ହାଇଦ୍ରାବାଦ: ବଲିଉଡ ଅଭିନେତ୍ରୀ କ୍ରିତି ସାନନ (Kriti Sanon) ଇଣ୍ଡଷ୍ଟ୍ରିରେ ତାଙ୍କ ଅଭିନୟ ଆଧାରରେ ଏକ ଭଲ ପରିଚୟ ସୃଷ୍ଟି କରିଛନ୍ତି । ଏବେ ତାଙ୍କ ଭଉଣୀ ନୁପୁର ସାନନ (Nupur Sanon) ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଏହି ଚଳଚ୍ଚିତ୍ରରେ ନୁପୁର ସାନନ ବଲିଉଡ୍ ଅଭିନେତା ନୱାଜୁଦ୍ଦିନ ସିଦ୍ଦିକି (Nawazuddin Siddiqui) ଙ୍କ ସହ ନଜର ଆସିବେ। ଏହି ଫିଲ୍ମର ନାମ ହେଉଛି 'ନୁରାନୀ ଚେହରା' (Noorani Chehra) ଏବଂ ଏହାର ଟିଜର ପୋଷ୍ଟର ସାମ୍ନାକୁ ଆସିଛି। ନବନିୟତ ସିଂ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେବେ।
- " class="align-text-top noRightClick twitterSection" data="
">
ନୱାଜୁଦ୍ଦିନ ସିଦ୍ଦିକି ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ଫିଲ୍ମ ନୁରାନୀ ଚେହରାର ଟିଜର ପୋଷ୍ଟର ସେୟାର କରିଛନ୍ତି। ପୋଷ୍ଟରରେ ନୱାଜୁଦ୍ଦିନ ସିଦ୍ଦିକି ବାଥ୍ରୋବ ପିନ୍ଧି ମୁହଁରେ ଫେସମାସ୍କ ଏବଂ ଆଖି ଆଗରେ ଦୁଇଟି ଲେମ୍ବୁ ଧରିଛନ୍ତି। ଏହି ସମୟରେ, ନୁପୁର ସାନନ୍ ନୱାଜୁଦ୍ଦିନଙ୍କ ପଛରେ ଠିଆ ହୋଇ ଅଧା ମୁହଁ ଲୁଚାଇଛନ୍ତି । ତେବେ ଆଜିଠାରୁ ଏହାର ଶୁଟିଂ ଆରମ୍ଭ ହେବ।
ନୁପୁର ସାନନ ଚଳଚ୍ଚିତ୍ରରେ ଅଭିନୟ ଆରମ୍ଭ କରିଥାଇପାରନ୍ତି କିନ୍ତୁ ସେ ମ୍ୟୁଜିକ୍ ଭିଡିଓରେ ପୂର୍ବରୁ ଅଭିନୟ କରିସାରିଛନ୍ତି । ଅକ୍ଷୟ କୁମାରଙ୍କ ବିପକ୍ଷରେ ମ୍ୟୁଜିକ୍ ଭିଡିଓ 'ଫିଲହାଲ୍' ଏବଂ 'ଫିଲହାଲ୍ ୨' ରେ ନୁପୁର ସାନନ୍ ଅଭିନୟ କରିଥିଲେ। ତାଙ୍କର ଏହି ମ୍ୟୁଜିକ୍ ଭିଡିଓକୁ ବହୁତ ପସନ୍ଦ କରାଯାଇଥିଲା । ଏଥି ସହିତ ନୱାଜୁଦ୍ଦିନ ସିଦ୍ଦିକିଙ୍କ କାର୍ଯ୍ୟ ବିଷୟରେ କହିବାକୁ ଗଲେ, ଫିଲ୍ମ 'ନୁରାନୀ ଚେହରା' ବ୍ୟତୀତ ତାଙ୍କୁ 'ଟିକୁ ଅରୁ ଶେରୁ', 'ଯୋଗିରା ସାରା ରା ରା', 'ସଂଗୀତ', 'ହିରୋପନ୍ତି' ଏବଂ 'ଅଦ୍ଭୁତ'ରେ ଦେଖିବାକୁ ମିଳିବ। '