ଗୌହାଟୀ: ଗୁରୁବାର ଦିନ ଆସାମର ଫେମସ ଗାୟିକା ତଥା ସଂଗୀତଜ୍ଞ ଅର୍ଚ୍ଚନା ମହନ୍ତଙ୍କ ଗୌହାଟୀର ଏକ ଘରୋଇ ଡାକ୍ତରଖାନାରେ ଦେହାନ୍ତ ହୋଇଛି ।
ଅର୍ଚ୍ଚନା ବଲିଉଡର ଲୋକପ୍ରିୟ ଗାୟକ ତଥା ପାପେନ୍ ଅନ୍ତରଙ୍ଗ ମହନ୍ତଙ୍କ ମାତା ଥିଲେ । 14 ଅଗଷ୍ଟରେ, ଅର୍ଚ୍ଚନା ବ୍ରେନ ଷ୍ଟୋକ ଯୋଗୁଁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ।
ଅର୍ଚ୍ଚନା ଏବଂ ତାଙ୍କ ସ୍ୱାମୀ ସ୍ବର୍ଗୀୟ ଖଗେନ ମହନ୍ତ ସେମାନଙ୍କର ବିହୁ ଗୀତ ଏବଂ ଲୋକଗୀତ ପାଇଁ ଜଣାଶୁଣା ଥିଲେ । ଖଗେନ 2014 ରେ ମୃତ୍ୟୁ ବରଣ କରିଥିଲେ ।
ଆସାମର ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ ମହନ୍ତଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ