should be aware of what examples we are setting.
— Payal Ghosh ॐ (@iampayalghosh) December 21, 2020It's been a while and @mumbaipolice hasn't done it's best. An earnest request . It's a matter of women and we should be aware of what examples we are setting.
— Payal Ghosh ॐ (@iampayalghosh) December 21, 2020
ପ୍ରକାଶ ଥାଉକି ଏହାପୂର୍ବରୁ ଅଭିନେତ୍ରୀ ଜଣକ ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାହୟତା ମଧ୍ୟ ଲୋଡି ସାରିଛନ୍ତି । ଖାଲି ଏତିକି ନୁହେଁ ଅନୁରାଗଙ୍କ ସହ ସେ ଅଭିନେତ୍ରୀ ହୁମା କୁରୈଶୀ, ରିଚା ଚଡ୍ଡା ଓ ମାହି ଗିଲଙ୍କ ସମାଲୋଚନା କରିଥିଲେ । ଯାହାପରେ ରିଚା ତାଙ୍କ ନାଁରେ ମାନହାନି ମକଦ୍ଦମା ଦାୟର କରିଥିଲେ ।