ETV Bharat / technology

CookieRun India ଉପରୁ ଉଠିଲା ପରଦା; ଡିସେମ୍ବର 11ରେ ଲଞ୍ଚ୍‌

ଭାରତରେ ଆଉ ଏକ ମୋବାଇଲ ଗେମ୍‌ 'CookieRun India' ଲଞ୍ଚ ହେବାକୁ ଯାଉଛି । ଲଞ୍ଚ ହେବା ପୂର୍ବରୁ 10ଲକ୍ଷ ୟୁଜର ଆଗୁଆ ରେଜିଷ୍ଟ୍ରେସନ କରିଥିବା ସୂଚନା । ଅଧିକ ପଢନ୍ତୁ

KRAFTON India Unveils New Game CookieRun India
KRAFTON India Unveils New Game CookieRun India (Photo Credit- Krafton India)
author img

By ETV Bharat Tech Team

Published : 9 hours ago

ହାଇଦ୍ରାବାଦ: ଦକ୍ଷିଣ କୋରିଆର ଗେମିଂ ସଂସ୍ଥା କ୍ରାଫ୍ଟନ (Krafton) ଭାରତରେ ଖେଳ ଶିଳ୍ପ ବିସ୍ତାର କରିବା ଉଦ୍ଦେଶ୍ୟରେ ଆଉ ଏକ ଗେମ୍‌ ଲଞ୍ଚ କରିବାକୁ ଯାଉଛି । ଏହାର ନାମ ରହିଛି 'CookieRun India' । ଆସନ୍ତା ଡିସେମ୍ବର 11 ତାରିଖରେ ଏହା ଲଞ୍ଚ ହେବା ପୂର୍ବରୁ କମ୍ପାନୀ ପକ୍ଷରୁ ପ୍ରି-ରିଜେଷ୍ଟ୍ରେସନ ଆରମ୍ଭ ହୋଇଯାଇଛି । ଏଯାବତ ପ୍ରାୟ 10ଲକ୍ଷ ୟୁଜର ରେଜିଷ୍ଟ୍ରେସନ କରିସାରିଛନ୍ତି । ଏହି ଗେମ୍‌ଟି ଉଭୟ ଆଣ୍ଡ୍ରଏଡ୍‌ ଓ iOSରେ ଉପଲବ୍ଧ ହେବ ।

PUBG, BGMI ଭଳି ଲୋକପ୍ରିୟ ଭିଡିଓ ଗେମ୍‌ ଆଣି କ୍ରାଫ୍ଟନ ବେଶ ଲୋକପ୍ରିୟତା ଅର୍ଜନ କରିଛି । ଭାରତରେ ମଧ୍ୟ ଅନେକ ଯୁବପିଢି ଅନଲାଇନ ଭିଡିଓ ଗେମ୍‌ ଖେଳିବାକୁ ପସନ୍ଦ କରିଥାନ୍ତି । ଭାରତରେ ନିଜର ଗେମ୍‌ ପୋର୍ଟଫୋଲିଓକୁ ବିସ୍ତାର କରିବା ଲାଗି କ୍ରାଫ୍ଟନ ଏହି ନୂଆ ଗେମ୍‌କୁ ଲଞ୍ଚ କରିବାକୁ ଯାଉଛି । ପୂର୍ବରୁ CookieRun ଅନେକ ଦେଶରେ ଲଞ୍ଚ ହୋଇସାରିଛି । BGMI ପରି ଭାରତରେ ଏହାକୁ ଲୋକପ୍ରିୟ କରିବା ଲାଗି କମ୍ପାନୀ ଲକ୍ଷ୍ୟ ରଖିଛି ।

KRAFTON India Unveils New Game CookieRun India
ଦିଲ୍ଲୀରେ ଆୟୋଜିତ କ୍ରାଫ୍ଟନ ଇଣ୍ଡିଆର ଇଭେଣ୍ଟ (Photo Credit- X)

2025ରେ ଲଞ୍ଚ କରିବ 3-4 ଗେମ୍‌:-

ଦକ୍ଷିଣ କୋରିଆର ଏହି କମ୍ପାନୀ ଭାରତରେ ଆଗାମୀ ବର୍ଷରେ 3ରୁ 4ଟି ଗେମ୍‌ ଲଞ୍ଚ କରିବାକୁ ଲକ୍ଷ୍ୟ ରଖିଛି । ନୂଆଦିଲ୍ଲୀରେ କୁକିଇଣ୍ଡିଆର ରିଲିଜ ଇଭେଣ୍ଟରେ ଏ ନେଇ ସୂଚନା ଦେଇଛନ୍ତି କ୍ରାଫ୍ଟନର ପବ୍ଲିଶିଂ ହେଡ୍‌ ମିନୁ ଲି । ଏଥିଲାଗି କମ୍ପାନୀ ପ୍ରାୟ 140 ମିଲିୟନ ଡଲାର ଖର୍ଚ୍ଚ କରିବ । ଏହି ଗେମ୍‌ରେ ଦକ୍ଷିଣ କୋରିଆ ଓ ଗ୍ଲୋବାଲ ଗେମିଂ ଷ୍ଟୁଡିଓ ରହିଛି । କିନ୍ତୁ ଭାରତୀୟ ଷ୍ଟୁଡିଓ ଅର୍ଥାତ ଭାରତୀୟ ଅନୁଭବ ଦେଉଥିବା ଗ୍ରାଫିକ୍ସ ତିଆରି କରିବ । ଯାହାକି ଭାରତୀୟ ଗେମିଂ ଲଭରଙ୍କୁ ସ୍ବଦେଶୀ ଅନୁଭବ ଦେବ ।

ଏହା ବି ପଢନ୍ତୁ
  1. BGMI Video Game: ପୁଣି ଭିଡିଓ ଗେମର ମଜା ନେବେ ଖେଳପ୍ରେମୀ, ପ୍ଲେ ଷ୍ଟୋର ଉପଲବ୍ଧ ହେଲା BGMI
  2. ଭିଡିଓ ଗେମର ଇତିହାସ କଣ ଜାଣନ୍ତୁ...

CookieRun India କଣ ?

କୁକିରନ୍‌ ଇଣ୍ଡିଆ ହେଉଛି ଏକ ଦୌଡ଼ ଖେଳ (Running Game) । ଏଥିରେ ଭିନ୍ନ ଭିନ୍ନ ପ୍ରକାର କ୍ୟାରେକ୍ଟର ଅଛନ୍ତି । ଯେଉଁମାନେ କୁକିଜ ଓ କଏନ୍‌ ସଂଗ୍ରହ କରିବା ପାଇଁ ଅନେକ ବାଧାବିଘ୍ନକୁ ସାମନା କରିଥାନ୍ତି । ବାଧାବିଘ୍ନକୁ ପାର୍‌ କରି କିପରି କଏନ ସଂଗ୍ରହ ହେବ ତାହା ଗେମ୍‌ ଖେଳୁଥିବା ୟୁଜର କାମ । ଏହା Temple Run ଓ Subway Surfer ଭଳି ଏକ ଖେଳ । ଏହାର କ୍ୟାରେକ୍ଟର ବା ଚରିତ୍ର ମିଠା ଜାତୀୟ ଖାଦ୍ୟ ଯେପରିକି ଗୁଲାବ ଜାମୁନ, କାଜୁ କଟଲିରୁ ପ୍ରେରିତ । ଏହି ଗେମ୍‌ରେ ମ୍ୟାପ୍‌ ମଧ୍ୟ ଭାରତୀୟ ସ୍ଥାନ ଭଳି ରହିଛି ।

Krafton କମ୍ପାନୀ ସମ୍ପର୍କରେ...

ଯଦି ଆମେ ଦକ୍ଷିଣ କୋରିଆର ଗେମିଂ କମ୍ପାନୀ Krafton ସମ୍ପର୍କରେ କହିବା ତେବେ ବର୍ଷ 2024 ଏହା ପାଇଁ ଉପଲବ୍ଧିର ବର୍ଷ ଥିଲା । କାରଣ BGMI ଗେମ୍‌କୁ ବେଶ ଲୋକପ୍ରିୟତା ମିଳିଛି । ସାରା ବିଶ୍ବରେ ଏହି ଗେମକୁ ପ୍ରାୟ 200 ମିଲିୟନ ବା 20କୋଟି ୟୁଜର ଡାଉନଲୋଡ୍‌ କରିଛନ୍ତି । କ୍ରାଫ୍ଟନ୍ ଇଣ୍ଡିଆ ମଧ୍ୟ KRAFTON ଇଣ୍ଡିଆ ଗେମିଂ ଇନକ୍ୟୁବେଟର (KIGI) ଭଳି କାର୍ଯ୍ୟକ୍ରମ ମାଧ୍ୟମରେ ସ୍ଥାନୀୟ ପ୍ରତିଭାକୁ ପ୍ରୋତ୍ସାହନ ଦେବା ଉପରେ ଧ୍ୟାନ ଦେଉଛି । ଆସନ୍ତା ବର୍ଷରେ ଭାରତୀୟ ଷ୍ଟାର୍ଟଅପରେ 140 ମିଲିୟନ ଡଲାରରୁ ଅଧିକ ପୁଞ୍ଜି ବିନିଯୋଗ କରିବାକୁ ଘୋଷଣା କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.