ETV Bharat / sitara

ପରେଶଙ୍କ ଟାର୍ଗେଟରେ ଦିଲ୍ଲୀ ସିଏମ

ସୋସିଆଲ ମିଡିଆରେ ଦିଲ୍ଲୀ ସିଏମ ଅରବିନ୍ଦ କେଜ୍ରିୱାଲଙ୍କ ମଜାକ ଉଡାଇଲେ ଅଭିନେତା ପରେଶ ରାୱଲ ।

author img

By

Published : Jun 5, 2019, 12:05 AM IST

ଡିଜାଇନ ଫଟୋ

ମୁମ୍ବାଇ: ନିକଟରେ ବଲିଉଡ ଅଭିନେତା ଏବଂ ବିଜେପି ନେତା ପରେଶ ରାୱଲ ଦିଲ୍ଲୀ ସିଏମ ଅରବିନ୍ଦ କେଜ୍ରିୱାଲଙ୍କୁ କରିଛନ୍ତି ଟାର୍ଗେଟ । ଆମ ଆଦମୀ ପାର୍ଟିର ବିଧାୟକ ସୌରଭ ଭାରଦ୍ବାଜଙ୍କ ଟ୍ବିଟକୁ ରିଟ୍ବିଟ କରି ବିଜେପିରୁ ସାଂସଦ ରହିସାରିଥିବା ପରେଶ ସିଏମ କେଜ୍ରିୱାଲଙ୍କ ମଜାକ ଉଡାଇଛନ୍ତି ।

ଦିଲ୍ଲୀ ଗ୍ରେଟର କୈଲାଶର ବିଧାୟକ ସୌରଭ ସିଏମ ଅରବିନ୍ଦଙ୍କ ଏକ ଫଟୋ ଟ୍ବିଟରରେ ସେୟାର କରିଥିଲେ । ଏହାକୁ ସେୟାର କରି ସେ କ୍ୟାପସନରେ ଲେଖିଥିଲେ, "ଯେଉଁ ଲୋକେ ତାଙ୍କ ଆଖପାଖରେ ଅଛନ୍ତି ତାଙ୍କ ଝାଳ ଦେଖ ।"

ଏହାପରେ ପରେଶ ସଙ୍ଗେ ସଙ୍ଗେ ସେହି ଟ୍ବିଟକୁ ରିଟ୍ବଟ କରି ଲେଖିଥିଲେ, "ବାଃ ଦିଲ୍ଲୀର ଥଣ୍ଡା ବାତାବରଣରେ ଏପରି ଝାଳ ବୁହାଇବା । ଏହା କେବଳ ପରିଶ୍ରମୀ ଲୋକ ହିଁ କରିପାରିବେ । "

ପ୍ରକାଶ ଥାଉକି ପରେଶ ଏପରି ଟ୍ବିଟ କରିବାର କାରଣ ହେଲା କି ବର୍ତ୍ତମାନ ଦିଲ୍ଲୀରେ ଭିଷଣ ଗରମ ହେଉଛି । ଦିନକୁ ଦିନ ତାପମାତ୍ରା ବଢିବାରେ ଲାଗିଛି । ଯାହା ପାଇଁ ହନ୍ତସନ୍ତ ହୋଇଛନ୍ତି ଜନସାଧାରଣ । ଏମିତିରେ ସମସ୍ତଙ୍କ ଝାଳ ବାହାରିବା ସ୍ବଭାବିକ କଥା ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.