ETV Bharat / sitara

ରିଲିଜ ପୂର୍ବରୁ ବିବାଦରେ ‘ପାନିପଥ’ - ସସମ୍ୟା ଘେରରେ ପାନିପଥ

ସମସ୍ୟାରେ ଆସିଯାଇଛି ନିର୍ମାତା ଆଶୁତୋଷ ଗୋୱାରିକରଙ୍କ ଫିଲ୍ମ ‘ପାନିପଥ’ । ଇତିହାସ କାହାଣୀକୁ ପରିବର୍ତ୍ତନ କରାଯାଇ ‘ପାନିପଥ’ରେ ମୁସଲମାନ ଶାସକଙ୍କୁ ଭୁଲ ସାବ୍ୟସ୍ତ କରାଯିବା ମାମଲା ସାମ୍ନାକୁ ଆସିଛି ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅର୍ଜୁନ କପୁର
author img

By

Published : Nov 14, 2019, 11:06 PM IST

ମୁମ୍ବାଇ: ନିକଟରେ ଅର୍ଜୁନ କପୁର ଓ ସଞ୍ଜୟ ଦତ୍ତଙ୍କ ଚର୍ଚ୍ଚିତ ଫିଲ୍ମ ‘ପାନିପଥ’ର ଦମଦାର ଟ୍ରେଲର ରିଲିଜ ହୋଇଥିଲା । ଯାହାକୁ ଦର୍ଶକ ଖୁବ୍ ପସନ୍ଦ କରିଥିଲେ । କିନ୍ତୁ ଫିଲ୍ମ ରିଲିଜ ପୂର୍ବରୁ ବିବାଦ ଘେରରେ ଆସିଯାଇଛି । ‘ପାନିପଥ’ ଟ୍ରେଲର ସାମ୍ନାକୁ ଆସିବା ପରେ ଆଫଗାନିସ୍ତାନ ଲୋକ ଆପତ୍ତି ଜାହିର କରିଥିବାର ମାମଲା ସାମ୍ନାକୁ ଆସିଛି । ଆଫଗାନିସ୍ତାନ ପରେ ଏବେ ପାକିସ୍ତାନ ମଧ୍ୟ ଫିଲ୍ମ ଉପରେ ଆପତ୍ତି ପ୍ରକାଶ କରିଛି । ପାକିସ୍ତାନ ସରକାର ଫିଲ୍ମ ‘ପାନିପଥ’ରେ ଇତିହାସର କାହାଣୀକୁ ଭୁଲ ରୂପେ ପର୍ଯ୍ୟବେଶିତ କରାଯିବାର ପ୍ରଶ୍ନ ଉଠାଇଛନ୍ତି ।

tweet-2
ଫଟୋ ସୌଜନ୍ୟ: ଟ୍ବିଟର@ ଫୱାଦ ଚୌଧରୀ

ବିବାଦୀୟ ବୟାନ ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା ପାକିସ୍ତାନର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଫୱାଦ ଚୌଧରୀ ଫିଲ୍ମ ‘ପାନିପଥ’ ଉପରେ ପ୍ରଶ୍ନ ଉଠାଇ ଏକ ଟ୍ବିଟ କରିଛନ୍ତି । ରିଲିଜ ପୂର୍ବରୁ ଫୱାଦ କହିଛନ୍ତି ଯେ ଏଥିରେ ମୁସଲମନ ଶାସକଙ୍କୁ ଖରାପ ଉପସ୍ଥାନ କରାଯିବା ପାଇଁ ଇତିହାସକୁ ଭୁଲ ସାବ୍ୟସ୍ତ କରାଯାଇଛି ।

tweet-1
ଫଟୋ ସୌଜନ୍ୟ: ଟ୍ବିଟର@ଡା. ଶାଇଦା ଅବ୍ବାଲୀ

ସେ ଟ୍ବିଟ କରି ଲେଖିଛନ୍ତି, ‘ଯେବେ ମୁର୍ଖ ଲୋକ ଆରଏସଏସ(ରାଷ୍ଟ୍ରୀୟ ସ୍ବୟଂସେବାକ ସଂଘ)ର ବିଚାର ଧାରା ଅନୁଯାୟୀ ଇତିହାସକୁ ପୁଣିଥରେ ଲେଖୁଛନ୍ତି । ତେବେ ସେମାନଙ୍କ ଠାରୁ ଆଉ କଣ ଆଶା କରାଯିବ । ଦେଖନ୍ତୁ ଆଗକୁ ଆଉ ହେଉଛି କଣ ।’

ଅନ୍ୟପଟେ ଫିଲ୍ମ ଟ୍ରେଲର ରିଲିଜ ପରେ ଭାରତର ଆଫଗାନିସ୍ତାନର ପୂର୍ବତନ ରାଜଦୂତ ଡା. ଶାଇଦା ଅବ୍ବାଲୀ ଚିନ୍ତା ପ୍ରକାଶ କରିଛନ୍ତି । ସେ ଟ୍ବିଟରରେ ଲେଖିଛନ୍ତି, ‘ଭାରତୀୟ ଫିଲ୍ମ ଭାରତ-ଆଫଗାନିସ୍ତାନ ସମ୍ପର୍କକୁ ସୁଦୃଢ କରିବାରେ ମୁଖ୍ୟ ଭୂମିକାରେ ସବୁବେଳେ ରହିଆସୁଛି । ମୁଁ ଆଶା କରୁଛି ଯେ ଫିଲ୍ମ ପାନିପଥ ଆମ ଇତିହାସକୁ ଦୃଷ୍ଟରେ ରଖି ନିର୍ମାଣ କରାଯାଇଥିବ ।’ ସେହିପରି ଆଫଗାନିସ୍ତାନର ରାଜଦୂତ ତାହିର କାଦରୀ ମଧ୍ୟ କହିଛନ୍ତି ଯେ ସେ ଏହି ମାମଲାରେ ଭାରତ ସରକାରଙ୍କ ସହ ସମ୍ପର୍କ କରିବେ ।

ପ୍ରକାଶ ଥାଉକି ଆଶୁତୋଷ ଗୋୱାରିକରଙ୍କ ଫିଲ୍ମ ‘ପାନିପଥ’ ଆଫଗାନିସ୍ତାନର ବାଦଶାହ ଅହମ୍ମଦ ଶାହ ଅବ୍ବାଲୀ ଓ ମରାଠାଙ୍କ ମଧ୍ୟରେ ହୋଇଥିବା ତୃତୀୟ ପାନିପଥ ଯୁଦ୍ଧ ଉପରେ ଆଧାରିତ । ଫିଲ୍ମରେ ଅର୍ଜୁନ ମରାଠା ଯୋଦ୍ଧା ସଦାଶିବ ରାଓ ଭାଉଙ୍କ ଭୂମିକାରେ ଅଭିନୟ କରୁଥିବା ବେଳେ ସଞ୍ଜୟ ଶାହ ଅବ୍ବାଲୀ ଭୂମିକାରେ ନଜର ଆସିବେ ।

Intro:Body:

BLANK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.