ETV Bharat / sitara

ବାହୁଡିଗଲେ ପଦ୍ମ ବିଭୂଷଣ ପଣ୍ଡିତ ଯଶରାଜ

author img

By

Published : Aug 17, 2020, 6:39 PM IST

Updated : Aug 17, 2020, 8:30 PM IST

ବାହୁଡିଗଲେ ପଦ୍ମ ବିଭୂଷଣ ପଣ୍ଡିତ ଯଶରାଜ
ବାହୁଡିଗଲେ ପଦ୍ମ ବିଭୂଷଣ ପଣ୍ଡିତ ଯଶରାଜ

20:17 August 17

20:17 August 17

20:15 August 17

ପଦ୍ମ ବିଭୂଷଣ ପଣ୍ଡିତ ଯଶରାଜଙ୍କ ପରଲୋକରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଶୋକ ପ୍ରକାଶ

19:43 August 17

ପଦ୍ମ ବିଭୂଷଣ ପଣ୍ଡିତ ଯଶରାଜଙ୍କ ପରଲୋକରେ ମୋଦିଙ୍କ ଶୋକ ପ୍ରକାଶ

ଯଶରାଜଙ୍କ ବିୟୋଗ ସମ୍ପର୍କରେ ଜାଣିବା ପରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ

ବାଲୁକା କଳାରେ ଯଶରାଜଙ୍କୁ ଅଲବିଦା
ବାଲୁକା କଳାରେ ଯଶରାଜଙ୍କୁ ଅଲବିଦା

18:37 August 17

ପଦ୍ମ ବିଭୂଷଣ ପଣ୍ଡିତ ଯଶରାଜଙ୍କ ପରଲୋକ । ଆମେରିକା ସ୍ଥିତ ନ୍ୟୁ ଜର୍ସିରେ 90 ବର୍ଷ ବୟସରେ ଯଶରାଜଙ୍କ ଦେହାନ୍ତ ହୋଇଛି ।

ପଦ୍ମ ବିଭୂଷଣ ପଣ୍ଡିତ ଯଶରାଜଙ୍କ ପରଲୋକ
ପଦ୍ମ ବିଭୂଷଣ ପଣ୍ଡିତ ଯଶରାଜଙ୍କ ପରଲୋକ

ହାଇଦ୍ରାବାଦ: ପରପାରିରେ ବିଶ୍ବ ପ୍ରସିଦ୍ଧ ଶାସ୍ତ୍ରୀୟ ଗାୟକ ପଦ୍ମ ବିଭୂଷଣ ପଣ୍ଡିତ ଯଶରାଜ । ସୋମବାର ଆମେରିକା ସ୍ଥିତ ନ୍ୟୁ ଜର୍ସିରେ 90 ବର୍ଷ ବୟସରେ ତାଙ୍କ ଦେହାନ୍ତ ହୋଇଛି । ତାଙ୍କ ବିୟୋଗରେ ଶାସ୍ତ୍ରୀୟ ସଙ୍ଗୀତ ଜଗତରେ ଶୋକର ଛାୟା ଖେଳିଯାଇଛି ।

ଯଶରାଜଙ୍କ ପରିବାରଲୋକେ ଦେଇଥିବା ସୂଚନାନୁସାରେ, ସେଠାର ସମୟ ଅନୁସାରେ ସୋମବାର ସକାଳ 5ଟା 15 ମିନିଟରେ ସେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ । 28 ଜାନୁଆରୀ 1930ରେ ଜନ୍ମଗ୍ରହଣ କରିଥିବା ଏହି ମହାନ୍ କଳାକାର ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତକୁ ସାରା ବିଶ୍ବରେ ଏକ ନୂଆ ପରିଚୟ ଦେଇଥିଲେ । 

ସେ ଶାସ୍ତ୍ରୀୟ ସଙ୍ଗୀତ ଜଗତରେ ନିଜ ଜୀବନ କାଳର 80 ବର୍ଷରୁ ଅଧିକ ସମୟ ଦେଇଥିଲେ । ମାତ୍ର ଏତିକି ଥମିନଥିଲା ଏହି ମହାନ ଗାୟକଙ୍କ ସ୍ବର । ଭାରତ ସହ ଆମେରିକା ଏବଂ କାନାଡାରେ ମଧ୍ୟ ସେ ଶାସ୍ତ୍ରୀୟ ସଙ୍ଗୀତର ଅସ୍ତିତ୍ବ ବଜାୟ ରଖିଥିଲେ ।

ତେବେ ଯଶରାଜଙ୍କୁ ତାଙ୍କର ଏହି କଳା ଉତ୍ତରାଧିକାରୀ ସୂତ୍ରରେ ମିଳିଥିଲା । ତାଙ୍କ ଜନ୍ମ ମେବାତି ବଂଶରେ ହୋଇଥିଲା । ତାଙ୍କର 4 ପିଢି ସଙ୍ଗୀତ ଜଗତ ସହ ଜଡିତ ଥିଲେ । 4 ବର୍ଷ ବୟସରେ ସେ ନିଜ ବାପାଙ୍କୁ ହରାଇଥିଲେ । ତାଙ୍କର ଲାଳନ ପାଳନର ସମସ୍ତ ଦାୟିତ୍ବ ବଡ ଭାଇ ପଣ୍ଡିତ ମଣିରାମ କରିଥିଲେ ।  

ତେବେ ଏହି ମହାନ କଳାକାରଙ୍କ ବିୟୋଗର ଖବର ଜାଣିବା ପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ମୋଦି ଟ୍ବିଟ୍ କରି ଶୋକ ପ୍ରକାଶ କରିବା ସହ ତାଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ।

ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଯଶରାଜଙ୍କ ବିୟୋଗ ସମ୍ପର୍କରେ ଜାଣିବା ପରେ ଗଭୀର ଦୁଃଖ ପ୍ରକାଶ କରିବା ସହ ତାଙ୍କ ପରିବାରକୁ ଏବଂ ଲକ୍ଷ ଲକ୍ଷ ପ୍ରଶଂସକକୁ ସମବେଦନା ଜଣାଇଛନ୍ତି । ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ମଧ୍ୟ ତାଙ୍କ ବିୟୋଗରେ ପୁରୀ ବେଳାଭୂମିରେ ଏକ ସୁନ୍ଦର ବାଲୁକାକଳା ମାଧ୍ୟମରେ ସହୃଦୟରୁ ଶୋକ ପ୍ରକାଶ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Aug 17, 2020, 8:30 PM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.