ମୁମ୍ବାଇ: ଭାରତର ପ୍ରଥମ ଓସ୍କାର ବିଜେତା କଷ୍ଟ୍ୟୁମ ଡିଜାଇନର ଭାନୁ ଅଥୈୟାଙ୍କ ପରଲୋକ ହୋଇଛି । ଦୀର୍ଘ ଦିନରୁ ଅସୁସ୍ଥ ଥିଲେ ଭାନୁ । ତେବେ ତାଙ୍କ ନିଧନ ନେଇ ଝିଅ ରାଧିକା ଗୁପ୍ତା ସୂଚନା ଦେଇଛନ୍ତି ।
1983 ପରଦାକୁ ଆସିଥିବା ଚଳଚିତ୍ର 'ଗାନ୍ଧୀ'ରେ କାମ କରି ଓସ୍କାର ଜିତିଥିବା ଭାନୁଙ୍କ ନିଧନ ଖବର ସାମ୍ନାକୁ ଆସିବା ପରେ କଳା ଜଗତରେ ଶୋକର ଛାୟା ଖେଳିଯାଇଛି । ସେ ଭାରତୀୟ କଷ୍ଟ୍ୟୁମ ଡିଜାଇନରେ ଅନେକ ସ୍ମୃତି ଛାଡିଯାଇଛନ୍ତି ।
କୋଲହାପୁରରେ ଜନ୍ମଗ୍ରହଣ କରିଥିବା ଅଥୈୟା ହିନ୍ଦୀ ସିନେମାରେ କଷ୍ଟ୍ୟୁମ ଡିଜାଇନର ଗୁରୁଦତ୍ତଙ୍କ 1956 ସୁପରହିଟ୍ ଫିଲ୍ମ 'CID'ରୁ ନିଜକ କ୍ୟାରିଅର ଆରମ୍ଭ କରିଥିଲେ ।