ମୁମ୍ବାଇ: ବି-ଟାଉନର ସେକ୍ସୀ ଅଭିନେତ୍ରୀ କ୍ୟାଟ୍ରିନା କୈଫ ଫିଲ୍ମରେ ବହୁତ ସ୍ମାର୍ଟ ଲାଗନ୍ତି କିନ୍ତୁ ଫ୍ୟାନ୍ସଙ୍କୁ ତାଙ୍କ ବିଷୟରେ ଗୋଟିଏ କଥା ଜଣାନାହିଁ । କ୍ୟାଟ୍ରିନା ଖୁବ୍ ସହଜରେ ସବୁ ଜିନିଷରେ ଡରିଯାଆନ୍ତି । ତେଣୁ ସେ ଏଯାବତ ହରର ଫିଲ୍ମଠାରୁ ଦୂରେଇ ଅଛନ୍ତି । ଏହି କଥା ଆମେ କହୁନାହୁଁ ଏହା ବିଷୟରେ ସେ ନିଜେ ଏକ ସାକ୍ଷାତକାରରେ ଖୁଲାସା କରିଛନ୍ତି ।
କ୍ୟାଟ୍ରିନା ଏହି ଖୁଲାସା ଆଇଏମଡିବିର ଅରିଜନାଲ ସିରିଜ 'ଦ ଇନସାଇଡର ୱାଚଲିଷ୍ଟ'ରେ କରିଥିଲେ । ତାଙ୍କୁ ଯେତେବେଳେ ପ୍ରଶ୍ନ କରାଗଲା କେଉଁ ଶୈଳୀ ଅଛି, ଯାହାକୁ ସେ ଏଯାବତ ଦେଖିନାହାଁନ୍ତି । ଏହାର ଜବାବରେ କ୍ୟାଟ ଉତ୍ତର ଦେଇ କହିଥିଲେ କି ହରର । ସେ ହରର ଫିଲ୍ମକୁ ନେଇ ଖୁବ୍ ଡରନ୍ତି । ଭୂତ ଫିଲ୍ମ ତାଙ୍କୁ ବହୁତ ଡରାଇଥାଏ କିନ୍ତୁ ସେ ଡରିବାକୁ ଚାହୁଁନାହାଁନ୍ତି । ତେଣୁ ସେ ହରର ଫିଲ୍ମ ଦେଖିବାକୁ ଭଲ ପାଆନ୍ତି ନାହିଁ ।
ନିଜ ପସନ୍ଦୀୟ ଫିଲ୍ମ ବିଷୟରେ କ୍ୟାଟ କହିଥିଲେ କି ଜୁଲିୟା ରବର୍ଟ୍ସ, ମେଗ ରୟାନ, ହଗ ଗ୍ରାଣ୍ଟଙ୍କ ଫିଲ୍ମ ବାସ୍ତବରେ ଖରାପ ମୁଡ ଠିକ କରିଥାଏ । 'ସ୍ଲୀପଲେସ ଇନ ସେଟର', 'ପ୍ରୀଟୀ ୱୁମେନ', 'ଫୋର ୱେଡିଂ ଆଣ୍ଡ ଏ କ୍ୟୁନେରଲ' ଏହି ସବୁ ଫିଲ୍ମରେ ବାସ୍ତବତା ଭରି ରହିଥାଏ । ତେଣୁ ଏହି ଫିଲ୍ମକୁ ଦେଖିବାକୁ ସେ ଖୁବ୍ ପସନ୍ଦ କରନ୍ତି ।
ସେ କ୍ଲାସିକ ସିନେମାର ବଡ ଫ୍ୟାନ । ସେ ହଲିଉଡ ଫିଲ୍ମ 'ଗନ ୱିଦ ଦ ୱିଣ୍ଡ' ଦେଖି ଅଭିନେତ୍ରୀ ହେବାକୁ ଭାବିଥିଲେ ବୋଲି କହିଛନ୍ତି କ୍ୟାଟ ।