ETV Bharat / sitara

ପ୍ରେମିକାଙ୍କ ସହ ରୋମାନ୍ସରେ ବ୍ୟସ୍ତ ସ୍ବାମୀ, ଅଡୁଆରେ ସ୍ତ୍ରୀ

ରିୟଲ ଲାଇଫରେ ତ ନୁହେଁ କିନ୍ତୁ ରିଲ ଲାଇଫରେ କାର୍ତ୍ତିକ ଆର୍ଯ୍ୟାନ, ଅନନ୍ୟା ପାଣ୍ଡେଙ୍କ ସହ ଆରମ୍ଭ କରିଦେଇଛନ୍ତି ରୋମାନ୍ସ । ଏହି ଖବର ଶୁଣି ଆପଣମାନେ ଯେତିକି ଖୁସି, ସେତିକି ଦୁଃଖୀ ଅଛନ୍ତି ଅଭିନେତ୍ରୀ ଭୂମି ପାଣ୍ଡେକର । ହେଲେ ଆପଣ ଜାଣନ୍ତି କି ଭୂମି କାହିଁକି ଦୁଃଖୀ...

author img

By

Published : Feb 5, 2019, 12:01 PM IST

ଫଟୋ ସୌଜନ୍ୟ: ଏଏନଆଇ

ମୁମ୍ବାଇ: ରିୟଲ ଲାଇଫରେ ତ ନୁହେଁ କିନ୍ତୁ ରିଲ ଲାଇଫରେ କାର୍ତ୍ତିକ ଆର୍ଯ୍ୟାନ, ଅନନ୍ୟା ପାଣ୍ଡେଙ୍କ ସହ ଆରମ୍ଭ କରିଦେଇଛନ୍ତି ରୋମାନ୍ସ । ଏହି ଖବର ଶୁଣି ଆପଣମାନେ ଯେତିକି ଖୁସି, ସେତିକି ଦୁଃଖୀ ଅଛନ୍ତି ଅଭିନେତ୍ରୀ ଭୂମି ପାଣ୍ଡେକର । ହେଲେ ଆପଣ ଜାଣନ୍ତି କି ଭୂମି କାହିଁକି ଦୁଃଖୀ...

କଥା କଣ କି, କାର୍ତ୍ତିକ ଆର୍ଯ୍ୟାନ, ଭୂମି ପାଣ୍ଡେକର ଓ ଅନନ୍ୟା ପାଣ୍ଡେଙ୍କ ଅଭିନୀତ ଫିଲ୍ମ 'ପତି ପତ୍ନୀ ଔର ବୋ'ର ସୁଟିଂ ଆରମ୍ଭ ହୋଇଯାଇଛି । ଫିଲ୍ମଟି 70ଦଶକର ଫିଲ୍ମ 'ପତି ପତ୍ନୀ ଔର ବୋ'ର ରିମେକ । ସେହି ଫିଲ୍ମରେ ସଞ୍ଜୀବ କୁମାର ନଜର ଆସିଥିବାବେଳେ ଏବେ ନଜର ଆସିବେ କାର୍ତ୍ତିକ ଆର୍ଯ୍ୟାନ । ଫିଲ୍ମରେ ଭୂମି କାର୍ତ୍ତିକଙ୍କ ପତ୍ନୀ ହୋଇଥିବାବେଳେ ଅନନ୍ୟା ହୋଇଛନ୍ତି ସେକ୍ରେଟାରୀ ତଥା ପ୍ରେମିକା ।

undefined

ଫିଲ୍ମର ସୁଟିଂ ଗତକାଲିଠାରୁ ଆରମ୍ଭ ହୋଇଛି ବୋଲି ସୋସିଆଲ ମିଡିଆରେ ଜଣାଇଛନ୍ତି ପ୍ରଯୋଜକ ଭୂଷଣ କୁମାର । ସ୍ବାମୀଙ୍କୁ ଆଉ କାହା ସହ ଦେଖି ଭୂମି ଏବେ ଦୁଃଖୀ । ପ୍ରକାଶ ଥାଉକି, ଫିଲ୍ମର ପ୍ରଯୋଜନା ଭୂଷଣ କୁମାର ଦେଉଥିବାବେଳେ ପ୍ରଥମେ ଭୂମିଙ୍କ ସ୍ଥାନରେ ଥିଲେ ତାପସୀ । କିନ୍ତୁ କୌଣସି କାରଣରୁ ତାପସୀ ଓହରିଯିବାରୁ ଏଣ୍ଟ୍ରି ମାରିଥିଲେ ଭୂମି ।

Intro:Body:

'ଡାଟମ୍‌'  ଚିଟ୍‌ଫଣ୍ଡ ଠକେଇ: କୋର୍ଟରୁ ଅଭିଯୁକ୍ତ ନିର୍ଦ୍ଦେଶକ ଦମ୍ପତିଙ୍କୁ ଉଠାଇ ନେଲା ପୋଲିସ

ବ୍ରହ୍ମପୁର: ଅଧିକ ସୁଧରେ ଲୋକଙ୍କୁ ଟଙ୍କା ଦେବା ପ୍ରତିଶ୍ରୁତି ଦେଇ ଠକେଇ ମାମଲାରେ ସଂପୃକ୍ତ ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା କନିଷିରେ ଥିବା ଅର୍ଥ ଲଗାଣକାରୀ ସ˚ସ୍ଥା  'ଡାଟମ୍‌'ର ପରିଚାଳନା ନିର୍ଦ୍ଦେଶକ ଦମ୍ପତିଙ୍କୁ ଉଠାଇ ନେଲା ପୋଲିସ । ଏହି ସମୟରେ କୋର୍ଟ ପରିସରରେ ଜମାକାରୀ ଓ ଏଜେଣ୍ଟଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । 

ଜଣାଯାଇଛି ଯେ ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥା ତଥା ଚିଟଫଣ୍ଡ କମ୍ପାନୀ 'ଡାଟମ୍‌' ଅଭିଯୁକ୍ତ ନିର୍ଦ୍ଦେଶକ ଦମ୍ପତି ବ୍ରଜମୋହନ ପଟ୍ଟନାୟକ ଏବଂ ପତ୍ନୀ ତ୍ରିଧାରା ମହାନ୍ତି ପୁଣି ଗିରଫ ହୋଇଛନ୍ତି । ବ୍ରହ୍ମପୁରସ୍ଥିତ ସ୍ବତନ୍ତ୍ର ଚିଟଫଣ୍ଡ୍ କୋର୍ଟରେ ମାମଲାର ବିଚାର ପାଇଁ ଦମ୍ପତିଙ୍କୁ ହାଜର କରାଯାଇଥିଲା । ମାତ୍ର ଅନ୍ୟ ଏକ ମାମଲାରେ ଗୋଳନ୍ଥରା ଥାନା ପୋଲିସ କୋର୍ଟ ପରିସରରୁ ଅଭିଯୁକ୍ତ ନିର୍ଦ୍ଦେଶକ ଦମ୍ପତିଙ୍କୁ ଗିରଫ କରି ନେଇଯାଇଥିବା ଦେଖିବାକୁ ମିଳିଛି । 

ସୂଚନା ଅନୁଯାୟୀ ଆସନ୍ତା ଫେବୃୟାରୀ ୬ରେ ଅଭିଯୁକ୍ତ ନିର୍ଦ୍ଦେଶକ ଦମ୍ପତିଙ୍କ ଜାମିନ ଖାରଜ ସମ୍ପର୍କରେ ଶୁଣାଣି କରାଯିବ ବୋଲି ସୂଚନା ମିଳିଛି । ଗତ ନଭେମ୍ବର ୬ ତାରିଖରେ ଭୁବନେଶ୍ବରରୁ ଗିରଫ ହୋଇ ବ୍ରହ୍ମପୁର ଜେଲରେ ରହିଥିଲେ ଏହି ଦମ୍ପତି । ହେଲେ ଗୋଳନ୍ଥରା ଥାନା ପୋଲିସ ପକ୍ଷରୁ ନିର୍ଦ୍ଧାରିତ ସମୟରେ ଚାର୍ଜସିଟ ଦାଖଲ କରାନଯିବା ଯୋଗୁଁ ଜାମିନ ବଳରେ ଗତ ଜାନୁଆରୀ ୨୧ ତାରିଖରେ ଜେଲରୁ ବାହାରିଥିଲେ । ତେବେ ଅନ୍ୟ ଏକ ଠକେଇ ମାମଲାରେ ପୁଣି ଉଭୟ ପତି ଓ ପତ୍ନୀଙ୍କୁ ପୋଲିସ ଗିରଫ କରିଥିବା କୁହାଯାଇଛି । ଏହି ସମୟରେ କୋର୍ଟ ପରିସରରେ ଜମାକାରୀଙ୍କ ପ୍ରବଳ ଭିଡ ଲାଗିରହିଥିବା ବେଳେ ପୋଲିସ ଉଭୟଙ୍କୁ ଗିରଫ କରିବା ସମୟରେ କିଛି ସମୟ ପାଇଁ ଜମାକାରୀ ଏବଂ କେତେକ ଏଜେଣ୍ଟ ଟଙ୍କା ଫେରାଇବା ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା ।

ଯାହାକୁ ନେଇ କୋର୍ଟ ପରିସରରୁ ଅଭିଯୁକ୍ତ ନିର୍ଦ୍ଦେଶକ ଦମ୍ପତିଙ୍କୁ ପୋଲିସ କଡା ସୁରକ୍ଷା ମଧ୍ୟରେ ନେଉଥିବା ବେଳେ କିଛି ଜମାକାରୀ ଅଭିଯୁକ୍ତ ନିର୍ଦ୍ଦେଶକ ଦମ୍ପତିଙ୍କ ସହ ଧସ୍ତାଧସ୍ତି କରିଥିଲେ । ଜମାକାରୀଙ୍କ ଆକ୍ରୋଶରୁ ପୋଲିସ ବ୍ରଜମୋହନ ଏବଂ ତ୍ରିଧାରାଙ୍କୁ ସୁରକ୍ଷା ଦେଇ ପୋଲିସ ଗାଡିରେ ଥାନାକୁ ନେଇଯାଇଥିଲେ ।

ସୂଚନାଯୋଗ୍ୟ ଯେ  'ଡାଟମ୍‌' କମ୍ପାନୀ ଅଧିକ ସୁଧରେ ଲୋକଙ୍କୁ ଟଙ୍କା ଦେବା ପ୍ରତିଶ୍ରୁତି ଦେଇ କୋଟି କୋଟି ଟଙ୍କା ଠକେଇ କରିଥିବା ନେଇ ଅଭିଯୋଗ ହୋଇଥିଲା । ଗତ କିଛି ମାସ ତଳେ ଜମାକାରୀ ଟଙ୍କା ଫେରି ପାଇବା ଆଶାରେ କମ୍ପାନୀର କାର୍ଯ୍ୟାଳୟ ଘେରାଉ କରିଥିଲେ। ଏ ନେଇ ପୋଲିସ ମାମଲା ରୁଜୁ କରି କମ୍ପାନୀର କିଛି ଅଧିକାରୀଙ୍କୁ ପୂର୍ବରୁ ଗିରଫ କରିଥିଲା । ଏହି କମ୍ପାନୀ ପ୍ରାୟ ୫/୭କୋଟି ଟଙ୍କା ଠକେଇ କରିଥିବା ନେଇ ଅଭିଯୋଗ ହୋଇଛି । 

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ନ୍ୟୁଜ

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.