ETV Bharat / sitara

ପରେଶଙ୍କ ସେଲ୍ଫି ଟ୍ବିଟରେ ରାଗିଲେ ୟୁଜର୍ସ - କୋରୋନା ବିପଦ

ପୁଣିଥରେ ନିଜର ଏକ ଟ୍ବିଟକୁ ନେଇ ଚର୍ଚ୍ଚାରେ ଅଭିନେତା ପରେଶ ରାୱଲ। କୋରୋନା ବିପଦ ସମୟରେ ସେଲ୍ଫି ବିଷୟରେ ଆଲୋଚନା କରି ଟ୍ରୋଲର୍ସଙ୍କ ଟାର୍ଗେଟରେ ସେ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ଯାନକ୍ଲବ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ଯାନକ୍ଲବ
author img

By

Published : May 16, 2020, 4:48 PM IST

ମୁମ୍ବାଇ: ଭାରତରେ କୋରୋନା ଭାଇରସରେ ସଂକ୍ରମିତଙ୍କ ସଂଖ୍ୟା ପାଖାପାଖି 85 ହଜାରରେ ପହଞ୍ଚିଲାଣି । ଏହାକୁ ଦୃଷ୍ଟିରେ ରଖି ଏଯାବତ ଦେଶରେ ଲକଡାଉନ ତୃତୀୟ ପର୍ଯ୍ୟାୟ ଚାଲିଛି। ସେପଟେ ସେଲିବ୍ରିଟି ମଧ୍ୟ ଦିନରାତି ଦେଶବାସୀଙ୍କୁ ସଚେତନା ବାର୍ତ୍ତା ସୋସିଆଲ ମିଡିଆରେ ଦେବାରେ ଲାଗିଛନ୍ତି। ଏହାସହ ଅନେକ ସେଲିବ୍ରିଟି ସରକାରଙ୍କୁ ଏହି ସଙ୍କଟରୁ ଦେଶକୁ ବଞ୍ଚାଇବା ପାଇଁ କୋଟି କୋଟି ଟଙ୍କା ଦାନ ମଧ୍ୟ କରିସାରିଲେଣି। ହେଲେ ଇତିମଧ୍ୟରେ ବିଶିଷ୍ଟ ଅଭିନେତା ତଥା ବିଜେପି ନେତା ପରେଶ ରାୱଲ ଏମିତି ଏକ ଟ୍ବିଟ କରିଛନ୍ତି। ଯାହାକୁ ନେଇ କ୍ରୋଧିତ ନଜର ଆସୁଛନ୍ତି ଅନେକ ଲୋକ।

tweet
ଫଟୋ ସୌଜନ୍ୟ: ଟ୍ବିଟର@ପରେଶ ରାୱଲ

ତାଙ୍କ ଟ୍ବିଟକୁ ଆଧାର କରି ବର୍ତ୍ତମାନ ତାଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ କରିବାରେ ଲାଗିଛନ୍ତି ୟୁଜର୍ସ। କଥାଟି ହେଲା ଯେ ପରେଶ ଟ୍ବିଟରେ ଲେଖିଛନ୍ତି, ‘ଯାହା ହେଉ କିଛି ଦିନ ପର୍ଯ୍ୟନ୍ତ ଲୋକ ସେଲ୍ଫି ପାଇଁ ପଚାରିବେ ନାହିଁ କିମ୍ବା ବିରକ୍ତ କରିବେ ନାହିଁ।’

ତାଙ୍କ ଏହି ଟ୍ବିଟ ଉପରେ କମେଣ୍ଟ କରି ୟୁଜର୍ସ ନିଜ ନିଜ ରାଗ ପ୍ରକାଶ କରିଛନ୍ତି । ଲୋକଙ୍କ ଅନୁଯାୟୀ କୋରୋନା ସଙ୍କଟ ମଧ୍ୟରେ ପରେଶ କିପରି ଏମିତି ପ୍ରତିକ୍ରିୟା ରଖୁଛନ୍ତି । ପ୍ରକାଶ ଥାଉକି କିଛି ଦିନ ପୂର୍ବରୁ କୋରୋନା ଭାଇରସ ଉପରେ ପରେଶ ଏକ ଟ୍ବିଟ କରିଥିଲେ । ଯାହା ଖୁବ୍ ଭାଇରାଲ ମଧ୍ୟ ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.