ମୁମ୍ବାଇ: ଗତ ବର୍ଷ ରିଲିଜ ହୋଇଥିବା ଅକ୍ଷୟ କୁମାରଙ୍କ ପପୁଲାର ମ୍ୟୁଜିକାଲ ଭିଡିଓ ‘ଫିଲହାଲ’ରୁ ବଲିଉଡରେ ନୂଆ ଚେହେରା ଦେଖିବାକୁ ମିଳିଥିଲା । ଏହି ଭିଡିଓ ଜରିଆରେ ଫେମସ ଅଭିନେତ୍ରୀ କ୍ରିତି ସାନନଙ୍କ ଭଉଣୀ ନୂପୁର ସାନନ ଅଭିନୟରେ ଡେବ୍ୟୁ କରିଥିଲେ। କେହି ମଧ୍ୟ ଭାବିନଥିଲେ ଯେ ବି.ପାର୍କଙ୍କ ଏହି ମ୍ୟୁଜିକ ଭିଡିଓରେ ନୂପୁରଙ୍କ ଅଭିନୟ ଏତେ ସଫଳ ହେବ ବୋଲି।
ଏବେ ତାଙ୍କୁ ନେଇ ଏକ ଗୁଡନ୍ୟୁଜ ସାମ୍ନାକୁ ଆସିଛି। ଅଭିନୟ ବ୍ୟତୀତ ସେ ସଙ୍ଗୀତ ଦୁନିଆରେ ମଧ୍ୟ ଡେବ୍ୟୁ କରିବାକୁ ଯାଉଛନ୍ତି । ଏହି ଗୀତର ଫିମେଲ ଭର୍ସନ ଗାଇବେ ନୂପୁର । ପ୍ରଥମେ ଅଭିନୟ ଜରିଆରେ ଆଉ ଏବେ ସଙ୍ଗୀତରେ ଦର୍ଶକଙ୍କୁ ମନୋରଞ୍ଜନ କରିବେ ସେ । ପ୍ରଶିକ୍ଷିତ ଶାସ୍ତ୍ରୀୟ ଗାୟିକା ମଧ୍ୟ ସେ ।
ପ୍ରକାଶ ଥାଉକି ‘ଫିଲହାଲ’ ଗୀତଟି ୟୁଟ୍ୟୁବରେ 600 ମିଲିୟନ ଭ୍ୟୁ-ମାର୍କ ପାର କରିନେଇଥିଲା । ରିଲିଜ ସମୟରେ ଗୀତଟିର ଭ୍ୟୁ ସଂଖ୍ୟା ଗୋଟିଏ ଗୋଟିଏ ମିନିଟରେ ବଢିଚାଲିଥିଲା । ଦର୍ଶକଙ୍କ ଗୀତରେ ଜବରଦସ୍ତ ପ୍ରତିକ୍ରିୟା ଦେଖି ନିର୍ମାତା ସିକ୍ବେଲ ଆଣିବାର ଘୋଷଣା କରିଥିଲେ । ଯାହାର ଫାଷ୍ଟଲୁକ ପୋଷ୍ଟର ମଧ୍ୟ କିଛି ଦିନ ପୂର୍ବରୁ ଜାରି ହୋଇଥିଲା । ମ୍ୟୁଜିକ ଭିଡିଓର ଇତିହାସରେ ଏମିତି ପ୍ରଥମଥର ହେବାକୁ ଯାଉଛି ଯେବେ କୌଣସି ମ୍ୟୁଜିକ ଭିଡିଓର ସିକ୍ବେଲ ଆସିବ।