ETV Bharat / sitara

ବିବାଦରେ ‘ପାତାଲ ଲୋକ’, କ୍ଷମା ମାଗିବେ ଅନୁଷ୍କା - ଅନୁଷ୍କା ଶର୍ମାଙ୍କ ଡେବ୍ୟୁ ୱେବ ସିରିଜ ‘ପାତାଲ ଲୋକ’

ସୋସିଆଲ ମିଡିଆରେ କିଛି ଦିନ ହେବ ଚର୍ଚ୍ଚାରେ ଥିବା ଆମାଜନ ପ୍ରାଇମ ଭିଡିଓର ନୂଆ ୱେବ ସିରିଜ ‘ପାତାଲ ଲୋକ’ ଏବେ ସମସ୍ୟାରେ। ଗୋଟିଏ ସିନକୁ ନେଇ ହଟହଟା ମେକର୍ସ...

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
author img

By

Published : May 19, 2020, 1:07 PM IST

ମୁମ୍ବାଇ: ଅନୁଷ୍କା ଶର୍ମାଙ୍କ ଡେବ୍ୟୁ ୱେବ ସିରିଜ ‘ପାତାଲ ଲୋକ’ ନିକଟରେ ରିଲିଜ ହୋଇଥିଲା । ରିଲିଜ ହେବାର କିଛି ଘଣ୍ଟା ମଧ୍ୟରେ ଦର୍ଶକଙ୍କଠୁ ନେଇ କ୍ରିଟିକ୍ସଙ୍କ ମନ କିଣିଥିଲା ସିରିଜ। ଏଯାବତ ମଧ୍ୟ ସିରିଜଙ୍କୁ ନେଇ ଫ୍ୟାନ୍ସଙ୍କ ମଧ୍ୟ ଉତ୍ସାହ ଦେଖିବାକୁ ମିଳୁଛି । ହେଲେ ସୋସିଆଲ ମିଡିଆରେ ଚହଳ ସୃଷ୍ଟି କରିଥିବା ଏହି ୱେବ ସିରିଜ ଏବେ ସମସ୍ୟା ଘେରରେ। ଯାହାକୁ ନେଇ ଚିନ୍ତିତ ମେକର୍ସ।

tweet
ଫଟୋ ସୌଜନ୍ୟ: ଟ୍ବିଟର

ସୋସିଆଲ ମିଡିଆ ୟୁଜର୍ସର ଗୋଟିଏ ଗ୍ରୁପ ଏଥିରେ ପର୍ଯ୍ୟବେଶିତ କରାଯାଇଥିବା ସାମାଜିକ-ରାଜନୀତିଙ୍କ ଟିପ୍ପଣୀ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି। ଖାଲି ଏତିକି ନୁହେଁ ଏଥିନିମନ୍ତେ ଅନୁଷ୍କାଙ୍କୁ କ୍ଷମା ମାଗିବାକୁ ମଧ୍ୟ ଦାବି କରାଯାଉଛି।

‘ପାତାଲା ଲୋକ’ ରିଲିଜ ହେବା ମାତ୍ରେ କିଛି ୟୁଜର୍ସ ଏହାର ସିନ୍ସକୁ ନେଇ ଆପତ୍ତି ପ୍ରକାଶ କରିଥିଲେ। ସେହିପରି ଟ୍ବିଟରରେ ଏହାକୁ ନେଇ ଭିନ୍ନ ଭିନ୍ନ ପ୍ରତିକ୍ରିୟା ସାମ୍ନାକୁ ଆସିବାରେ ଲାଗିଛି।

ଗୋଟିଏ ସିନ ଯାହା ଚର୍ଚ୍ଚାର ବିଷୟ ସାଜିଛି ତାହା ଏକ ମହିଳା ପୋଲିସ କର୍ମୀଙ୍କ ଦ୍ବାରା ଜଣେ ଯୁବକଙ୍କୁ ମାଡ ମରାଯିବା । ଆଉ ଯେଉଁଥିରେ ଆପତ୍ତିଜନକ ଟିପ୍ପଣୀ ମଧ୍ୟ କରାଯାଇଛି । ମୁଖ୍ୟତଃ ଏହି ସିନ ନର୍ଥ ଇଷ୍ଟ ଦର୍ଶକଙ୍କ ଭାବନାକୁ ଆହତ କରିଛି । ସେମାନେ ଚାହୁଁଛନ୍ତି ନିର୍ମାତା କିମ୍ବା ସେନ୍ସର ସିରିଜରୁ ସେହି ପାର୍ଟକୁ ପୁରା ରୂପେ ହଟାଇ ଦିଅନ୍ତୁ। ଆଉ ଅନୁଷ୍କା କ୍ଷମା ମଧ୍ୟ ମାଗନ୍ତୁ।

ଏହାବ୍ୟତୀତ ‘ପାତାଲ ଲୋକ’ର ସମାଲୋଚନା ସେହି ଲୋକଙ୍କ ଦ୍ବାରା ମଧ୍ୟ କରାଯାଇଛି, ଯେଉଁ ମାନେ ଅନୁଭବ କରିଛନ୍ତି ଯେ ହିନ୍ଦୁଙ୍କୁ ବଦନାମ କରିବାରେ କୌଣସି ପଦକ୍ଷେପ ହାତ ଛଡା କରାଯାଇନାହିଁ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.