ହାଇଦ୍ରାବାଦ: ଫିଲ୍ମନିର୍ମାତା ବିପୁଲ ଶାହ, ଯିଏକି ନିକଟରେ #ମି ଠୁ ଅଭିଯାନ ସମୟରେ ଜଣେ ଇରାନୀ ମଡେଲ ତଥା ଅଭିନେତ୍ରୀ ଏଲନାଜ ନୋରୌଜୀଙ୍କୁ ଯୌନ ନିର୍ଯ୍ୟାତନା ଅଭିଯୋଗର ଶିକାର ହୋଇଥିଲେ । କିନ୍ତୁ ଏବେ ତାଙ୍କୁ ଭାରତୀୟ ଫିଲ୍ମ ଓ ଟେଲିଭିଜନ ନିର୍ଦ୍ଦେଶକ ସଂଘ ପକ୍ଷରୁ ମିଳିଛି କ୍ଲିନ ଚିଟ ।
ନିକଟରେ ବିପୁଲଙ୍କୁ ଯୌନ ଉତ୍ପୀଡକ ନିରୋଧକ କମିଟି ଏନେଇ ଅନେକ ପଚରାଉଚରା କରିବା ପରେ ହିଁ ଭାରତୀୟ ଫିଲ୍ମ ଓ ଟେଲିଭିଜନ ନିର୍ଦ୍ଦେଶକ ସଂଘ ପକ୍ଷରୁ ବିପୁଲଙ୍କୁ ମିଳିଛି କ୍ଲିନ ଚିଟ ।
ଏକ ପ୍ରମୁଖ ଦୈନିକ ଖବରକାଗଜରେ IFTDA ତରଫରୁ କୁହାଯାଇଛି ଯେ, ଏଲନାଜ ନିଜ ଉପରେ ଯୌନ ନିର୍ଯ୍ୟାତନାକୁ ନେଇ କୌଣସି ସହଯୋଗ ତଥା ଖୁଲାସା କରି ବୟାନ ଦେବାକୁ ପ୍ରସ୍ତୁତ ନୁହେଁ, ଯଦିଓ ବିପୁଲ ଏନେଇ କଥା ହେବାକୁ ସମ୍ପୂର୍ଣ୍ଣ ଭାବରେ ପ୍ରସ୍ତୁତ ।
ଗତବର୍ଷ ମି ଠୁ ଅଭିଯାନ ସମୟରେ ଏଲନାଜ ମିଡିଆରେ କହିଥିଲେ ଯେ, ନିର୍ମାତା ବିପୁଲ ଶାହ ତାଙ୍କୁ ଗୋଟିଏ ଫିଲ୍ମରେ ଦ୍ବିତୀୟ ଲିଡ ହେବାକୁ କହି ଦୀର୍ଘ 3ମାସ ଯାଏଁ ଅପେକ୍ଷା କରାଇଥିଲେ । ଖାଲି ସେତିକି ନୁହଁ ଅଡିସନ ସମୟରେ ଅନେକ ଥର ବିପୁଲ ତାଙ୍କୁ ଯୌନ ନିର୍ଯ୍ୟାତନା ଦେଇଛନ୍ତି ବୋଲି ମଧ୍ୟ କହିଥିଲେ ଏହି ଅଭିନେତ୍ରୀ ।