ETV Bharat / sitara

ମାଳଦ୍ବୀପରେ Parineetiଙ୍କ ସ୍କୁବା ଡାଇଭିଂ

author img

By

Published : Sep 27, 2021, 8:20 PM IST

ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଫ୍ୟାମିଲି ସହିତ ମାଳଦ୍ବୀପରେ ଛୁଟି କାଟୁଛନ୍ତି । ଏଠାରେ ସେ ତାଙ୍କ ଭାଇଙ୍କ ସହିତ କରିଛନ୍ତି ସ୍କୁବା ଡାଇଭିଂ । ଅଧିକ ପଢନ୍ତୁ...

ମାଳଦ୍ବୀପରେ ସ୍କୁବା ଡାଇଭିଂ କଲେ Parineeti
ମାଳଦ୍ବୀପରେ ସ୍କୁବା ଡାଇଭିଂ କଲେ Parineeti

ହାଇଦ୍ରାବାଦ: ମାଳଦ୍ବୀପରେ ପରିବାର ସହିତ ଛୁଟି କାଟୁଛନ୍ତି ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା । ସେ ଭାଇ ଶିବାଙ୍ଗ ଚୋପ୍ରାଙ୍କ ସହିତ ୭ ଦିନିଆ ସ୍କୁବା ଡାଇଭିଂ କରି ମହାସାଗରକୁ ଏକ୍ସପ୍ଲୋର କରୁଛନ୍ତି । ତେବେ ସେ ଏହି ସମୟର କିଛି ଭିଡ଼ିଓ ସୋସିଆଲ ମିଡ଼ିଆରେ ସେୟାର କରିବା ସହିତ ସ୍କୁବା ଡାଇଭିଂ କରି ଖୁବ ଶାନ୍ତି ପାଇଥିବା କହିଛନ୍ତି ।

ମାଳଦ୍ବୀପରେ ସ୍କୁବା ଡାଇଭିଂ କଲେ Parineeti

ପରିଣୀତି, ତାଙ୍କ ଭାଇ ଓ ଆଉ ୧୪ ଜଣ ସ୍କୁବା ଡାଇଭିଂ କରି ପାଣି ଭିତରର ଦୃଶ୍ୟ ଦେଖିଛନ୍ତି । ସୋସିଆଲ ମିଡ଼ିଆରେ ସେୟାର କରିଥିବା ଭିଡ଼ିଓରେ ପରିଣୀତି ପାଣି ଭିତରୁ ବାହାରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ଅନ୍ୟ ଏକ ଭିଡ଼ିଓରେ ସେ ମାଳଦ୍ବୀପରେ ନିଜ ରୁମ ଟୁର୍‌ କରିଛନ୍ତି । ପରିଣୀତି ତାଙ୍କ ପିତାମାତା ଓ ଭାଇଙ୍କ ସହିତ ମାଳଦ୍ବୀପ ଛୁଟି କାଟିବାକୁ ଯାଇଛନ୍ତି ।

ପରିଣୀତିଙ୍କ କାମ ସମ୍ପର୍କରେ ଆଲୋଚନା କଲେ ସେ ଆଗକୁ ରଣବୀର କପୁରଙ୍କ ସହିତ ସନ୍ଦୀପ ରେଡ୍ଡି ଭଙ୍ଗାଙ୍କ ଗ୍ୟାଙ୍ଗଷ୍ଟାର ଡ୍ରାମା ଫିଲ୍ମ 'ଆନିମଲ'ରେ ନଜର ଆସିବାକୁ ଯାଉଛନ୍ତି । ଏଥିରେ ଅନିଲ କପୁର ଓ ବବି ଦେୱଲ ମଧ୍ୟ ନଜର ଆସିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.