ମୁମ୍ବାଇ: ଜ୍ୟାକି ଶ୍ରଫ, ବିଜୟ ବର୍ମା ଓ ରାଧିକା ଆପ୍ଟେଙ୍କ ପପୁଲାର ୱେବ ସିରିଜ ‘ଓକେ କମ୍ପ୍ୟୁଟର’ ଡିଜିଟାଲ ପ୍ଲାଟଫର୍ମ ଡିଜନି ପ୍ଲସ ହଟଷ୍ଟାରରେ ରିଲିଜ ହୋଇଯାଇଛି । 2031 ବର୍ଷ ଉପରେ ଆଧାରି ଏହି କମେଡି ସାଇନ୍ସ ଫିକ୍ସନ ସିରିଜ ଦର୍ଶକଙ୍କ ମନ କିଣିବାରେ ଲାଗିଛି । ଫିଲ୍ମ ‘ତୁମ୍ବାଡ’ରେ ନିର୍ଦ୍ଦେଶନା ଦେଇଥିବା ନିର୍ଦ୍ଦେଶକ ଆନନ୍ଦ ଗାନ୍ଧୀ ଏହାର ନିର୍ଦ୍ଦେଶନା ଦାୟିତ୍ବ ତୁଲାଇଛନ୍ତି । ସେହିପରି ଏହାର ଷ୍ଟାରକାଷ୍ଟ କିଛି ଭିନ୍ନ ଏବଂ ଅଲଗା କରିବାକୁ ଚେଷ୍ଟା କରିଛନ୍ତି ।
ସିରିଜରେ ହଲିଉଡ ଭଳି ଫିଲ୍ ଦେବା ପାଇଁ ମେକର୍ସ ନୀଲ ପଗେଦର ଏବଂ ପୂଜା ସେଟ୍ଟୀ ସବୁ ସମ୍ଭବ ପ୍ରୟାସ କରିଛନ୍ତି । ଇତିମଧ୍ୟରେ ସିରିଜକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜୟ ଓ ରାଧିକା ।
ଏକ ସାକ୍ଷାତକାରରେ ରାଧିକା କହିଛନ୍ତି, ‘ଗୋଟିଏ ପଟେ ଭବିଷ୍ୟତ 2031ର କାହାଣୀ ଅନ୍ୟପଟେ ମର୍ଡର ମିଷ୍ଟ୍ରି । ଆଉ ଏହାଠୁ ଅଧିକ ଏକ୍ସାଇଟମେଣ୍ଟ ଗୋଟିଏ ସିରିଜରେ କଣ ହୋଇପାରେ। ସିରିଜରେ ମୋ ଭୂମିକା ବିଜୟଙ୍କ ଭୂମିକା ସହ ସବୁବେଳେ ମତଭେଦ କରୁଛି । କାରଣ ବିଜୟ ରୋବର୍ଟକୁ ଅଧିକ ପସନ୍ଦ କରୁନଥିବା ବେଳେ ମୋ ଚାହୁଁଛି ରୋବର୍ଟକୁ ମଧ୍ୟ ମଣିଷ ଭଳି ପ୍ରେମ ମିଳିବା ଦରକାର । ଏହି ସିରିଜରେ ଅଭିନୟ କରିବାକୁ ମୋ ପାଖରେ ଅନେକ କାରଣ ଥିଲା । ମୁଖ୍ୟତଃ ଏହି ସିରିଜ ଭିନ୍ନ କାହାଣୀ ମତେ ଆକର୍ଷିତ କରିଛି ।’
ସେହିପରି ସିରିଜରେ ସାଜନ ଭୂମିକାରେ ଅଭିନୟ କରିଥିବା ବିଜୟ କହିଛନ୍ତି, ‘ଏଭଳି କାହାଣୀରେ ପୂର୍ବରୁ କେହି କେବେ ମଧ୍ୟ କାମ କରିନଥିବେ । ଏଥିପାଇଁ ସିରିଜ କାହାଣୀ ବୁଝିବାକୁ ମତେ ଟିକେ ସମୟ ଲାଗିଲା । ନିଜ ଭୂମିକାରେ ଅଭିନୟ କରିବାକୁ ଟିକେ ପରିଶ୍ରମ ମଧ୍ୟ ଲାଗିଲା । ହେଲେ ସୁଟିଂ ସମୟରେ ମଜା ବହୁତ ଆସିଛି ।’