ETV Bharat / sitara

ଆଇଏଫଏଫଆଇରେ ‘ପଡୋଶନ’ ଓ ‘ଅନ୍ଦାଜ ଅପନା ଅପନା’ର ସ୍କ୍ରିନିଂ

50ତମ ଆଇଏଫଏଫଆଇ ଅବସରରେ ପୁଣି ଦେଖିବାକୁ ମିଳିବ ପୁରୁଣା ଫିଲ୍ମର ଝଲକ । ନଭେମ୍ବର 21ରୁ ଗୋଆରେ ଆରମ୍ଭ ହେବ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲ ଅଫ ଇଣ୍ଡିଆ।

ଡିଜାଇନ ଫଟୋ
author img

By

Published : Oct 23, 2019, 3:17 PM IST

ମୁମ୍ବାଇ: ବଲିଉଡର ସବୁଠାରୁ ବଡ କମେଡି ଏବଂ ଦର୍ଶକଙ୍କ ଫେଭରେଟ ଫିଲ୍ମ ‘ଚଲତିକା ନାମ ଗାଡି’, ‘ପଡୋଶନ’ ଏବଂ ‘ଅନ୍ଦାଜ ଅପନା ଅପନା’ ଫିଲ୍ମର ସ୍କ୍ରିନିଂ ଖୁବଶୀଘ୍ର ଦେଖିବାକୁ ମିଳିବ । ଏହି ଫିଲ୍ମର ପ୍ରିୟିମର ନଭେମ୍ବର 20ରେ ଆୟୋଜନ ହେବାକୁ ଯାଉଥିବା ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲ ଅଫ ଇଣ୍ଡିଆ(ଆଇଏଫଏଫଆଇ)ରେ ରଖାଯାଇଛି । ଏହି ଫେଷ୍ଟିଭାଲ ଗୋଆରେ ନଭେମ୍ବର 20ରୁ ଆରମ୍ଭ ହେଉ 28ରେ ଶେଷ ହେବ ।

50ତମ ସଂସ୍କରଣ ଅବସରରେ ଆଇଏଫଏଫଆଇ ତରଫରୁ ଘୋଷଣା କରାଯାଇଛି ଯେ ସିନେମାର ସଫଳତା ପାଇଁ ଏହି ଫିଲ୍ମର ଓପନ ଏୟାର ସ୍କ୍ରିନିଂର ବ୍ୟବସ୍ଥା କରାଯାଇଛି । ଏବର୍ଷ ଦୁଇଟି ସ୍ଥାନରେ ସ୍କ୍ରିନିଂର ଆୟୋଜନ କରାଯିବ । ଜୋଗର୍ସ ପାର୍କ(ଅଲ୍ଟିନ୍ହୋ, ପଞ୍ଜିମ) ଏବଂ ମିରାମାର ବିଚରେ ନଭେମ୍ବର 21ରୁ 27 ମଧ୍ୟରେ ଆୟୋଜନ ହେବ ।

ଜୋଗର୍ସ ପାର୍କରେ କମେଡି ଫିଲ୍ମର ସ୍କ୍ରିନିଂ ହେବାକୁ ଥିବା ବେଳେ ମିରାମାର ବିଚରେ ଭାରତୀୟ ପନୋରମାର କିଛି ଶାନଦାର ଫିଲ୍ମର ସ୍କ୍ରିନି ରଖାଯାଇଛି ।

ଏହି କ୍ରମରେ ‘ଚଲତିକା ନାମ ଗାଡି’, ‘ପଡୋଶନ’, ‘ଅନ୍ଦାଜ ଅପନା ଅପନା’, ‘ହେରା ଫେରି’, ‘ଚେନ୍ନାଇ ଏକ୍ସପ୍ରେସ’, ‘ବଧାଇ ହୋ’ ଏବଂ ‘ଟୋଟାଲ ଧମାଲ’ ଭଳି ଫିଲ୍ମର ସ୍କ୍ରିନିଂ ଜୋଗର୍ସ ପାର୍କରେ କରାଯିବ । ସେହିପରି ମିରାମାର ବିଚରେ ‘ନାଚୋମ-ଇୟା କୁମ୍ପସାର’(କୋଙ୍କଣି), ‘ସୁପର 30’(ହିନ୍ଦୀ), ‘ଆନନ୍ଦୀ ଗୋପାଲ’(ମରାଠୀ), ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’(ହିନ୍ଦୀ), ‘ହେଲାରୋ’( ଗୁଜରାଟି), ‘ଗଲିବୟ’(ହିନ୍ଦୀ) ଏବଂ ‘ଏଫ-2: ଫନ ଆଣ୍ଡ ଫଷ୍ଟ୍ରେକ୍ସନ’(ତେଲୁଗୁ) ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.