ମୁମ୍ବାଇ: କୋରୋନା ଭାଇରସ ମହାମାରୀରୁ ବଞ୍ଚିବା ପାଇଁ ଲକଡାଉନ ପାଳନ କରିବାରେ ବ୍ୟସ୍ତ ଲୋକପ୍ରିୟ ଅଭିନେତା ପଙ୍କଜ ତ୍ରିପାଠୀ । ବର୍ତ୍ତମାନ ଘରେ ସେ ନିଜର ପପୁଲାର ୱେବ ସିରିଜ ‘ମିର୍ଜାପୁର’ ଦେଖି ସମୟ କାଟୁଛନ୍ତି । ଏହି ପପୁଲାର ୱେବ ସିରିଜରେ ସେ ଗ୍ୟାଙ୍ଗଷ୍ଟାର କାଲିନ ଭୈୟା ଭୂମିକାରେ ଅଭିନୟ କରଥିଲେ । ସିରିଜରେ ତାଙ୍କ ଦମଦାର ଅଭିନୟର ଖୁବ ପ୍ରଶଂସା କରାଯାଇଛି ।
ଶୋ ଦେଖିବାର ଅନୁଭୂତ ସେ ସେୟାର କରିଛନ୍ତି । ସେ ଇନଷ୍ଟାଗ୍ରାମରେ ‘ମିର୍ଜାପୁର’ର ଏକ ଭିଡିଓ ପୋଷ୍ଟ କରି ଲେଖିଛନ୍ତି, ‘ଏହାର କାହାଣୀ ଆରମ୍ଭରୁ ନେଇ ଶେଷ ପର୍ଯ୍ୟନ୍ତ ମତେ ଭଲ ଲାଗେ । ହେଲେ ଜଣେ ଦର୍ଶକ ରୂପେ ଏହାକୁ ଦେଖିବା ପରେ ମତେ ଏହାର ସୌନ୍ଦର୍ଯ୍ୟ ବିଷୟରେ ଜଣାପଡିଲା । ମୁଁ ଆଶ୍ଚର୍ଯ୍ୟ ହେଉଥିଲି ଯେ ଦର୍ଶକ କାହାଣୀକୁ ଆଗାମୀ ଦିନ ପାଇଁ କାହିଁକି ବଞ୍ଚାଇ ରଖୁନାହାଁନ୍ତି । ଗୋଟିଏ ସମୟରେ ଗୋଟିଏ ଏପିସୋଡ କାହିଁକି ଦେଖୁନାହାଁନ୍ତି । ହେଲେ ମିର୍ଜାପୁରର କାହାଣୀ ଏମିତି କିଛି ହୋଇଛି । ଯାହାର ଆଗାମୀ କାହାଣୀ ଜାଣିବାକୁ ସମସ୍ତେ ବ୍ୟାକଳ ହେବ।’
ପ୍ରକାଶ ଥାଉକି ପଙ୍କଜ ପୁଣିଥରେ କାଲିନ ଭୈୟା ରୂପେ ଲୋକଙ୍କୁ ହତ୍ୟା କରିବାକୁ ଯାଉଛନ୍ତି । କାରଣ ଖୁବଶୀଘ୍ର ଆମାଜନ ପ୍ରାଇମ ଭିଡିଓରେ ଷ୍ଟ୍ରିମିଂ ହେବ ‘ମିର୍ଜାପୁର2’ ।