ETV Bharat / sitara

ପାଠରେ ନମ୍ବର ୱାନ ପରିଣୀତି, ଭାଗ୍ୟରେ ଥିଲା ‘ଇସକଜାଦେ’

ଫାଇନାନ୍ସ ଓ ଅର୍ଥଶାସ୍ତ୍ରରେ ପିଜି କରିଥିବା ପରିଣୀତି ଅନେତ ଫିଲ୍ମରେ ନିଜର ଜଲୱା ଦେଖେଇ ସାରିଛନ୍ତି । ହରିୟାଣାର ଅବାଲାରେ ଜନ୍ମ ପରେ ଭାରତ ବାହାରେ ନିଜର କ୍ୟାରିୟର କରିବାକୁ ଚାହୁଁଥିଲେ । ମାତ୍ର ଭାଗ୍ୟ ତାଙ୍କୁ ବଲିଉଡ ନେଇ ଆସିଲା । ଅଧିକ ପଢନ୍ତୁ...

Parineeti Chopra B'day Special
Parineeti Chopra B'day Special
author img

By

Published : Oct 22, 2021, 10:25 AM IST

ମୁମ୍ବାଇ: ୩୩ ବର୍ଷରେ ପାଦ ଥାପିଛନ୍ତି ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା। ଫାଇନାନ୍ସ ଓ ଅର୍ଥଶାସ୍ତ୍ରରେ ପିଜି କରିଥିବା ପରିଣୀତି ଅନେତ ଫିଲ୍ମରେ ନିଜର ଜଲୱା ଦେଖେଇ ସାରିଛନ୍ତି । ହରିୟାଣାର ଅବାଲାରେ ଜନ୍ମ ପରି ଭାରତ ବାହାରେ ନିଜର କ୍ୟାରିୟର କରିବାକୁ ଚାହୁଁଥିଲେ । ମାତ୍ର ଭାଗ୍ୟ ତାଙ୍କୁ ବଲିଉଡ ନେଇ ଆସିଲା ।

୨୨ ଅକ୍ଟୋବର ୧୯୮୮ରେ ଅଭିନେତ୍ରୀ ପରିଣୀତିଙ୍କ ଜନ୍ମ । ବଲିଉଡରେ ଜଣେ ପ୍ରତିଭାଶାଳୀ ଅଭିନେତ୍ରୀ ହେଲେ ପରିଣୀତି । ୨୦୧୧ରେ ଲେଡିଜ ଭରସେସ ରିକି ଭାଲ ଚଳଚ୍ଚିତ୍ରରୁ ବଲିଉଡରେ ପାଦ ଥାପିଥିଲେ । ମୁଖ୍ୟ ଅଭିନେତା ଭାବେ ସେ ଇସକଜାଦେରେ ଅର୍ଜୁନ କପୁରଙ୍କ ସହିତ ନଜର ଆସିଥିଲେ । ପାଠପଢାରେ ସେ ବହୁତ ଭଲ ଥିଲେ । ଦେଶରେ ସେ ଦ୍ବାଦଶରେ ଟପ କରିଥିଲେ । ରାଷ୍ଟ୍ରପତିଙ୍କଠୁ ପୁରସ୍କୃତ ମଧ୍ୟ ହୋଇଥିଲେ । ବ୍ୟାଙ୍କିଙ୍କରେ ସେ କ୍ୟାରିୟର କରିବାକୁ ଚାହୁଁଥିଲେ । ଏହାପାଇଁ ସେ ମ୍ୟାନଜମେଣ୍ଟରେ ଫାଇନାନ୍ସ କୋର୍ସ ମଧ୍ୟ କରିଛନ୍ତି ।

ପାଠପଢା ଶେଷ ହେବା ପରେ ଇନଭେଷ୍ଟମେଣ୍ଟ ମ୍ୟାନେଜର ଭାବେ ଚାକିରି ମଧ୍ୟ କରିଥିଲେ । କିନ୍ତୁ ୨୦୦୯ରେ ଆସିଥିବା ମନ୍ଦି ସବୁ କିଛି ବଦଳାଇ ଦେଲା । ଏହାପରେ ୟଶ ରାଜ ଫିଲ୍ମ ପ୍ରଡକ୍ସନ ହାଉସର ସଦସ୍ୟ ହେଲେ । ଏଠାରେ ସେ ପିଆର କନ୍ସୋଲେଣ୍ଟ ଭାବରେ ଚାକିରି କରିଥିଲେ । ଏହିଠାରୁ ସେ ଫିଲ୍ମରେ ଅଭିନୟ କରିବା ଆରମ୍ଭ କରିଥିଲେ ।

ସେ, ସାଇନା, କେଶରୀ, ସୁଦ୍ଧ ଦେଶୀ ରୋମାନ୍ସ, ହସେ ତୋ ଫସେ, ମେରି ପ୍ୟାରି ବିନ୍ଦୁ, ଗୋଲମାଲ ଏଗେନ, ନମସ୍ତେ ଲଣ୍ଡନ, ଦାୱେଚତେ ଇସ୍କ ଓ କିଲ ଦିଲ ଭଳି ଫିଲ୍ମରେ ଅଭିନୟ କରିଛନ୍ତି । ଖାଲି ଅଭିନୟ ନୁହେଁ ଗୀତ ଗାଇବାକୁ ବି ପସନ୍ଦ କରନ୍ତି ପରିଣୀତା । ଫିଲ୍ମ କେଶରୀର ତେରି ମିଟି କି ଖୁସବୁ ଓ ମେରି ପ୍ୟାରୀ ବିନ୍ଦୁର ମାନା କି ହମ ୟାର ନେହିଁ ଗୀତ ମଧ୍ୟ ଗାଇଛନ୍ତି ।

ବ୍ଯୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.