ETV Bharat / technology

ନୂଆ Skoda Kylaqର କ୍ରାସ୍‌ ଟେଷ୍ଟ କରିବ Bharat NCAP, ନୂଆବର୍ଷରେ ଆସିବ ଫଳ - SKODA KYLAQ CRASH TEST

କାରର ସୁରକ୍ଷା ଯାଞ୍ଚ କରୁଥିବା ସଂସ୍ଥା Bharat NCAP ସ୍କୋଡା କିଲାକ୍‌ର କ୍ରାସ ଟେଷ୍ଟ କରି ଏହା ଯାତ୍ରୀଙ୍କ ପାଇଁ କେତେ ସୁରକ୍ଷିତ ତାହା ଯାଞ୍ଚ କରିବ । ଅଧିକ ପଢନ୍ତୁ

Skoda Kylaq
Skoda Kylaq (Credit- Skoda Auto India)
author img

By ETV Bharat Tech Team

Published : Dec 4, 2024, 5:49 PM IST

ହାଇଦ୍ରାବାଦ: ଗତ କିଛି ଦିନ ତଳେ Skoda Auto India ଏହାର ନୂଆ ସ୍କୋଡା କିଲାକ୍‌ର ସମସ୍ତ ଭାରିଏଣ୍ଟର ଦାମର ଖୁଲାସା କରିଥିଲା । ଏବେ କମ୍ପାନୀ ଏହି କାର ଲାଗି 5-ଷ୍ଟାର ସୁରକ୍ଷା ରେଟିଂ ଆଣିବା ଲାଗି ଅଣ୍ଟା ଭିଡ଼ିଛି । ଏଥିଲାଗି ସ୍କୋଡା କିଲାକ୍‌ର କ୍ରାସ ଟେଷ୍ଟ କରିବାକୁ ଯାଉଛି କାରର ସୁରକ୍ଷା ଯାଞ୍ଚ କରୁଥିବା ସଂସ୍ଥା Bharat NCAP । ଏହି କାର ସୁରକ୍ଷା ଯାଞ୍ଚରେ କେତେ ଷ୍ଟାର ହାତଉଛି ତାହା ନୂଆବର୍ଷରେ ହିଁ ଫଳ ପ୍ରକାଶ ପାଇଲେ ଜଣାପଡ଼ିବ ।

କୌଣସି ଏକ ଗ୍ରାହକ ନିଜ ପାଇଁ କାର କିଣିବା ପୂର୍ବରୁ ଡିଜାଇନ, ଫିଚର ବ୍ୟତୀତ ସୁରକ୍ଷାକୁ ମଧ୍ୟ ପ୍ରାଧାନ୍ୟ ଦେଇଥାଏ । ଏଥିଲାଗି କମ୍ପାନୀଗୁଡ଼ିକ ମଧ୍ୟ ମଜଭୁତ ଉପକରଣ କାରରେ ବ୍ୟବହାର କରିଥାନ୍ତି । ଯାହାଦ୍ବାରା ଦୁର୍ଭାଗ୍ୟବଶତଃ ଯଦି କୌଣସି ଦୁର୍ଘଟଣା ଘଟୁଛି, ତେବେ କାର ଭିତରେ ରହିଥିବା ଯାତ୍ରୀ ଯେପରି ସୁରକ୍ଷିତ ରହିବେ । କାରର ସୁରକ୍ଷା ପରୀକ୍ଷଣ ଲାଗି Bharat NCAP ସଂସ୍ଥା କାର୍ଯ୍ୟ କରୁଛି । ଏହା ବିଭିନ୍ନ କମ୍ପାନୀର କାରଗୁଡିକର କ୍ରାସ୍‌ ଟେଷ୍ଟ କରିବା ପରେ ଏହାକୁ ରେଟିଂ ପ୍ରଦାନ କରିଥାଏ ।

ଫେବୃଆରୀରେ କ୍ରାସ ଟେଷ୍ଟର ଫଳ:-

ସ୍କୋଡା କିଲାକ୍‌ର ସମସ୍ତ ଭାରିଏଣ୍ଟର ଦାମ ତାଲିକା ପ୍ରକାଶ କରିବା ପରେ ଗଣମାଧ୍ୟମକୁ ସୂଚନା ଦେଇ ସ୍କୋଡା ଅଟୋ ଇଣ୍ଡିଆର ବ୍ରାଣ୍ଡ ନିର୍ଦ୍ଦେଶକ ପେଟ୍ର ଜେନେବା କହିଛନ୍ତି, "କିଲାକ୍‌କୁ ଭାରତ ଏନସିଏପି ଆଗରେ କ୍ରାସ ପରୀକ୍ଷା ଦେବାକୁ ପଡିବ। ଜାନୁଆରୀ ଶେଷରେ ମଡେଲର ଡିଲରସିପରେ ପହଞ୍ଚିବା ପୂର୍ବରୁ ଏହାର ଫଳାଫଳ ଫେବୃଆରୀ 2025ରେ ଘୋଷଣା ହେବ ବୋଲି ଆଶା କରାଯାଉଛି ।"

ଏହା ବି ପଢନ୍ତୁ
  1. CNG କାର ଲଞ୍ଚ କରିବ Skoda; ମାରୁତି ଓ ଟାଟାକୁ ଦେବ ଟକ୍କର
  2. ନୂଆ Skoda Kylaq ଉପରୁ ଉଠିଲା ପରଦା; ଦାମର ଖୁଲାସା, ଜାଣନ୍ତୁ କେବେ ଲଞ୍ଚ

କଣ ରହିଛି ସେଫ୍ଟି ଫିଚର ?

ଅନ୍‌ ପେପର ଫିଚର ସମ୍ପର୍କରେ କହିଲେ କ୍ରାସ୍ ପରୀକ୍ଷଣରେ ଉନ୍ନତ ପ୍ରଦର୍ଶନ କରିବା ପାଇଁ ନୂତନ ସ୍କୋଡା କିଲାକ୍‌କ୍କୁ ସମସ୍ତ ଆବଶ୍ୟକୀୟ ସୁରକ୍ଷା ଫିଚର ପ୍ରଦାନ କରାଯାଇଛି । ଏହି ସବକମ୍ପାକ୍ଟ ଏସୟୁଭିରେ 6ଟି ଏୟାରବ୍ୟାଗ, ଏବିଏସ୍, ଟ୍ରାକ୍ସନ୍ କଣ୍ଟ୍ରୋଲ୍, ସମସ୍ତ ପାଞ୍ଚ ଭାରିଏଣ୍ଟ ପାଇଁ ତିନି ପଏଣ୍ଟ୍ ସିଟ୍ ବେଲ୍ଟ ଏବଂ ଷ୍ଟାଣ୍ଡାର୍ଡ ଭାବରେ ଇଲେକଟ୍ରୋନିକ୍ ଡିଫେରେନସିଆଲ୍ ଲକ୍ ଭଳି ସୁରକ୍ଷା ଫିଚର ରହିଛି ।

ଭଲ ସ୍କୋର କରିବ Skoda Kylaq !

ସୁରକ୍ଷା ମୂଲ୍ୟାୟନ ଲାଗି ପରୀକ୍ଷା ଦେବାକୁ ଯାଉଥିବା Skoda Kylaqକୁ କମ୍ପାନୀର MQB A0 IN ପ୍ଲାଟଫର୍ମରେ ନିର୍ମାଣ କରାଯାଇଛି । ଏଥିଲାଗି ଏହି କ୍ରାସ ଟେଷ୍ଟ ପରୀକ୍ଷାରେ ଭଳ ଫଳ ଆଣିପାରେ ବୋଲି ଆଶା କରାଯାଉଛି । ଏହି SUVର ଦାମ ଭାରତରେ 7.89ଲକ୍ଷ ଟଙ୍କାରୁ ଆରମ୍ଭ କରି 14.40ଲକ୍ଷ ଟଙ୍କା (ଏକ୍ସ-ଶୋ'ରୁମ) ପର୍ଯ୍ୟନ୍ତ ରହିଛି । ଏହାର ବୁକିଂ ମଧ୍ୟ ଆରମ୍ଭ ହୋଇସାରିଛି ।

5-ଷ୍ଟାର ସେଫ୍ଟି ରେଟିଂ ପାଇଛି Skodaର 2 କାର:-

2023ରେ Skoda Slavia ଓ Kushaq ଗ୍ଲୋବାଲ୍ NCAP ଦ୍ବାରା 5-ଷ୍ଟାର ସୁରକ୍ଷା ମୂଲ୍ୟାୟନ ହାସଲ କରିଥିଲେ । ସେତେବେଳେ ଉଭୟ ମଡେଲରେ କେବଳ ଡୁଆଲ୍ ଫ୍ରଣ୍ଟ ଏୟାରବ୍ୟାଗ ପ୍ରଦାନ କରାଯାଇଥିଲା । ପରେ ଉଭୟ ମଡେଲର ସମସ୍ତ ଭାରିଏଣ୍ଟରେ 6ଟି ଏୟାରବ୍ୟାଗକୁ ଅପଡେଟ୍‌ କରାଯାଇଥିଲା । ଏଯାବତ୍‌ ସ୍କୋଡା କୁଶାକ୍‌ ଏବଂ ସ୍ଲେଭିଆ Bharat NCAP ଆଗରେ କ୍ରାସ୍ ପରୀକ୍ଷଣ କରିନାହାଁନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.