ETV Bharat / state

ପୁରୀରୁ ବିଶ୍ବ ଦେଖିଲା ଭାରତୀୟ ନୌସେନା ପରାକ୍ରମ - INDIAN NAVY DAY 2024 PURI

ପାଳନ ହେଲା ନୌସେନା ଦିବସ-2024 । ପୁରୀ ବ୍ଲୁ-ଫ୍ଲାଗ ବିଚରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ହେଲେ ମୁଖ୍ୟ ଅତିଥି । ବେଳାଭୂମି ହେଲା ଜନସମୁଦ୍ର ।

ପୁରୀରୁ ବିଶ୍ବ ଦେଖିଲା ଭାରତୀୟ ନୌସେନା ପରାକ୍ରମ
ପୁରୀରୁ ବିଶ୍ବ ଦେଖିଲା ଭାରତୀୟ ନୌସେନା ପରାକ୍ରମ (ETV Bharat Odisha)
author img

By ETV Bharat Odisha Team

Published : Dec 4, 2024, 5:34 PM IST

Updated : Dec 4, 2024, 8:59 PM IST

ପୁରୀ: ଶ୍ରୀକ୍ଷେତ୍ରରୁ ବିଶ୍ବ ଦେଖିଲା ଭାରତୀୟ ଜଳଶକ୍ତିର ସାମର୍ଥ୍ୟ । ପୁରୀ ଉପକୂଳରେ ସାମର୍ଥ୍ୟ ଦେଖାଇଲା ନୌସେନା । ଯୁଦ୍ଧ ଜାହାଜ ଓ ବିମାନର ଗର୍ଜନରେ ପ୍ରକମ୍ପିତ ହେଲା ଗଗନ-ପବନ, ରୋମାଞ୍ଚିତ ହେଲେ ଉଭୟ ଅତିଥି ଓ ଲକ୍ଷ ଲକ୍ଷ ଦର୍ଶକ । ବେଳାଭୁମିରେ ସୃଷ୍ଟି ହେଲା ଯୁଦ୍ଧକ୍ଷେତ୍ରର ଭ୍ରମ । ଆଜି ଅପରାହ୍ନରେ ବ୍ଲୁ-ଫ୍ଲାଗ ବିଚରେ କିଛି ଏପରି ଢଙ୍ଗରେ ପାଳିତ ହୋଇଛି ଭାରତୀୟ ନୌସେନା ଦିବସ-2024 । କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସାମିଲ ହୋଇଛନ୍ତି । ରାଷ୍ଟ୍ରପତିଙ୍କ ସହ ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଏକାଧିକ କେନ୍ଦ୍ରମନ୍ତ୍ରୀ, ସମସ୍ତ ମନ୍ତ୍ରୀ ଓ ବିଧାୟକଙ୍କ ସମେତ ଦେଶବ୍ୟାପୀ ତମାମ ବିଶିଷ୍ଟ ବ୍ୟକ୍ତିବିଶେଷ କାର୍ଯ୍ୟକ୍ରମରେ ସାମିଲ ହୋଇ ଭାରତୀୟ ସାମୁଦ୍ରିକ ଶକ୍ତି ଓ ସାମର୍ଥ୍ୟର ସାକ୍ଷୀ ହୋଇଛନ୍ତି ।

  • ରାଷ୍ଟ୍ରପତିଙ୍କୁ ଗାର୍ଡ-ଅଫ-ଅନର ଦେଲା ନୌସେନା:-

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବ୍ଲୁ-ଫ୍ଲାଗ ବିଚରେ ପହଞ୍ଚିବା ପରେ ନୌସେନା ପକ୍ଷରୁ ତାଙ୍କୁ ଗାର୍ଡ-ଅଫ-ଅନର ପ୍ରଦାନ କରାଯାଇଥିଲା । ନୌସେନା ମୁଖ୍ୟ ଆଡମିରାଲ ଦିନେଶ କୁମାର ତ୍ରିପାଠୀ ରାଷ୍ଟ୍ରପତିଙ୍କୁ ସ୍ବାଗତ କରି ଅଭିବାଦନ ସହ ମଞ୍ଚକୁ ପାଛୋଟି ନେଇଥିଲେ । ଏହା ପରେ ଜାତୀୟ ସଙ୍ଗୀତ ଗାନ ସହ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଥିଲା ଅପରେସନାଲ ଡେମୋନଷ୍ଟ୍ରେସନ । ପ୍ରଥମେ ଫ୍ଲାଗ ଫରମେସନରେ ତିନୋଟି ହେଲିକପ୍ଟର ତ୍ରିରଙ୍ଗା ଓ ଭାରତୀୟ ନୌସେନାର ଧ୍ବଜା ସହ ଉଡାଣ ଭରି ଯୁଦ୍ଧକଳା ପ୍ରଦର୍ଶନ ଆରମ୍ଭ କରିଥିଲେ ।ପଛକୁ ପଛ ଏକାଧିକ ହେଲିକପ୍ଟର ଓ ଲଢୁଆ ବିମାନଗୁଡିକ ଭିନ୍ନ ଭିନ୍ନ ଫରମେସନରେ ଉଡାଣ ଭରି ଯୁଦ୍ଧକୌଶଳ ପ୍ରଦର୍ଶନ କରିଥିଲେ । ଏହା ପରେ ଆରମ୍ଭ ହୋଇଥିଲା ସର୍ଚ୍ଚ ଓ ରେସ୍କ୍ୟୁ ଅପରେସନ ।

Navy Day 2024 Puri, Indian Navy conducts a mega Demonstration , President Droupadi murmu attendes (ETV Bharat Odisha)
  • ମାର୍କୋ କମାଣ୍ଡୋଙ୍କ ଡେମୋ-ଅପରେସନରେ ଅଭିଭୂତ ଦର୍ଶକ

ନୌସେନାର ସ୍ପେଶାଲ ୟୁନିଟ୍‌ ମରିନ କମାଣ୍ଡୋ (ମାର୍କୋ)ମାନେ ଛଦ୍ମବେଶୀ ଆତଙ୍କବାଦୀଙ୍କ ଦ୍ବାରା ବନ୍ଧକ ଥିବା ଜଣେ ବ୍ୟକ୍ତିଙ୍କୁ ଉଦ୍ଧାର କରି ସମ୍ପୂର୍ଣ୍ଣ ସାମରିକ ଅପରେସନର ଭ୍ରମ ସୃଷ୍ଟି ସହ ଦର୍ଶକଙ୍କୁ ବିମୋହିତ କରିଥିଲେ । ପରେ ବେଳାଭୂମିରେ ଶୁଣାଯାଇଥିଲା ଟ୍ୟାଙ୍କର ଗର୍ଜନ । ଏକାଧିକ ଟ୍ୟାଙ୍କ କଳାକୌଶଳ ପ୍ରଦର୍ଶନ କରିଥିଲେ ।

ଏହା ମଧ୍ୟ ପଢନ୍ତୁ:- ଆଜି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି, ଆସନ୍ତାକାଲି ନୌସେନା ଦିବସ କାର୍ଯ୍ୟକ୍ରମରେ ହେବେ ସାମିଲ

ଏହା ମଧ୍ୟ ପଢ଼ନ୍ତୁ...ରାଷ୍ଟ୍ରପତିଙ୍କ ଦର୍ଶନ ପାଇଁ ଛତିଶା ନିଯୋଗ ବୈଠକ, 8 ଟା 45ରୁ ସାଧାରଣ ଦର୍ଶନ ବନ୍ଦ

ଏହା ମଧ୍ୟ ପଢ଼ନ୍ତୁ...ନୌସେନା ଦିବସ: ଆସୁଛନ୍ତି ରାଷ୍ଟ୍ରପତି, ସଜେଇ ହେଲାଣି ପୁରୀ

  • ଅଂଶଗ୍ରହଣ କଲେ 15ଟି ଯୁଦ୍ଧ ଜାହାଜ ଓ 40ଟି ଏୟାରକ୍ରାଫ୍ଟ:-

ପରେ ଭାରତୀୟ ନୌସେନାରେ କାର୍ଯ୍ୟକ୍ଷମ ଥିବା ଏକାଧିକ ଶ୍ରେଣୀର ଯୁଦ୍ଧପୋତ ଗୋଟିଏ ପରେ ଗୋଟିଏ ଅଭିବାଦନ ମଞ୍ଚ ସମ୍ମୁଖରେ ସମୁଦ୍ରରେ ଅତିକ୍ରମ କରିଥିଲେ । ଗୋଟିଏ ବୁଡ଼ାଜାହାଜ (ସବମେରାଇନ) ମଧ୍ୟ ଏହି ଅଭ୍ୟାସରେ ସାମିଲ ହୋଇଥିଲା । ସ୍କାଏ-କିଙ୍ଗ ହେଲିକପ୍ଟରରୁ କମାଣ୍ଡୋମାନେ ଏୟାର-ଲିଫ୍ଟ ଅପରେସନ ପ୍ରଦର୍ଶିତ କରିଥିଲେ । ପରେ ‘ଚେତକ’, ‘ରୋମିଓ’, ହାଲ-ଧ୍ରୁବ, ଡ୍ରୋନିୟର, ମିଗ-29 ଓ ଆଣ୍ଟି-ସବମେରାଇନ ବିମାନ ପ୍ରମୁଖ ଉଡାଣ ଭରି ଗୋଳା ବର୍ଷଣ କରିଥିଲେ । କାର୍ଯ୍ୟକ୍ରମରେ 15ଟି ଯୁଦ୍ଧ ଜାହାଜ ଓ 40ଟି ଏୟାରକ୍ରାଫ୍ଟ ଅଂଶଗ୍ରହଣ କରିଥିଲେ ।

ସର୍ବୋଚ୍ଚ କମାଣ୍ଡରଙ୍କୁ ଗାର୍ଡ-ଅଫ-ଅନର ଦେଉଛି ନୌସେନା
ସର୍ବୋଚ୍ଚ କମାଣ୍ଡରଙ୍କୁ ଗାର୍ଡ-ଅଫ-ଅନର ଦେଉଛି ନୌସେନା (ETV Bharat Odisha)
  • ବିକଶିତ ଭାରତ ଗଠନରେ ନୌସେନାର ରହିଛି ବଡ ଭୂମିକା: ରାଷ୍ଟ୍ରପତି

ଡେମୋନଷ୍ଟ୍ରେସନ ଅପରେସନ ଶେଷ ହେବା ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଥିଲେ । ନୌବୀରଙ୍କ ସାହସ ଓ ଭାରତୀୟ ଜଳସୀମା ସୁରକ୍ଷାରେ ନୌସେନାର ଭୂମିକାକୁ ପ୍ରଂଶସା କରିଥିଲେ ରାଷ୍ଟ୍ରପତି । ସମ୍ବୋଧନରେ ରାଷ୍ଟ୍ରପତି କହିଛନ୍ତି,‘‘ଭାରତର ଭୌଗୋଳିକ ଅବସ୍ଥିତି ଆମକୁ ଏକ ମହାନ ସାମୁଦ୍ରିକ ରାଷ୍ଟ୍ର ହେବାକୁ ଆବଶ୍ୟକ କରୁଥିବା ସମସ୍ତ ଉପାଦାନ ଯୋଗାଇ ଦେଇଛି । ବିସ୍ତୀର୍ଣ୍ଣ ଉପକୂଳ, ଦ୍ୱୀପପୁଞ୍ଜ ଅଞ୍ଚଳ, ଉପକୂଳ ଜନସଂଖ୍ୟା ଏବଂ ବିକଶିତ ସାମୁଦ୍ରିକ ଭିତ୍ତିଭୂମି 5 ହଜାର ବର୍ଷରୁ ଅଧିକ ସମୟ ପୂର୍ବରୁ ଉପକୂଳ ତଥା ମହାସାଗରରେ ଭାରତର ସାମୁଦ୍ରିକ କାର୍ଯ୍ୟକଳାପକୁ ପ୍ରୋତ୍ସାହିତ କରିଆସିଛି । ଏକ ଗର୍ବିତ ସାମୁଦ୍ରିକ ଐତିହ୍ୟ ସମ୍ପନ୍ନ ଇତିହାସ ଏବଂ ଭବିଷ୍ୟତର ପ୍ରତିବଦ୍ଧତା ସହ ଭାରତ ସର୍ବଦା ଏକ ଶକ୍ତିଶାଳୀ ସାମୁଦ୍ରିକ ରାଷ୍ଟ୍ର ହୋଇଆସିଛି । ଆମର ଭାଗ୍ୟ, ଗର୍ବ ଏବଂ ପରିଚୟ, ସବୁକିଛି ସମୁଦ୍ର ଦ୍ୱାରା ହିଁ ବ୍ୟାଖ୍ୟା କରାଯାଇଛି । 2047 ସୁଦ୍ଧା ବିକଶିତ ଭାରତ ଗଠନରେ ଭାରତୀୟ ନୌସେନା ସାମୁଦ୍ରିକ ସୁରକ୍ଷା ସୁନିଶ୍ଚିତ କରିବ ।’’

ପୁରୀରୁ ବିଶ୍ବ ଦେଖିଲା ଭାରତୀୟ ନୌସେନା ପରାକ୍ରମ
ପୁରୀରୁ ବିଶ୍ବ ଦେଖିଲା ଭାରତୀୟ ନୌସେନା ପରାକ୍ରମ (ETV Bharat Odisha)
ମଞ୍ଚରେ ଅଭିବାଦନ ଗ୍ରହଣ କରୁଛନ୍ତି ରାଷ୍ଟ୍ରପତି, ସାଙ୍ଗରେ ଅଛନ୍ତି ରାଜ୍ୟପାଳ- ମୁଖ୍ୟମନ୍ତ୍ରୀ
ମଞ୍ଚରେ ଅଭିବାଦନ ଗ୍ରହଣ କରୁଛନ୍ତି ରାଷ୍ଟ୍ରପତି, ସାଙ୍ଗରେ ଅଛନ୍ତି ରାଜ୍ୟପାଳ- ମୁଖ୍ୟମନ୍ତ୍ରୀ (ETV Bharat Odisha)
  • ନୌସେନାରେ ନାରୀଶକ୍ତିକୁ ମିଳିଥିବା ଅବସରକୁ ରାଷ୍ଟ୍ରପତିଙ୍କ ପ୍ରଶଂସା

ସେହିପରି ରାଷ୍ଟ୍ରପତି ନୌବାହିନୀରେ ଭାରତୀୟ ନାରୀଶକ୍ତିକୁ ମିଳିଥିବା ଭାଗିଦାରୀକୁ ମଧ୍ୟ ପ୍ରଶଂସା କରିଛନ୍ତି । କହିଛନ୍ତି,‘‘ନାରୀଶକ୍ତିକୁ ଉପଯୁକ୍ତ ବିକାଶ ସୁଯୋଗ ଯୋଗାଇବାରେ ନୌସେନା ଅଗ୍ରଣୀ ଉଦ୍ୟମ କରିଛି । ମହିଳା ଅଗ୍ନିଶମ କର୍ମଚାରୀଙ୍କୁ ନିୟୋଜିତ କରିବାରେ ନୌସେନା ହେଉଛି ପ୍ରଥମ ସେବା ।’’ ବିଶେଷ କରି କାର୍ଯ୍ୟକ୍ରମ ସଂଧ୍ୟାରେ ସମୁଦ୍ରରେ ଥିବା ନୌସେନା ଜାହାଜଗୁଡିକୁ ଆଲୋକମାଳାରେ ସୁସଜ୍ଜିତ କରାଯିବା ସହ ଲେଜର ସୋ’ ମଧ୍ୟ ଆୟୋଜିତ ହୋଇଥିଲା ।

  • ଓଡିଶା ଉପକୂଳରେ ପ୍ରଥମ:-

ଭାରତୀୟ ନୌସେନା ପ୍ରତିବର୍ଷ ଏପରି ଢଙ୍ଗରେ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମ ଆୟୋଜନ କରୁଥିବା ବେଳେ ଓଡିଶା ଉପକୂଳରେ ଏହାଥିଲା ପ୍ରଥମ ଆୟୋଜନ । ଏହାକୁ ନେଇ ସାରା ରାଜ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା । ଆଜି ମୁଖ୍ୟ କାର୍ଯ୍ୟକ୍ରମ ପୂର୍ବରୁ ଦୁଇଦିନ ଧରି ନୌସେନା ରିହରର୍ସାଲ ମଧ୍ୟ କରିଥିଲା । ଆଜି କାର୍ଯ୍ୟକ୍ରମରେ ପ୍ରାୟ 3 ଲକ୍ଷ ଦର୍ଶକ ପୁରୀ ବେଳାଭୂମିରେ ଏକାଠି ହୋଇଥିଲେ । ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ ସମସ୍ତ ମନ୍ତ୍ରୀ ଓ ବିଧାୟକଙ୍କୁ ସ୍ବତନ୍ତ୍ର ବସ ଯୋଗେ ପୁରୀକୁ ନିଆଯାଇଥିଲା । ସ୍କୁଲ-କଲେଜ ଓ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ, ଲକ୍ଷ ଲକ୍ଷ ସାଧାରଣ ପର୍ଯ୍ୟଟକଙ୍କ ଗହଳିରେ ଜନସମୁଦ୍ରର ଭ୍ରମ ସୃଷ୍ଟି କରିଥିଲା ପୁରୀ ବେଳାଭୂମି । ନୌସେନାର ପରାକ୍ରମ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହେବା ସହ ନୌବୀରଙ୍କୁ ସାହସ ଓ ଦେଶର ସାମୁଦ୍ରିକ ସୀମାର ସୁରକ୍ଷା ପ୍ରତି ଥିବା ପ୍ରତିବଦ୍ଧତାକୁ ପ୍ରଶଂସା କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Dec 4, 2024, 8:59 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.